ନୀଳରକ୍ତରୁ ଦାମୀ ଔଷଧ, କଙ୍କଡ଼ା ବିଲୁପ୍ତପ୍ରାୟ

ବାଲେଶ୍ୱର ଅଫିସ,୧୫।୫:ଜଳଜୀବ ଉପକାରୀ କଙ୍କଡ଼ା (ନୀଳରକ୍ତ କଙ୍କଡ଼ା) କେବଳ ଆମେରିକା ଓ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳିଥାନ୍ତି। ଏହା ୪ପ୍ରଜାତିର ହୋଇଥିବାବେଳେ ଭାରତରେ ଦୁଇ ପ୍ରଜାତିର ଦେଖାଯାଇଥାନ୍ତି। ବିଶେଷକରି ନୀଳରକ୍ତ କଙ୍କଡ଼ା ବଙ୍ଗୋପସାଗର ଉପକୂଳରେ ବିଶେଷଭାବେ ଦେଖିବାକୁ ମିଳିଥାଏ। ନଦୀ ଓ ସମୁଦ୍ରର ମିଶ୍ରଣ ସ୍ଥାନ ଯଥା ପଶ୍ଚିମବଙ୍ଗର ସୁନ୍ଦରବନ, ଦୀଘା ଏବଂ ଓଡ଼ିଶାର ଉଦୟପୁର, ତାଳସାରୀ, ବିଚିତ୍ରପୁର, ଦୁବୁଲାଗଡ଼ି, ବଳରାମଗଡ଼ି, ଖଣ୍ଡିଆ ମୁହାଣ, ଖପରା ମୁହାଣ ସମେତ ଭିତରକନିକାରେ ମଧ୍ୟ ନୀଳରକ୍ତ କଙ୍କଡ଼ା ଦେଖା ଯାଇଥାନ୍ତି। ସ୍ତ୍ରୀ ଓ ପୁରୁଷ ଯୋଡ଼ି ହୋଇ ନଦୀ ମୁହାଣଗୁଡ଼ିକରେ ନରମ ବାଲୁକା ଶଯ୍ୟାରେ ଅଣ୍ଡା ଦେବାକୁ ଆସିଥାନ୍ତି। ସ୍ଥାନୀୟ ଲୋକେ ଏଗୁଡ଼ିକୁ ଲକ୍ଷ୍ମଣ ପାତିଆ, କାଙ୍କ, କକୁଆ, ଟେଳୀ, ରାମଲିଖନ ମଧ୍ୟ କୁହନ୍ତି। ଏହାର ରକ୍ତ ନୀଳବର୍ଣ୍ଣର ହୋଇଥିବାରୁ ଏହାକୁ ନୀଳରକ୍ତ କଙ୍କଡ଼ା କୁହାଯାଏ। ଦେଖିବାକୁ ଅଶ୍ୱଖୁରା କୃତି ଭଳି ହୋଇଥିବାରୁ ଏହାର ବୈଜ୍ଞାନିକ ନାମ ‘ହର୍ସ ସୁ କ୍ରାବ’। ଆମେରିକାରୁ ମିଳିଥିବା ତଥ୍ୟରୁ ନୀଳରକ୍ତ କଙ୍କଡ଼ାର ରକ୍ତକୁ ପରୀକ୍ଷା କରି ବହୁ ମୂଲ୍ୟବାନ ଔଷଧୀୟ ଗୁଣ ମିଳିଛି, ଯାହା ମାନବଜାତିର ମଙ୍ଗଳ ପାଇଁ କାର୍ଯ୍ୟରେ ଲାଗୁଛି। ବିଶ୍ୱରେ ଏହା ଉପରେ ଗବେଷଣା ଜାରି ରହିଛି। ବହୁ ପୂର୍ବରୁ ଆମେରିକା, ଚାଇନା, ଜାପାନ, ଇଣ୍ଡୋନେସିଆ ଆଦି ଦେଶରେ ଏହି ନୀଳରକ୍ତ କଙ୍କଡ଼ା ଉପରେ ଗବେଷଣା ଆରମ୍ଭ ହୋଇଥିବା ବେଳେ ଭାରତରେ ପ୍ରାୟ ୮୦ଦଶକରୁ ଗବେଷଣା ଚାଲିଛି। ଏହାର ପ୍ରମୁଖ ଭୂମିକା ଡ. ଅନିଲ ଚାଟାର୍ଜୀ ନେଇଥିବାବେଳେ ଓଡ଼ିଶାରେ ପ୍ରଫେସର ଡ. ଜୟନ୍ତ କୁମାର ମିଶ୍ର ଗବେଷଣା ଆରମ୍ଭ କରିଛନ୍ତି। ଆଧିୁନିକ ଚିକିତ୍ସା ବିଜ୍ଞାନର ଅଗ୍ରଗତିରେ ଏହି କଙ୍କଡ଼ା ବିଶେଷ ସହାୟକ ହୋଇଛି। ଏଣ୍ଡୋଟକ୍ସିନ୍‌ ଚିହ୍ନରେ ଏହାର ରକ୍ତକୁ ବ୍ୟବହାର କରାଯାଇଥାଏ। ଏଣ୍ଡୋଟକ୍ସିନ ହେଉଛି ବ୍ୟାକ୍ଟେରିଆରେ ଥିବା ବିଷାକ୍ତ ପଦାର୍ଥ, ତେଣୁ ଇଞ୍ଜେକ୍ସନ ନେଇଥିବା କିମ୍ବା ଅସ୍ତ୍ରୋପଚାର କରିଥିବା ବ୍ୟକ୍ତିଙ୍କ ଶରୀରରେ ନୀଳ କଙ୍କଡ଼ାର ରକ୍ତର ପ୍ରୟୋଗ ତାଙ୍କୁ ବିପଦମୁକ୍ତ କରିଥାଏ। ହେଲେ ଏହି କଙ୍କଡ଼ାର ରକ୍ତକୁ ଔଷଧୀୟ ବ୍ୟବହାର ପାଇଁ ଅଧିକରୁ ଅଧିକ କଢ଼ା ଯିବା ଯୋଗୁ ଏହା ବିଲୁପ୍ତପ୍ରାୟ ଅବସ୍ଥାକୁ ଚାଲିଆସିବାର ପ୍ରମୁଖ କାରଣ ସାଜିଛି।
ବର୍ତ୍ତମାନ ସମୟରେ ଓଡ଼ିଶାର ଉଦୟପୁର ପାଖରୁ ଧାମରା ନଦୀ ମୁହାଣରେ ଆଗଭଳି ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳୁ ନାହଁି। ଆଗରୁ ମୁହାଣଗୁଡ଼ିକରେ ମାଛ ଧରିବା ପାଇଁ ଲଞ୍ଚ, ଟ୍ରଲର, ନୌକା ନ ଥିଲା। ସେତେବେଳେ ସେମାନେ ସୁବିଧାରେ ନଦୀ ମୁହାଣକୁ ଆସି ଅଣ୍ଡା ଦେଇ ବଂଶ ବିସ୍ତାର କରିପାରୁଥିଲେ। ଏବେ ସଚେତନତା ଅଭାବରୁ ମତ୍ସ୍ୟଜୀବୀମାନଙ୍କ ବିଭିନ୍ନ ପ୍ରକାରର ମାଛ ଧରା ଜାଲରେ ପଡ଼ି ମରୁଛନ୍ତି। ଅଧିକ ନୀଳରକ୍ତ କଙ୍କଡ଼ା ମତ୍ସ୍ୟଜୀବୀଙ୍କ ଜାଲରେ ମରୁଥିବା ବେଳେ କୁକୁର, କାଉ, ଗୋରୁ ଓ ମଇଁଷିଙ୍କ ଖୁରା ଇତ୍ୟାଦି ଦ୍ୱାରା ମୃତ୍ୟୁମୁଖରେ ପଡ଼ିବା ସହ ସେମାନଙ୍କ ଅଣ୍ଡା ମଧ୍ୟ ନଷ୍ଟ ହୋଇଯାଉଛି। ଏମାନଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବା ସହ ଅଧିକ ଗବେଷଣା ଆବଶ୍ୟକ।
‘ଆସୋସିଏଶନ୍‌ ଫର୍‌ ବାୟୋଡାଇଭର୍‌ସିଟି କଞ୍ଜର୍ଭେସନ୍‌’ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିଷ୍ଠାତା ଗବେଷକ ଡ. ସିଦ୍ଧାର୍ଥ ପତି କହନ୍ତି, ନୀଳରକ୍ତ କଙ୍କଡ଼ା ଦେଉଥିବା ଅଣ୍ଡାରେ ଥିବା ଲିକ୍ୟୁଇଡ୍‌ (ଫ୍ଲୁଇଟ୍‌) କୁ ପେରିଭିଟିଲାଇନ୍‌ କୁହାଯାଏ। ଏହି ପେରିଭିଟିଲାଇନ୍‌ କ୍ୟାନ୍‌ସର ଭଳି ମାରାମତ୍କ ରୋଗର ଜୀବାଣୁକୁ ରୋକିବାରେ ସମର୍ଥ ହୋଇଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ମାଛଙ୍କ ପ୍ରଜନନର ଦକ୍ଷତା ବଢ଼ାଇବା ପାଇଁ ଏହି ପେରିଭିଟିଲାଇନ୍‌ ବେଶ୍‌ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ। ବରିଷ୍ଠ ଗବେଷକ ଡ. ବିଷ୍ଣୁପ୍ରସାଦ ଦାସଙ୍କ ମତରେ ନୀଳରକ୍ତ କଙ୍କଡ଼ା ନିଜର ବଂଶ ବୃଦ୍ଧି ପାଇଁ ନଦୀମୁହାଣକୁ ଆସନ୍ତି। ନୀଳରକ୍ତ କଙ୍କଡ଼ାର ଅବସ୍ଥିତି ଉକ୍ତ ଅଞ୍ଚଳର ସୁସ୍ଥ ଜଳଭାଗର ନିଦର୍ଶନ ଭାବରେ ଗ୍ରହଣ କରାଯାଏ। ସାମୁଦ୍ରିକ ଜୀବଗୁଡ଼ିକର ଉତ୍ତମ ସ୍ଥିତି ଓ ଖାଦ୍ୟ ଶୃଙ୍ଖଳା ରକ୍ଷା କରିବାରେ ନୀଳରକ୍ତ କଙ୍କଡ଼ାଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ। ଶିଳ୍ପୀ କେଶୁଦାସଙ୍କ ମତରେ, ଛୋଟ ବେଳେ ନଦୀ ମୁହାଣ ଓ ଆଖପାଖ ସମୁଦ୍ରକୂଳରେ ଅସଂଖ୍ୟ ନୀଳରକ୍ତ କଙ୍କଡ଼ା ଦେଖିବାକୁ ମିଳୁଥିଲା। ଏବେ ପ୍ରାୟ ବିଲୁପ୍ତ। ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ ତଥା ବେସରକାରୀ କ୍ଷେତ୍ରରେ ନୀଳରକ୍ତ କଙ୍କଡ଼ାକୁ ବଞ୍ଚାଇ ରଖିବା ପାଇଁ ସଚେତନତା ସହ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ପ୍ରକାଶ କରିଛନ୍ତି।

ମାନସ ବିଶ୍ୱାଳ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri