ସମବାୟରେ ନିର୍ବାଚିତ ପ୍ରତିନିଧି ପଦର ମହତ୍ତ୍ୱ

ଯେତେବେଳେ ଜଣେ ବ୍ୟକ୍ତି ପ୍ରତିନିଧି ପଦରେ ନିର୍ବାଚିତ ହୁଅନ୍ତି, ସେତେବେଳେ ସେ ତାଙ୍କର ଇଚ୍ଛାକୁ ପ୍ରତିନିଧିତ୍ୱ କରନ୍ତି ନାହିଁ। ସେ ପ୍ରକୃତରେ ନିଜକୁ ନିର୍ବାଚିତ କରିଥିବା ଜନତାଙ୍କର ଆଶା, ଆକାଂକ୍ଷା, ଅଭାବ ଅସୁବିଧା ଓ ଅଧିକାରକୁ ହିଁ ପ୍ରତିନିଧିତ୍ୱ କରିଥାନ୍ତି। ଯେଉଁ ସମୟରେ ଜଣେ ସ୍ବୟଂଶାସିତ ଗଣତାନ୍ତ୍ରିକ ସଂସ୍ଥା କିମ୍ବା ଅନ୍ୟ ସମସ୍ତ ସ୍ଥାନୀୟ ଗଣତାନ୍ତ୍ରିକ ସଂସ୍ଥା ଏପରିକି ବିଧାନ ପରିଷଦ ପ୍ରତିନିଧି ପଦରେ ନିର୍ବାଚିତ ହୁଅନ୍ତି, ସେହି ସମୟଠାରୁ ସେ ନିଜର ଅହଂ ବା ସ୍ବୟଂର ଚାହିଦାକୁ ସମ୍ପୂର୍ଣ୍ଣ ରୂପେ ବିଲୀନ କରିବା ଆବଶ୍ୟକ। ଏହି ପ୍ରତିନିଧିମାନଙ୍କର ଅଧିକାର ପ୍ରାପ୍ତି ଲାଗି ନିରବଚ୍ଛିନ୍ନ ଭାବେ ସଂଗ୍ରାମ କରିବାର ଆବଶ୍ୟକ ରହିଛି। ଏହିଠାରୁ ହିଁ ସ୍ବୟଂଶାସନ ସଂସ୍ଥାରେ ଆମତ୍ଶାସନ ପ୍ରକ୍ରିୟାର ଆରମ୍ଭ ହୁଏ। ଯେତେବେଳେ ଜଣେ ବ୍ୟକ୍ତି ପ୍ରତିନିଧି ପଦରେ ନିର୍ବାଚିତ ହୁଅନ୍ତି, ସେତେବେଳେ ସେ ନିଜକୁ ନିୟନ୍ତ୍ରିଣ କରିବା ଦରକାର। ସେ ନିଜେ ପ୍ରକାଶ କରିବା ଉଚିତ୍‌ ଯେ ତାଙ୍କର ଇଚ୍ଛା ବା ଅଭିଳାଷ ବୋଲି କିଛି ନାହିଁ। ତାଙ୍କ ପାଇଁ ଯାହା ନିହାତି ଆବଶ୍ୟକ ତାକୁ ସ୍ଥଗିତ ରଖାଯାଇ ତାଙ୍କୁ ନିର୍ବାଚିତ କରିଥିବା ବ୍ୟକ୍ତିଙ୍କୁ ପ୍ରାପ୍ତ ହେଉ ବୋଲି ସ୍ବୀକାର କରିବା ଆବଶ୍ୟକ। ନିର୍ବାଚିତ ପ୍ରତିନିଧିଙ୍କ ଅଧିକାର ତାଙ୍କୁ ନିର୍ବାଚିତ କରିଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ବିନିଯୁକ୍ତ ହୋଇ ସେହିମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ଉଚିତ୍‌।
ପ୍ରତିନିଧି ପଦରେ ନିହିତ ଥିବା ଏହି ସମସ୍ତ ଅବଧାରିତ ତାତ୍ପର୍ଯ୍ୟ ଓ ମହତ୍ତ୍ୱର ମୂଲ୍ୟବୋଧକୁ ଉପଲବ୍‌ଧି କରିବା ଏକାନ୍ତ ପ୍ରୟୋଜନ। ମାତ୍ର ଏହା ନ କରିବା ଯୋଗୁ, ଆମେମାନେ ବହୁ ସମୟରେ ଦେଖୁ ଯେ, ଅନେକ ବ୍ୟକ୍ତି ପ୍ରଭାବଶାଳୀ ସ୍ଥାନରେ ଅବସ୍ଥାପିତ ରହି ଅଥବା ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦ ପଦବୀରେ ଅବସ୍ଥାପିତ ହୋଇ ସେମାନଙ୍କର ଅଭିଳାଷକୁ ପ୍ରୟୋଗ କରନ୍ତି କିମ୍ବା ସମାଜ ବା ସଂସ୍ଥା ଉପରେ ଲଦି ଦିଅନ୍ତି। ଆଉ ମଧ୍ୟ ଭାବନ୍ତି ଯେ, ସେମାନେ ଯାହାକୁ ଠିକ୍‌ରୂପେ ନିର୍ଦ୍ଧାରଣ କରିଛନ୍ତି, ତାହାହିଁ ଯଥାର୍ଥ କରଣୀୟ। ଏହି ଭ୍ରାନ୍ତ ଧାରଣାରୁ ସେମାନେ ମୁକ୍ତ ହୋଇ ପ୍ରତିନିଧି ପଦର ତାତ୍ପର୍ଯ୍ୟକୁ ଅବଧାରଣା କରିବା ଉଚିତ୍‌। ପ୍ରକୃତରେ ଏହିସବୁ କ୍ଷେତ୍ରରେ ଯେତେବେଳେ ଏହି ପଦବୀରେ ଅଧିଷ୍ଠିତ ପ୍ରତିନିଧି ଅହଂର ଅଧିକାରକୁ ପ୍ରୟୋଗ କରିଥାନ୍ତି ସେତେବେଳେ କେବଳ ଏହା ସମାପ୍ତ ହୋଇ ନଥାଏ, ବରଂ ସେହି ମସୟରେ ଜନମତର ଆଶା ଆକାଂକ୍ଷା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପରିପ୍ରକାଶ ଲାଭ କରି ନିଜକୁ ବଳିଷ୍ଠ ଭାବେ ଉପସ୍ଥାପିତ ବା ସାବ୍ୟସ୍ତ କରିପାରେ।
ମନେରଖିବା ଉଚିତ୍‌ , ସମସ୍ତ ଗଣତାନ୍ତ୍ରିକ ସଂସ୍ଥା ଓ ସ୍ବୟଂଶାସିତ ଅନୁଷ୍ଠାନ ପ୍ରକୃତରେ ବିଧାନ ବା ଆଇନରୁ ହିଁ ସୃଷ୍ଟି ହୋଇଛନ୍ତି। ଏହି ପ୍ରତିଷ୍ଠାନଗୁଡ଼ିକ ବିଧାନରୁ ଉପତ୍ତ୍ତି ଲାଭ କରିଥିବାରୁ ସେଗୁଡ଼ିକର ପରିଚାଳନା ଦାୟିତ୍ୱରେ ଅଧିଷ୍ଠିତ ପଦବୀଧାରୀଙ୍କର କର୍ତ୍ତବ୍ୟ, ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ବିଶଦଭାବେ ଆଇନରେ ରହିଛି। ଏଣୁ ସେମାନେ ଯଦି ଏହି ଅଧିକାର ପ୍ରୟୋଗ କ୍ଷେତ୍ରରେ ଆଇନର ଉଲ୍ଲଂଘନ କରନ୍ତି, ତେବେ ନକାରାତ୍ମକ ପରିଣାମ ସମ୍ନାକୁ ଆସିଥାଏ। ମାତ୍ର ସେମାନଙ୍କର କାର୍ଯ୍ୟର ଏହି ପରିସୀମା ମଧ୍ୟରେ ସେମାନେ ଯେପରି ଆଇନର ଉଲ୍ଲଂଘନ ନ କରନ୍ତି ସେଥିପାଇଁ ଯତ୍ନବାନ୍‌ ହେବା ଦରକାର। ମୁଁ ବିଶ୍ୱାସ କରେ ଯେ, ଆଇନର ସଂରକ୍ଷଣ ନ ହେଲେ ପ୍ରକୃତ ମୁକ୍ତି ପ୍ରଦାନ କରେନାହିଁ। ଏହି କ୍ଷେତ୍ରରେ ପ୍ରଖ୍ୟାତ ଇଂଲିଶ୍‌ କବି ‘ମିଲ୍‌ଟନ୍‌’ଙ୍କର ଗଣିତ ଆସ୍ଥା ବଚନିକାରୁ ଗୋଟିଏ ପଦ ଉଦ୍ଧୃତ ହେଲା ‘ଯେତେବେଳେ ସେମାନେ ମୁକ୍ତିକୁ ଅସ୍ବୀକାର ସହ ଅବ୍ୟାହତ କରନ୍ତି, ସେତେବେଳେ ସେମାନେ ନିଜକୁ ନିୟନ୍ତ୍ରିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି।’
ଉତ୍କଳ ଗୌରବ ମଧୁସୂଦନ ଦାସ ସମଗ୍ର ଭାରତରେ ମଣ୍ଟଫୋର୍ଡ ସାମ୍ବିଧାନିକ ସଂସ୍କାରର ବ୍ୟବସ୍ଥା ଅନୁସାରେ ୧୯୨୧ରେ ଏହାର ପ୍ରାରମ୍ଭିକ ପ୍ରୟୋଗ ହେବା ଅବସ୍ଥାରେ ବିହାର ଓ ଓଡ଼ିଶା ପ୍ରଦେଶର ସ୍ବାୟତ୍ତ ଶାସନ, ପୂର୍ତ୍ତ ଓ ସ୍ବାସ୍ଥ୍ୟ ବିଭାଗରେ ମନ୍ତ୍ରୀ ପଦରେ ଅଧିଷ୍ଠିତ ରହି ବିହାର ଓ ଓଡ଼ିଶାର ବିଧାନ ପରିଷଦରେ ତା୨୯.୦୭.୧୯୨୧ ସାଲରେ ଗଣତାନ୍ତ୍ରିକ ସ୍ବାୟତ୍ତ ଶାସନ ବ୍ୟବସ୍ଥା ସମ୍ପର୍କରେ ଯେଉଁ ବକ୍ତବ୍ୟ ରଖିଥିଲେ, ତହା ସମସ୍ତ ଗଣତାନ୍ତ୍ରିକ ସଂସ୍ଥା, ସମବାୟ ସଂସ୍ଥା ସହିତ ସ୍ବାୟତ୍ତ ଶାସନ ସଂସ୍ଥାମାନଙ୍କ ପ୍ରତି ପ୍ରଯୁଜ୍ୟ। ଯାହା ମଧୁସୂଦନ ଦାସଙ୍କ ମୂଳଲକ୍ଷ୍ୟ ଥିଲା ତାହା ହେଲା କୃଷି, କୃଷକ ଓ ସମବାୟ ସମିତି (ସମବାୟ ଋଣ ଆଇନ ୧୯୦୪) ପ୍ରଣୟନ ପରିପ୍ରେକ୍ଷୀରେ।
କୃଷିର ଉନ୍ନତି ବିଷୟରେ ଆମ୍ଭମାନଙ୍କୁ ଅନେକ କଥା ଚିନ୍ତା କରିବାକୁ ପଡ଼ିବ। ବର୍ତ୍ତମାନ କୃଷିଜାତ ଦ୍ରବ୍ୟର ଉପତ୍ାଦନ ବିଷୟରେ ଆମ୍ଭମାନଙ୍କ ଦ୍ୱାରା ଏପରି ଚେଷ୍ଟା କରିବା ଆବଶ୍ୟକ, ଯାହା ଦ୍ୱାରା ଆମ ଦେଶର ଆଭ୍ୟନ୍ତରୀଣ ଅଭାବ ପୂର୍ଣ୍ଣ ହେବ ଓ ଦେଶଜାତ ଦ୍ରବ୍ୟ ବିଦେଶକୁ ପ୍ରେରିତ ହେବ। ଏ ବିଷୟରେ ବିହିତ ଉପାୟମାନ ଅବଲମ୍ବନ କରିବାକୁ ପଡ଼ିବ। ସର୍ବପ୍ରଥମେ ଓଡ଼ିଶାର ବିଭିନ୍ନ ସ୍ଥାନର ମୂର୍ତ୍ତିକାର ବିଭିନ୍ନ ଶସ୍ୟ ଉପତ୍ାଦିକା ଶକ୍ତି ଜାଣି କେଉଁ ଅଞ୍ଚଳ ମୃତ୍ତିକା କେଉଁ ଫସଲ ପାଇଁ ଅନୁକୂଳ ତାହା ରାସାୟନିକ ଓ ବାସ୍ତବ କଣିକା ଦ୍ୱାରା ସ୍ଥିର କରିବାକୁ ପଡ଼ିବ। କେଉଁ ଖତ ପ୍ରୟୋଗ କଲେ ମୃତ୍ତିକାର ଉର୍ବରତା ବଢ଼ିବ, କି ପ୍ରଣାଳୀରେ ଚାଷକଲେ ପ୍ରଚୁର ଖାଦ୍ୟଶସ୍ୟ ଉପତ୍ନ୍ନ ହେବ, ଏଗୁଡ଼ିକ ସ୍ଥିର କରି କାର୍ଯ୍ୟରେ ପରିଣତ କରିବାକୁ ହେବ। କୃଷି କାର୍ଯ୍ୟରେ ମଧ୍ୟ ସମ୍ମିଳିତ ଚେଷ୍ଟା ଆବଶ୍ୟକ। ସମ୍ମିଳିତ ଚେଷ୍ଟା ଦ୍ୱାରା କୃଷିଜୀବୀମାନଙ୍କର କି ପ୍ରକାର ଉନ୍ନତି ସାଧିତ ହେବ ତହିଁର ଉଦାହରଣ ଭାରତବର୍ଷର ଚା’, କୃଷି ଇତ୍ୟାଦି ବ୍ୟବସାୟ ଉପରୋକ୍ତ କୃଷି ଦ୍ୱାରା ଇଉରୋପୀୟ ରାଷ୍ଟ୍ରର ଅନେକ କୃଷିଜୀବୀ ଲାଭବାନ୍‌ ହେଉଛନ୍ତି। ସମ୍ମିଳିତ ଚେଷ୍ଟା, ମୂଳଧନ, ଉପଯୁକ୍ତ ପରିଚାଳନା ଓ ଉତ୍କୃଷ୍ଟ ଯନ୍ତ୍ର ସାହାଯ୍ୟରେ ଆମ ଦେଶରେ କୃଷିର ଉନ୍ନତି ସାଧିତ ହୋଇପାରେ ଏହା ଆମର ବିଶ୍ୱାସ। ଭାରତବର୍ଷ ତଥା ଓଡ଼ିଶାର କୃଷକମାନେ କୃଷି ଉପରେ ନିର୍ଭର କରନ୍ତି। ଏଥିପାଇଁ ଗୋ ମହିଷାଦିଙ୍କ ସଂଖ୍ୟା ଯେପରି ବୃଦ୍ଧି ହେବ ଓ ଗରିବ କୃଷକମାନେ ଯେପରି ସାହୁକାରମାନଙ୍କର ହସ୍ତଗତ ନ ହୋଇ ସ୍ବ ସ୍ବ କୃଷିକାର୍ଯ୍ୟ କରିପାରିବେ ତାହା ବନ୍ଦୋବସ୍ତ କରିବା ଉଚିତ୍‌। ବର୍ତ୍ତମାନ ଭାରତ ସରକାରଙ୍କର ପ୍ରଚଳିତ ବ୍ୟବସ୍ଥା ଅନୁସାରେ କେତେକ ସମବାୟ ଭଣ୍ଡାର ସଂସ୍ଥାପନା କରାଇବା ନିମନ୍ତେ ପ୍ରାଦେଶିକ ସରକାରମାନେ ଯନତ୍ବାନ ଅଛନ୍ତି। ଗରିବ କୃଷକମାନେ ନିତାନ୍ତ ଲୋଭୀ ସାହୁକାରଙ୍କ ଶୋଷଣରୁ ଯେପରି ମୁକ୍ତ ହେବେ, ସେଥିପାଇଁ ଚେଷ୍ଟା କରିବା ଉଚିତ୍‌। କୃଷକମାନଙ୍କୁ ଓ କୃଷି ସେବା ସମବାୟ ସମିତିମାନଙ୍କର ପରିଚାଳନା ପରିଷଦର ସଦସ୍ୟଙ୍କୁ କୃଷି ଶିକ୍ଷା ପ୍ରଦାନ କରିବା ସର୍ବମତରେ ବାଞ୍ଛନୀୟ ଏବଂ ନାନା ବିଧି କୃଷିକାର୍ଯ୍ୟ ସେମାନଙ୍କ ଦ୍ୱାରା ଯେପରି ସାଧିତ ହୋଇପାରିବ ସେ ବିଷୟରେ ଅବଲମ୍ବନ ବିଧେୟ। ମଧୁସୂଦନ ଦାସଙ୍କର ଏହା ଥିଲା ମୂଳଲକ୍ଷ୍ୟ ଓ ଯେହେତୁ ସେ ଥିଲେ ନିର୍ବାଚିତ ପ୍ରତିନିଧି ବିହାର-ଓଡ଼ିଶା ମିଳିତ ସରକାରରେ। ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ତା୨୮.୧୨.୧୯୦୪ରିଖରେ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ସମବାୟ ଋଣ ଆଇନ ପ୍ରଣୟନକୁ ସ୍ବାଗତ କରି କଟକଠାରେ ପ୍ରଜାମାନଙ୍କ ଗହଣରେ ଭାଷଣର ଏହାଥିଲା କିଛି ଅଂଶ। ଏସବୁକୁ ତର୍ଜମା କଲେ ପ୍ରକୃତ ନିର୍ବାଚିତ ପ୍ରତିନିଧି ପଦର ତାତ୍ପର୍ଯ୍ୟ ଓ ମହତ୍ତ୍ୱ ସହଜରେ ଜନସାଧାରଣଙ୍କ ଦ୍ୱାରା ଆଦୃତ ହେବା ଜଣାପଡ଼େ।

ପ୍ରତାପ ଚନ୍ଦ୍ର ସାମଲ
ବରିଷ୍ଠ ସମବାୟବିତ୍‌
ମୋ: ୯୦୯୦୩୨୫୮୦୨


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?