ଶିକ୍ଷାନୁଷ୍ଠାନରେ ବନ୍ଧୁମିଳନ

ଏବେ ପ୍ରାୟ ଶିକ୍ଷାନୁଷ୍ଠାନରେ ପୁରୁଣା ସହପାଠୀମାନେ ଏକତ୍ରିତ ହେବାକୁ ଆଗ୍ରହୀ। ସେମାନେ ସମସ୍ତେ ବର୍ତ୍ତମାନର ବରିଷ୍ଠ ନାଗରିକ। କାରଣ ଏ ପ୍ରକାର ବନ୍ଧୁ ମିଳନର ଆୟୋଜନ ସାଧାରଣତଃ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ କିମ୍ବା ହୀରକ ଜୟନ୍ତୀରେ କରାଯାଇଥାଏ। ଉପସ୍ଥିତ ବନ୍ଧୁମାନେ ଦୀର୍ଘାୟୁ ନତୁବା ଅବସରପ୍ରାପ୍ତ। ଏକାଠିହେଲେ ବୟସ ଭୁଲିଯାଇ ପିଲାଦିନ ଦିଶିଯାଏ। ଅନୁଷ୍ଠାନକୁ ଦେଖି ସ୍ମୃତି ରୋମନ୍ଥନର ଅବକାଶ ମିଳେ। ଆମ ଶିକ୍ଷାୟତନ, ଯାହା ଏବେ ଦେଖୁଛେ ତାକୁ ତୁଳନା କରିହୁଏନି। ପ୍ରାୟ ସବୁ ଶିକ୍ଷାନୁଷ୍ଠାନ ଘର କୋଠା, ଚଟାଣ ମାର୍ବଲ ବା ଟାଇଲ। ପରିବେଶ ଚକାଚକ। କିନ୍ତୁ ଆମ ସମୟର ଗଛ ଛାଇ ଭରା ସ୍କୁଲ ପରିସର ବିରଳ। ପିଲାମାନଙ୍କର ି ଆଗଭଳି ବ୍ୟାଗ ବସ୍ତାନି ନାହିଁ। ଶିକ୍ଷକ ହେଉ କି ଶିକ୍ଷାର୍ଥୀ ହୁଅନ୍ତୁ ସମସ୍ତଙ୍କର ହାବଭାବ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ବତନ୍ତ୍ର। ସେତେବେଳର ଛାଟ ଆଉ ନାହିଁ। ମୋଟାମୋଟି କହିବାକୁ ଗଲେ ଶିକ୍ଷାନୁଷ୍ଠାନଗୁଡିକ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ପରଠାରୁ ପିଲାମାନେ ସ୍ବାଧୀନ। ଆମ ସମୟର ପାଠର ଆଲୋଚନା ଅପେକ୍ଷା ଏବକାର ପାଠର ଆଲୋଚନା ସମ୍ପୂର୍ଣ୍ଣ ଭିନ୍ନ ଓ ବିଦ୍ୟାଳୟ ବହୁମୁଖୀ ଶିକ୍ଷା ବ୍ୟବସ୍ଥାର ଚଳଣିରେ ବନ୍ଧା। ସେତେବେଳର ଖେଳ ବି ବଦଳିଗଲାଣି। ଛାତ୍ରୀଛାତ୍ର ପଢନ୍ତୁ ବା ନ ପଢନ୍ତୁ ମାଡ଼ ଧମକ ଦେବାର ତ ନାହିଁ। ପରୀକ୍ଷାରେ ଆଉ ଫେଲ୍‌ କେହି ହେବେନି। ପଢ଼ିବେ ଶ୍ରେଣୀ ଡେଇଁବେ। ପଢ଼ା ପିଲା ତ ପଢ଼ିବେ, ନ ପଢ଼ା ପିଲା ଆଉ ପଢ଼ିବାରେ ମନ ଦେବେ ବା କାହିଁକ!
ଉପସ୍ଥିତ ପୂର୍ବତନ ଛାତ୍ରମାନେ ବହୁ ବୟସ୍କ ହେତୁ ବିଦ୍ୟାଳୟର ଶିକ୍ଷକଙ୍କଠାରୁ ମଧ୍ୟ ବହୁତ ବଡ଼ ଏପରିକି ସେମାନଙ୍କର ପିତୃତୁଲ୍ୟ। କେତେକ କ୍ଷେତ୍ରରେ ଛାତ୍ରଟିଏ ଉଚ୍ଚ ପଦ ପଦବୀରେ ଅଧିଷ୍ଠିତ ହୋଇଥିଲେ, ତାହା ପୁଣି ଯଦି ଶିକ୍ଷା ବିଭାଗରେ ହୋଇଥାଏ, ସେତେବେଳେ ସେ ଛାତ୍ରଟି ଶିକ୍ଷକଙ୍କଠାରୁ ବେଶ୍‌ କିଛି ଅଧିକ ସମ୍ମାନ ପାଇଥାଏ। ଉପସ୍ଥିତ ବନ୍ଧୁଙ୍କ ଭିତରେ ଥାଇପାରନ୍ତି ବହୁ ଉଚ୍ଚ ପଦ ପଦବୀଧାରୀ ଅବସରପ୍ରାପ୍ତ ସରକାରୀ ଓ ବେସରକାରୀ କର୍ମଚାରୀ। ଥାଆନ୍ତି ଡାକ୍ତର, ଇଞ୍ଜିନିୟର, ଆଡଭୋକେଟ, ବିଭିନ୍ନ ନାମୀଦାମୀ କମ୍ପାନୀର ମ୍ୟାନେଜର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ଏବଂ ବଡ଼ ବଡ଼ ଶିକ୍ଷାବିତ୍‌, ରାଜନେତା ଓ ପ୍ରଶାସନିକ ଅଧିକାରୀ। ମିଳନ, କଥୋପକଥନରୁ ମିଳେ ସେ ସବୁର ପରିଚୟ।
ସମସ୍ତଙ୍କର ପିଲାଙ୍କୁ ଚେତାବନି, ଆମେ କାଲି ତୁମପରି ଛୋଟ ପିଲା ଥିଲୁ। ଆଜି କିଏ କ’ଣ ? ଆଗକୁ ତୁମେ ସବୁ ଏପରି ହେବ। ତୁମ ହାତରେ ତୁମ ଭବିଷ୍ୟତ। ଏଣିକି ଦେଖିବାକୁ ରହୁଛି ଆମ ସ୍କୁଲ ପିଲାମାନେ ତହୁଁ ବଡା ତହୁଁ ବଡା ହୋଇ ଆମ୍ଭଠାରୁ ବଡ଼ ବଡ଼ ଚାକିରି କରିବେ। କିଏ ପ୍ରଶାସକ, କିଏ ରାଜନେତା, କିଏ ଶିଳ୍ପପତି ଇତ୍ୟାଦି ବହୁତ କିଛି। ଆମେ ଆଜି ଯେପରି ଏଠି ଆମ ନାତି ନାତୁଣୀଙ୍କୁ ଦେଖୁଛୁ, ତୁମେ ସେପରି ସୁଯୋଗ ମିଳିଲେ ଏଠି ଆସି ତୁମ୍ଭ ଦାୟାଦଙ୍କୁ ଦେଖିପାରିବ। ବିଦ୍ୟାଳୟର ସୁଖ୍ୟାତି ବ୍ୟାପିବ।
ଆମ ବିଦ୍ୟାଳୟକୁ ଗୋଟିଏ ପରିବାର ଭାବିଲେ, ଜାଣିପାରିବା ଯେ ସମସ୍ତେ ସମସ୍ତଙ୍କର ନିଜର। ବାହାରେ କେହି ଦେଖାହୋଇ ଯେବେ ଜଣାଯାଏ ସେ ଆମ ସ୍କୁଲର ସେତେବେଳେ ଛାତି କିପରି ଫୁଲି ଉଠେ, ତାହା କେବଳ ଅନୁଭବୀ ହିଁ କେବଳ ଜାଣି ପାରିବେ। ଜଣେ ବ୍ୟକ୍ତି ତାଙ୍କ ଭାଷଣରେ କହୁଥାନ୍ତି ସେହିପରି ଏକ କଥା। ସେ ଜେଏନ୍‌ୟୁ, ଦିଲ୍ଲୀରେ ପ୍ରଫେସର ଥାଆନ୍ତି। ହଠାତ ଜଣେ ଓଡ଼ିଆ ଦେଖାହେଲେ। ଖୁସି ଲାଗିଲା। କଥାବାର୍ତ୍ତାରୁ ସେ ଯେତେବେଳେ ଜାଣିଲେ ପିଲାଟି ଆମ ଏଇ ସ୍କୁଲର ଛାତ୍ର ସେତେବେଳେ ଆଉ ବ୍ୟବଧାନ ରହିଲା ନାହିଁ। ଦ୍ୱିଧା ନ ରଖି କୁଣ୍ଢାଇ ପକାଇଲେ ଆଉ ଘରକୁ ଯିବାକୁ ବାଧ୍ୟ କଲେ। ଏଇ ତ ଅତ୍ମୀୟତା। କହିଲେ ପିଲେ ତୁମେ ଆମେ ଆଉ ଯିଏ ବି ଏ ସ୍କୁଲର ଛାତ୍ର ସମସ୍ତେ ଆମେ ଭାଇ ଭାଇ ପରି। ଏହାଠୁ ଆନନ୍ଦ ଆଉ କ’ଣ ଥାଇପାରେ।
ଏହିପରି ବହୁ ଅନୁଭୂତିସମ୍ପନ୍ନ ଭାଷଣ ଶୁଣି ଶୁଣି ବିଦ୍ୟାଳୟର ଉତ୍ସବ ସରି ସରି ଆସେ। ପ୍ରାୟ ସମସ୍ତଙ୍କ ହାତରେ ବାଡ଼ି। ଅନ୍ଧର ଲଉଡ଼ି ଚାଲିବାର ସାହାରା ସେ। ପରେ ବହୁ ଆଲୋଚନା। ପିଲାମାନେ କାହାର କିଏ କେଉଁଠି ଅଛନ୍ତି, କିପରି ଜୀବନ ଚାଲିଛି, କାହାର ଜୀବନସାଥୀ ଲୁଚିଗଲେଣି ତ କାହାର ଶଯ୍ୟାଶାୟୀ। ଏସବୁ ଆଲୋଚନା ମଧ୍ୟରେ ଥାଏ, ଅମୁକ କାହିଁକି ଆସିଲାନି। ସେ ଭଲ ଅଛି ତ ? ସେ କ’ଣ ଅଛି, ଚାରି ପାଞ୍ଚ ବର୍ଷ ଆଗରୁ ପରା ଚାଲିଗଲାଣି ଇତ୍ୟାଦିର ମନ ଖୋଲା କଥୋପକଥନ, ଆଲୋଚନା ଶିଥିଳ ପ୍ରାଣରେ କାତରତା ଭରିଦିଏ। ସେ ସ୍କୁଲ ଜୀବନରେ କେତେ ଆମୋଦ ପ୍ରମୋଦ ଦେଇପାରୁଥିଲା ତାହା ସ୍ମୃତିରେ ଆସେ। ଏସବୁ ସତ୍ତ୍ୱେ, ଯେତେବେଳେ ସଭା ସରି ସରି ଆସେ, ଝିଅ ବିଦାୟ ସମୟ ପରି ଲାଗେ। ସତେଯେପରି ଆଖି ସେ ସବୁର ସାକ୍ଷୀ। କେହି ଲୁହ ଗଡାନ୍ତିନି ସତ ହେଲେ ଚାହାଣି କଥା କହେ। ଆଉ ଦେଖା ହବ କି ନାହିଁ ତା’ ଭଗବାନଙ୍କୁ ଜଣା। ବିଦାୟକୁ ସ୍ବାଗତ ନ ଜଣାଇ କୋଳେଇ ନେଉଥିବା ବା ଯିବାକୁ ବାଧ୍ୟ ହେଉଥିବାର ଉପଲବ୍ଧି ଆସେ। ଘରକୁ ଗଲେ ମଧ୍ୟ ସେ ଦିନର ଅନୁଭୂତି, ଆଲୋଚନା ମନରେ ବେଶ୍‌ କିଛିଦିନ ଗୁଞ୍ଜରିତ ହୁଏ। ଆରେ ସେ ତ ଭଲ ପଢୁଥିଲା, କାହିଁକି ଗାଁରେ ଶିକ୍ଷକ ଚାକିରିଟିଏ କଲା। ପଢ଼ିବା ପଢ଼େଇବାରେ ଯାହାର ଆନନ୍ଦ ସେ ବା ଅନ୍ୟ ଚାକିରି କରନ୍ତା କାହିଁକି? ଅର୍ଥ ପଛରେ ନ ଧାଇଁ ନିଜ ମନର ଶାନ୍ତି ପାଇଁ ସେ ଧାଇଁଛି। ସବୁବେଳେ ପଢୁଥାଏ, ଆଉ ପିଲାଙ୍କ ଗହଣରେ ଦିନ କାଟିଦିଏ। ଅବଶ୍ୟ ଯେତେବେଳେ ପିଲାଟିଏ ଆସି ତା’ର ପାଦଧୂଳି ନେଲା, ତା’ର କି ଆନନ୍ଦ। ପିଲାଟିପରା ଜିଲାପାଳ। ଛାତି ତା’ର କୁଣ୍ଢେମୋଟ ହୋଇଯାଉଥାଏ। ସତରେ ଭଲ ଶିକ୍ଷକର ଆଦର କାହିଁ କେତେ ଉପରେ।
ଭଲ ଶିକ୍ଷକର ଆନନ୍ଦ ଛାତ୍ରର ପ୍ରଗତିରେ। ମୋ ଛାତ୍ର ଜଣେ ଜିଲାପାଳ କହିଲା ବେଳକୁ ନିଜେ ରାଜ୍ୟବିହୀନ ରାଜା ସାଜିଯାଏ। ଶିକ୍ଷା ବିକାଶର ବାଟ ଦେଖାଏ। ଭବିଷ୍ୟତ ଗଢ଼ିଦିଏ। ଏ ସବୁର ଆସ୍ଥାନ ହେଉଛି ଏହି ବିଦ୍ୟାଳୟ। ଅନ୍ୟ ଅନୁଷ୍ଠାନଠାରୁ ଏହା ସ୍ବତନ୍ତ୍ର, ଭିନ୍ନ। କାରଣ ପୃଥିବୀରେ ଯେତେ ଅନୁଷ୍ଠାନ ଅଛି ସେ ସବୁର ପରିଚାଳକଙ୍କର ପ୍ରଥମ ଶିକ୍ଷାଦାତା ହେଉଛି ଏହିପରି ଗୋଟିଏ ଗୋଟିଏ ସ୍କୁଲ। ସର୍ବଶେଷରେ ପୁରୁଣା ସ୍ମୃତି କିଛିଦିନ ପ୍ରତ୍ୟେକଙ୍କର ମନକୁ ଆନ୍ଦୋଳିତ କରେ। ଅତୀତ ଓ ବର୍ତ୍ତମାନକୁ ମନ ଆପେ ଆପେ ଆଗକୁ ଆଣେ। ସମୟ ଯେହେତୁ ସବୁଠାରୁ ବଳବାନ୍‌, ପ୍ରତ୍ୟେକ ମନୁଷ୍ୟ ତା’ର ସାମାଜିକ ଓ ସାଂସାରିକ ଚଳଣି ଭିତରେ ମନକୁ ମନ ନିଜକୁ ହଜାଇଦିଏ ଓ ବୁଝିଯାଏ।
ଗୁଣ୍ଡିଚା ବିହାର, ପୁରୀ,
ମୋ: ୮୨୪୯୦୮୨୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

ଅକ୍ଟୋବରଠୁ ୩ ରାଶିଙ୍କୁ କଲବଲ କରିବେ କେତୁ! ଦେଖାଯିବ ଆର୍ଥିକ ସଙ୍କଟ, ଯାହା ଇନ୍‌କମ କରିବେ ସବୁ ଚାଲିଯିବ…

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ କେତୁଙ୍କ ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୩ ଅକ୍ଟୋବର ୨୦୨୬ରେ କେତୁ ମଘା ନକ୍ଷତ୍ରର…

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?