ଶିକ୍ଷାନୁଷ୍ଠାନରେ ବନ୍ଧୁମିଳନ

ଏବେ ପ୍ରାୟ ଶିକ୍ଷାନୁଷ୍ଠାନରେ ପୁରୁଣା ସହପାଠୀମାନେ ଏକତ୍ରିତ ହେବାକୁ ଆଗ୍ରହୀ। ସେମାନେ ସମସ୍ତେ ବର୍ତ୍ତମାନର ବରିଷ୍ଠ ନାଗରିକ। କାରଣ ଏ ପ୍ରକାର ବନ୍ଧୁ ମିଳନର ଆୟୋଜନ ସାଧାରଣତଃ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କିମ୍ବା ହୀରକ ଜୟନ୍ତୀରେ କରାଯାଇଥାଏ। ଉପସ୍ଥିତ ବନ୍ଧୁମାନେ ଦୀର୍ଘାୟୁ ନତୁବା ଅବସରପ୍ରାପ୍ତ। ଏକାଠିହେଲେ ବୟସ ଭୁଲିଯାଇ ପିଲାଦିନ ଦିଶିଯାଏ। ଅନୁଷ୍ଠାନକୁ ଦେଖି ସ୍ମୃତି ରୋମନ୍ଥନର ଅବକାଶ ମିଳେ। ଆମ ଶିକ୍ଷାୟତନ, ଯାହା ଏବେ ଦେଖୁଛେ ତାକୁ ତୁଳନା କରିହୁଏନି। ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ଘର କୋଠା, ଚଟାଣ ମାର୍ବଲ ବା ଟାଇଲ। ପରିବେଶ ଚକାଚକ। କିନ୍ତୁ ଆମ ସମୟର ଗଛ ଛାଇ ଭରା ସ୍କୁଲ ପରିସର ବିରଳ। ପିଲାମାନଙ୍କର ି ଆଗଭଳି ବ୍ୟାଗ ବସ୍ତାନି ନାହିଁ। ଶିକ୍ଷକ ହେଉ କି ଶିକ୍ଷାର୍ଥୀ ହୁଅନ୍ତୁ ସମସ୍ତଙ୍କର ହାବଭାବ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ବତନ୍ତ୍ର। ସେତେବେଳର ଛାଟ ଆଉ ନାହିଁ। ମୋଟାମୋଟି କହିବାକୁ ଗଲେ ଶିକ୍ଷାନୁଷ୍ଠାନଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ପରଠାରୁ ପିଲାମାନେ ସ୍ବାଧୀନ। ଆମ ସମୟର ପାଠର ଆଲୋଚନା ଅପେକ୍ଷା ଏବକାର ପାଠର ଆଲୋଚନା ସମ୍ପୂର୍ଣ୍ଣ ଭିନ୍ନ ଓ ବିଦ୍ୟାଳୟ ବହୁମୁଖୀ ଶିକ୍ଷା ବ୍ୟବସ୍ଥାର ଚଳଣିରେ ବନ୍ଧା। ସେତେବେଳର ଖେଳ ବି ବଦଳିଗଲାଣି। ଛାତ୍ରୀଛାତ୍ର ପଢନ୍ତୁ ବା ନ ପଢନ୍ତୁ ମାଡ଼ ଧମକ ଦେବାର ତ ନାହିଁ। ପରୀକ୍ଷାରେ ଆଉ ଫେଲ୍‌ କେହି ହେବେନି। ପଢ଼ିବେ ଶ୍ରେଣୀ ଡେଇଁବେ। ପଢ଼ା ପିଲା ତ ପଢ଼ିବେ, ନ ପଢ଼ା ପିଲା ଆଉ ପଢ଼ିବାରେ ମନ ଦେବେ ବା କାହିଁକ!
ଉପସ୍ଥିତ ପୂର୍ବତନ ଛାତ୍ରମାନେ ବହୁ ବୟସ୍କ ହେତୁ ବିଦ୍ୟାଳୟର ଶିକ୍ଷକଙ୍କଠାରୁ ମଧ୍ୟ ବହୁତ ବଡ଼ ଏପରିକି ସେମାନଙ୍କର ପିତୃତୁଲ୍ୟ। କେତେକ କ୍ଷେତ୍ରରେ ଛାତ୍ରଟିଏ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇଥିଲେ, ତାହା ପୁଣି ଯଦି ଶିକ୍ଷା ବିଭାଗରେ ହୋଇଥାଏ, ସେତେବେଳେ ସେ ଛାତ୍ରଟି ଶିକ୍ଷକଙ୍କଠାରୁ ବେଶ୍‌ କିଛି ଅଧିକ ସମ୍ମାନ ପାଇଥାଏ। ଉପସ୍ଥିତ ବନ୍ଧୁଙ୍କ ଭିତରେ ଥାଇପାରନ୍ତି ବହୁ ଉଚ୍ଚ ପଦ ପଦବୀଧାରୀ ଅବସରପ୍ରାପ୍ତ ସରକାରୀ ଓ ବେସରକାରୀ କର୍ମଚାରୀ। ଥାଆନ୍ତି ଡାକ୍ତର, ଇଞ୍ଜିନିୟର, ଆଡଭୋକେଟ, ବିଭିନ୍ନ ନାମୀଦାମୀ କମ୍ପାନୀର ମ୍ୟାନେଜର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଏବଂ ବଡ଼ ବଡ଼ ଶିକ୍ଷାବିତ୍‌, ରାଜନେତା ଓ ପ୍ରଶାସନିକ ଅଧିକାରୀ। ମିଳନ, କଥୋପକଥନରୁ ମିଳେ ସେ ସବୁର ପରିଚୟ।
ସମସ୍ତଙ୍କର ପିଲାଙ୍କୁ ଚେତାବନି, ଆମେ କାଲି ତୁମପରି ଛୋଟ ପିଲା ଥିଲୁ। ଆଜି କିଏ କ’ଣ ? ଆଗକୁ ତୁମେ ସବୁ ଏପରି ହେବ। ତୁମ ହାତରେ ତୁମ ଭବିଷ୍ୟତ। ଏଣିକି ଦେଖିବାକୁ ରହୁଛି ଆମ ସ୍କୁଲ ପିଲାମାନେ ତହୁଁ ବଡା ତହୁଁ ବଡା ହୋଇ ଆମ୍ଭଠାରୁ ବଡ଼ ବଡ଼ ଚାକିରି କରିବେ। କିଏ ପ୍ରଶାସକ, କିଏ ରାଜନେତା, କିଏ ଶିଳ୍ପପତି ଇତ୍ୟାଦି ବହୁତ କିଛି। ଆମେ ଆଜି ଯେପରି ଏଠି ଆମ ନାତି ନାତୁଣୀଙ୍କୁ ଦେଖୁଛୁ, ତୁମେ ସେପରି ସୁଯୋଗ ମିଳିଲେ ଏଠି ଆସି ତୁମ୍ଭ ଦାୟାଦଙ୍କୁ ଦେଖିପାରିବ। ବିଦ୍ୟାଳୟର ସୁଖ୍ୟାତି ବ୍ୟାପିବ।
ଆମ ବିଦ୍ୟାଳୟକୁ ଗୋଟିଏ ପରିବାର ଭାବିଲେ, ଜାଣିପାରିବା ଯେ ସମସ୍ତେ ସମସ୍ତଙ୍କର ନିଜର। ବାହାରେ କେହି ଦେଖାହୋଇ ଯେବେ ଜଣାଯାଏ ସେ ଆମ ସ୍କୁଲର ସେତେବେଳେ ଛାତି କିପରି ଫୁଲି ଉଠେ, ତାହା କେବଳ ଅନୁଭବୀ ହିଁ କେବଳ ଜାଣି ପାରିବେ। ଜଣେ ବ୍ୟକ୍ତି ତାଙ୍କ ଭାଷଣରେ କହୁଥାନ୍ତି ସେହିପରି ଏକ କଥା। ସେ ଜେଏନ୍‌ୟୁ, ଦିଲ୍ଲୀରେ ପ୍ରଫେସର ଥାଆନ୍ତି। ହଠାତ ଜଣେ ଓଡ଼ିଆ ଦେଖାହେଲେ। ଖୁସି ଲାଗିଲା। କଥାବାର୍ତ୍ତାରୁ ସେ ଯେତେବେଳେ ଜାଣିଲେ ପିଲାଟି ଆମ ଏଇ ସ୍କୁଲର ଛାତ୍ର ସେତେବେଳେ ଆଉ ବ୍ୟବଧାନ ରହିଲା ନାହିଁ। ଦ୍ୱିଧା ନ ରଖି କୁଣ୍ଢାଇ ପକାଇଲେ ଆଉ ଘରକୁ ଯିବାକୁ ବାଧ୍ୟ କଲେ। ଏଇ ତ ଅତ୍ମୀୟତା। କହିଲେ ପିଲେ ତୁମେ ଆମେ ଆଉ ଯିଏ ବି ଏ ସ୍କୁଲର ଛାତ୍ର ସମସ୍ତେ ଆମେ ଭାଇ ଭାଇ ପରି। ଏହାଠୁ ଆନନ୍ଦ ଆଉ କ’ଣ ଥାଇପାରେ।
ଏହିପରି ବହୁ ଅନୁଭୂତିସମ୍ପନ୍ନ ଭାଷଣ ଶୁଣି ଶୁଣି ବିଦ୍ୟାଳୟର ଉତ୍ସବ ସରି ସରି ଆସେ। ପ୍ରାୟ ସମସ୍ତଙ୍କ ହାତରେ ବାଡ଼ି। ଅନ୍ଧର ଲଉଡ଼ି ଚାଲିବାର ସାହାରା ସେ। ପରେ ବହୁ ଆଲୋଚନା। ପିଲାମାନେ କାହାର କିଏ କେଉଁଠି ଅଛନ୍ତି, କିପରି ଜୀବନ ଚାଲିଛି, କାହାର ଜୀବନସାଥୀ ଲୁଚିଗଲେଣି ତ କାହାର ଶଯ୍ୟାଶାୟୀ। ଏସବୁ ଆଲୋଚନା ମଧ୍ୟରେ ଥାଏ, ଅମୁକ କାହିଁକି ଆସିଲାନି। ସେ ଭଲ ଅଛି ତ ? ସେ କ’ଣ ଅଛି, ଚାରି ପାଞ୍ଚ ବର୍ଷ ଆଗରୁ ପରା ଚାଲିଗଲାଣି ଇତ୍ୟାଦିର ମନ ଖୋଲା କଥୋପକଥନ, ଆଲୋଚନା ଶିଥିଳ ପ୍ରାଣରେ କାତରତା ଭରିଦିଏ। ସେ ସ୍କୁଲ ଜୀବନରେ କେତେ ଆମୋଦ ପ୍ରମୋଦ ଦେଇପାରୁଥିଲା ତାହା ସ୍ମୃତିରେ ଆସେ। ଏସବୁ ସତ୍ତ୍ୱେ, ଯେତେବେଳେ ସଭା ସରି ସରି ଆସେ, ଝିଅ ବିଦାୟ ସମୟ ପରି ଲାଗେ। ସତେଯେପରି ଆଖି ସେ ସବୁର ସାକ୍ଷୀ। କେହି ଲୁହ ଗଡାନ୍ତିନି ସତ ହେଲେ ଚାହାଣି କଥା କହେ। ଆଉ ଦେଖା ହବ କି ନାହିଁ ତା’ ଭଗବାନଙ୍କୁ ଜଣା। ବିଦାୟକୁ ସ୍ବାଗତ ନ ଜଣାଇ କୋଳେଇ ନେଉଥିବା ବା ଯିବାକୁ ବାଧ୍ୟ ହେଉଥିବାର ଉପଲବ୍ଧି ଆସେ। ଘରକୁ ଗଲେ ମଧ୍ୟ ସେ ଦିନର ଅନୁଭୂତି, ଆଲୋଚନା ମନରେ ବେଶ୍‌ କିଛିଦିନ ଗୁଞ୍ଜରିତ ହୁଏ। ଆରେ ସେ ତ ଭଲ ପଢୁଥିଲା, କାହିଁକି ଗାଁରେ ଶିକ୍ଷକ ଚାକିରିଟିଏ କଲା। ପଢ଼ିବା ପଢ଼େଇବାରେ ଯାହାର ଆନନ୍ଦ ସେ ବା ଅନ୍ୟ ଚାକିରି କରନ୍ତା କାହିଁକି? ଅର୍ଥ ପଛରେ ନ ଧାଇଁ ନିଜ ମନର ଶାନ୍ତି ପାଇଁ ସେ ଧାଇଁଛି। ସବୁବେଳେ ପଢୁଥାଏ, ଆଉ ପିଲାଙ୍କ ଗହଣରେ ଦିନ କାଟିଦିଏ। ଅବଶ୍ୟ ଯେତେବେଳେ ପିଲାଟିଏ ଆସି ତା’ର ପାଦଧୂଳି ନେଲା, ତା’ର କି ଆନନ୍ଦ। ପିଲାଟିପରା ଜିଲାପାଳ। ଛାତି ତା’ର କୁଣ୍ଢେମୋଟ ହୋଇଯାଉଥାଏ। ସତରେ ଭଲ ଶିକ୍ଷକର ଆଦର କାହିଁ କେତେ ଉପରେ।
ଭଲ ଶିକ୍ଷକର ଆନନ୍ଦ ଛାତ୍ରର ପ୍ରଗତିରେ। ମୋ ଛାତ୍ର ଜଣେ ଜିଲାପାଳ କହିଲା ବେଳକୁ ନିଜେ ରାଜ୍ୟବିହୀନ ରାଜା ସାଜିଯାଏ। ଶିକ୍ଷା ବିକାଶର ବାଟ ଦେଖାଏ। ଭବିଷ୍ୟତ ଗଢ଼ିଦିଏ। ଏ ସବୁର ଆସ୍ଥାନ ହେଉଛି ଏହି ବିଦ୍ୟାଳୟ। ଅନ୍ୟ ଅନୁଷ୍ଠାନଠାରୁ ଏହା ସ୍ବତନ୍ତ୍ର, ଭିନ୍ନ। କାରଣ ପୃଥିବୀରେ ଯେତେ ଅନୁଷ୍ଠାନ ଅଛି ସେ ସବୁର ପରିଚାଳକଙ୍କର ପ୍ରଥମ ଶିକ୍ଷାଦାତା ହେଉଛି ଏହିପରି ଗୋଟିଏ ଗୋଟିଏ ସ୍କୁଲ। ସର୍ବଶେଷରେ ପୁରୁଣା ସ୍ମୃତି କିଛିଦିନ ପ୍ରତ୍ୟେକଙ୍କର ମନକୁ ଆନ୍ଦୋଳିତ କରେ। ଅତୀତ ଓ ବର୍ତ୍ତମାନକୁ ମନ ଆପେ ଆପେ ଆଗକୁ ଆଣେ। ସମୟ ଯେହେତୁ ସବୁଠାରୁ ବଳବାନ୍‌, ପ୍ରତ୍ୟେକ ମନୁଷ୍ୟ ତା’ର ସାମାଜିକ ଓ ସାଂସାରିକ ଚଳଣି ଭିତରେ ମନକୁ ମନ ନିଜକୁ ହଜାଇଦିଏ ଓ ବୁଝିଯାଏ।
ଗୁଣ୍ଡିଚା ବିହାର, ପୁରୀ,
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri