ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

 

ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ ଆନୁବଂଶିକ ଜେନେଟିକ୍‌ ବା ହର୍ମୋନ୍‌ଗତ ତ୍ରୁଟି ହୋଇପାରେ। ଏଥିପାଇଁ ବିଧିବଦ୍ଧ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୁଏ। କିନ୍ତୁ କିଶୋରାବସ୍ଥାରେ ମେଦବୃଦ୍ଧିର ମୁଖ୍ୟ କାରଣ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ। ଜଙ୍କ୍‌ଫୁଡ୍‌, ଫାଷ୍ଟଫୁଡ୍‌ ଖାଇବା ସହ ଶାରୀରିକ ସକ୍ରିୟତା ନ ରହିବା ଏହାର ମୁଖ୍ୟ କାରଣ। ଜୀବନଶୈଳୀ ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହି ମୋଟାପଣ ଦୂରେଇହେବ।
ପିଲାଙ୍କ ବୟସ ଓ ଉଚ୍ଚତା ତୁଳନାରେ ଓଜନ ଅଧିକ ହେଲେ ରକ୍ତଚାପ ଏବଂ ମଧୁମେହର ଆଶଙ୍କା ବଢ଼ିଯାଏ। ଝିଅମାନେ ମୋଟା ହେଲେ ଋତୁସ୍ରାବରେ ଅନିୟମିତତାଦେଖାଯାଏ। ଯେଉଁ ମହିଳାମାନଙ୍କର ଗର୍ଭାବସ୍ଥାରେ ମଧୁମେହ ସମସ୍ୟା ଥାଏ ସେମାନଙ୍କ ସନ୍ତାନ ମୋଟାହେବାର ଆଶଙ୍କା ଅଧିକ। ସେମାନଙ୍କ ମଧ୍ୟରୁ ୭୦-୮୦ ପ୍ରତିଶତ ବଡ଼ ହେବାପରେ ବି ମେଦବହୁଳ ହୋଇ ରୁହନ୍ତି।
ପିଲାଙ୍କ ଓଜନ ପର୍ସେଣ୍ଟାଇଲରେ ମପାଯାଏ। ଅନ୍ୟ ଦେଶର ସେହି ବୟସ ଓ ଉଚ୍ଚତାର ପିଲାମାନଙ୍କ ଓଜନ ସହ ଆପଣଙ୍କ ପିଲାର ଓଜନ ଅନୁପାତ ନିଆଯାଏ ଏଥିରେ। ଏହି ଚାର୍ଟ ଡାକ୍ତରଙ୍କ ପାଖରେ ଥାଏ। ଏଥିରୁ ଜଣାପଡ଼େ ଆପଣଙ୍କ ପିଲା ମୋଟା ନା ନୁହେଁ। ଆପଣ ଇଣ୍ଟରନେଟ୍‌ରେ ମଧ୍ୟ ପର୍ସେଣ୍ଟାଇଲ ଚାର୍ଟରୁ ଓଜନ ଓ ଉଚ୍ଚତାର ଅନୁପାତ ଜାଣିପାରିବେ। ଏଥିରେ ସନ୍ଦେହ ଆସିଲେ ବିଏମ୍‌ଆଇ ଅନୁଯାୟୀ ମଧ୍ୟ ମେଦ ସମ୍ପର୍କରେ ସଚେତନ ହୋଇପାରିବେ। ଇଣ୍ଟରନେଟ୍‌ରେ ଚାଇଲ୍‌ଡ ବିଏମ୍‌ଆଇ କାଲ୍‌କୁଲେଟର ଦ୍ୱାରା ଆପଣ ପିଲାର ଲିଙ୍ଗ ଓ ବୟସ ହିସାବରେ ଓଜନ କେତେ ହେବା ଉଚିତ ତାହା ଜାଣିପାରିବେ।ଯଦି ପିଲାର ବିଏମ୍‌ଆଇ ୧୮ରୁ କମ୍‌ ତା’ହେଲେ ଜାଣିନିଅନ୍ତୁ ଶରୀର ପାଇଁ ଆବଶ୍ୟକ ପୋଷକତ୍ବ ମିଳୁନାହିଁ। ଧଳା ଖାଦ୍ୟ ଯଥା- ଚିନି, ଚାଉଳ, ମଇଦା, ଲହୁଣି, ଛେନା ଇତ୍ୟାଦି ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଠା ସହିତ ବନ୍ଧୁତା ଅଧିକ ବଢ଼ାନ୍ତୁ ନାହିଁ। ତେଲଛଣା ଏବଂ ଫାଷ୍ଟଫୁଡ୍‌ କମ୍‌ କରନ୍ତୁ। ମୃଦୁ ପାନୀୟଠାରୁ ଦୂରରେ ରୁହନ୍ତୁ। ପିଜା, ବର୍ଗର, ନୁଡୁଲ୍ସ, ଚିପ୍ସ ଆଦି ସହ ସମ୍ପର୍କ ଶେଷ କରିଦିଅନ୍ତୁ। ସେମାନଙ୍କୁ ସବୁଜ ପନିପରିବା, ଫଳ ଏବଂ ଦୁଗ୍ଧ ଉପରେ ନିର୍ଭର କରିବା ଶିଖାନ୍ତୁ। ପ୍ରତିଦିନ କିଛି ପିତାଖାଦ୍ୟ ସାମିଲ କରନ୍ତୁ। ପିତାଖାଦ୍ୟ ଇନ୍‌ସୁଲିନ ପ୍ରତିଶୋଧନ କ୍ଷମତା ବଢ଼ାଏ। ଦୈନିକ-୫୦୦ରୁ ୭୦୦ ମିଲି ଏହାକୁ ପିଇବାକୁ ଦିଅନ୍ତୁ। ପିଲାଙ୍କ ଖାଦ୍ୟରେ ୪୦ ପ୍ରତିଶତ କାର୍ବୋହାଇଡ୍ରେଟ୍‌, ୪୦ ପ୍ରତିଶତ ପ୍ରୋଟିନ୍‌, ୨୦ ପ୍ରତିଶତ ଫ୍ୟାଟ୍‌ ରହିବା ଆବଶ୍ୟକ। ଦୈନିକ ଖାଦ୍ୟରେ ଅତିକମ୍‌ରେ ଦୁଇଟି ଫଳ ଓ ପରିବା ସାମିଲ କରନ୍ତୁ। ଦହି ଓ ଫଳ ଉଭୟ ସ୍ବାସ୍ଥ୍ୟ ପାଇଁ ଭଲ। ପିଲାଙ୍କୁ ସ୍ବାଦିଷ୍ଟ ଲାଗିବା ପାଇଁ ବିଭିନ୍ନ ପରିବା ପୂର ଦେଇ ରୁଟି ଓ ପରଟା କରନ୍ତୁ। ଗଜାମୁଗ, ବୁଟ ଇତ୍ୟାଦି ଦୈନିକ ଖାଇବାକୁ ଦିଅନ୍ତୁ। ପିଲାଙ୍କୁ ଫାଷ୍ଟଫୁଡ୍‌ ଏବଂ ମିଠା ଆଦିରୁ ଦୂରେଇ ରଖିବା ମଧ୍ୟ ଠିକ୍‌ ନୁହେଁ, କାରଣ ସେମାନେ ନିଜକୁ ରୋକିପାରିବେ ନାହିଁ। ସୁବିଧା ମିଳିଲେ ଅତ୍ୟଧିକ ଖାଇଦେବେ। ତେଣୁ ସପ୍ତାହରେ ଗୋଟିଏ ଦୁଇଟି ଭୋଜନ ସେମାନଙ୍କ ପସନ୍ଦର ଦିଅନ୍ତୁ। ଏଥିପାଇଁ ଛୁଟିଦିନକୁ ହିଁ ବାଛନ୍ତୁ। ଯେମିତି ସେମାନେ ନିଜ ପସନ୍ଦର ଖାଦ୍ୟକୁ ଉପଭୋଗ କରି ଖାଇପାରିବେ ଏହିଦିନ। ଟିଭି, ମୋବାଇଲ, ଲାପ୍‌ଟପ୍‌ ଆଦିରେ ଦିନକୁ ଦୁଇଘଣ୍ଟାରୁ ଅଧିକ ସମୟ ବସିବାକୁ ଦିଅନ୍ତୁ ନାହିଁ। ଘର ବାହାରେ ଖେଳିବାକୁ ଦିଅନ୍ତୁ। ଛୋଟ ଛୋଟ କାମ ପାଇଁ ପଠାନ୍ତୁ। ଘରେ ଗଛ ଲଗାଇ ଏହାର ଯତ୍ନ ନେବାକୁ କୁହନ୍ତୁ। ବ୍ୟାଡ୍‌ମିଣ୍ଟନ, ଫୁଟ୍‌ବଲ ଆଦି ଖେଳିବାକୁ ପ୍ରୋତ୍ସାହନ ଦିଅନ୍ତୁ। ସକ୍ରିୟ ରହିଲେ ଏବଂ ଖେଳିଲେ ଶରୀରର ବର୍ଜ୍ୟ ସହଜରେ ନିଷ୍କାସିତ ହୋଇପାରେ। ଯଦି ପିଲାର ଓଜନ ବଢ଼ିଯାଇଛି ତା’ହେଲେ ଏହାକୁ ଧୀରେ ଧୀରେ କମାଇବାକୁ ଲକ୍ଷ୍ୟ ରଖନ୍ତୁ। ଆଜିକାଲି ଅଧିକାଂଶ ଛୋଟପିଲା ସକାଳୁ କେବଳ କ୍ଷୀର ହର୍ଲିିକ୍ସ ଇତ୍ୟାଦି ପିଇ ସ୍କୁଲ ଚାଲିଯାଉଛନ୍ତି। କିନ୍ତୁ ଦିନର ସବୁଠାରୁ ଜରୁରୀ ଖାଦ୍ୟ ହେଉଛି ପ୍ରାତଃଭୋଜନ। ପିଲାମାନେ ଡେରି ରାତି ପର୍ଯ୍ୟନ୍ତ ପଢ଼ିଲେ ବିଳମ୍ବରେ ଖାଇବାର ଅଭ୍ୟାସ କରିନିଅନ୍ତି। କିନ୍ତୁ ମନେରଖନ୍ତୁ ରାତିର ଖାଇବା ୮ ବା ସାଢ଼େ ୮ଟା ମଧ୍ୟରେ ହେବା ଉଚିତ।
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀର ମୋହନ ମେଡିକାଲ କଲେଜ, ବାଲେଶ୍ୱର,
ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ପରମ୍ପରାରେ ସୁନାର ମହତ୍ତ୍ୱ

ବିଶ୍ବର ପ୍ରାୟ ସମସ୍ତ ରାଷ୍ଟ୍ରରେ ସୁନା ପ୍ରତି ବିଶେଷ ଆକର୍ଷଣ ରହିଆସିଛି। ସୁନା ପ୍ରତି ଥିବା ଅହେତୁକ ମୋହ ଅନ୍ୟ କୌଣସି ଧାତୁଠାରେ ଦେଖିବାକୁ ମିଳେ...

ବ୍ୟସ୍ତ ହୁଅନ୍ତୁନି, ମୁଁ ଅଛି

ଗତ କିଛିଦିନ ତଳେ ଆଧାର କାର୍ଡ ନବୀକରଣ କରିବା ପାଇଁ ସକାଳ ୯ଟା ସମୟରେ ଘରୁ ବାହାରିପଡିଲି। ଆଧାର କାର୍ଡ ନବୀକରଣ ଚାନ୍ଦିନୀଚୌକ ନିକଟସ୍ଥ ସବ୍‌ପୋଷ୍ଟ...

ମହାସାଗରରେ ନିବେଶ

ନିବେଶକମାନେ ନିବେଶ କରିବାକୁ ନିଷ୍ପତ୍ତି ନେବାବେଳେ ସେଥିରେ ଥିବା ସୁଯୋଗ, ବିପଦ ଏବଂ ଆଶା କରାଯାଉଥିବା ଲାଭ ସମ୍ପର୍କରେ କିଛି ମୌଳିକ ପ୍ରଶ୍ନ ଉତ୍ଥାପନ କରିଥାଆନ୍ତି।...

ଏଇ ଭାରତରେ

ସୀମା ସଶସ୍ତ୍ର ବଳ(ଏସ୍‌ଏସ୍‌ବି)ରେ ଦେଶକୁ ସୁରକ୍ଷା ଦେବା ଲାଗି ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସହ ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କୃଷ ପାଣ୍ଡେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri