ଆବାସ ପାଇଁ ଲଟେରି: ପ୍ରଥମେ ଭୁବନେଶ୍ୱରରେ ଲାଗୁ ହେବ, ମିଳିବ ଋଣ ସୁବିଧା

ଭୁବନେଶ୍ୱର,୫ା୫(ରବିନାରାୟଣ ଜେନା):ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ପକ୍କାଘର ମିଳିବ। ଏନେଇ ୨୦୨୨ରେ ଏକ ନୀତି (ସମସ୍ତଙ୍କୁ ପକ୍କାଘର) ଅଣାଯାଇଥିଲା। ମାତ୍ର ଏବେ ଏଥିରେ କେତେକ ସଂଶୋଧନ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ସମସ୍ତ ବସ୍ତିବାସିନ୍ଦା ଯେଭଳି ପ୍ରଧାନମନ୍ତ୍ରୀ ଆବାସ(ସହରାଞ୍ଚଳ)-୨ରେ ସାମିଲ ହୋଇପାରିବେ ସେଥିନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର(ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଥିବା ହିତାଧିକାରୀ ନିଶ୍ଚିତ ଭାବେ ବିଏମ୍‌ସି ଅଞ୍ଚଳର ଜଣେ ବସ୍ତିବାସିନ୍ଦା ହୋଇଥିବେ। ତାଙ୍କର କିମ୍ବା ତାଙ୍କ ପରିବାରର କାହା ନାମରେ ଭୁବନେଶ୍ୱରରେ ପକ୍କାଘର ନ ଥିବ। ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ। ହିତାଧିକାରୀ ଭାବେ ସ୍ବାମୀ, ସ୍ତ୍ରୀ କିମ୍ବା ତାଙ୍କର ସନ୍ତାନକୁ ନିଆଯାଇପାରିବ। ସେ କେନ୍ଦ୍ର, ରାଜ୍ୟ ତଥା କୌଣସି ପିଏସ୍‌ୟୁ ଚାକିରିଆ ହୋଇ ନ ଥିବେ। ଯେଉଁମାନେ ସରକାରଙ୍କ ପକ୍ଷରୁ ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ୍‌ (ଏଲ୍‌ଆର୍‌ସି) ପଟ୍ଟା ପାଇଥିବେ ସେମାନେ ଆପଣା ଛାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇପାରିବେ।
ସରକାରଙ୍କ ଏସ୍‌ଓପିରେ ରହିଛି ଯେ, ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ହେଲେ ତାଙ୍କୁ ପ୍ରଥମେ ୨୦ ପ୍ରତିଶତ ଅଗ୍ରିମ ଦେବାକୁ ପଡ଼ିବ। ଯଦି ସମ୍ପୃକ୍ତ ହିତାଧିକାରୀ ଋଣ କରିବାକୁ ଚାହିଁବେ ତେବେ ସେଥିପାଇଁ ବିଏମ୍‌ସି ସହାୟତା କରିବ। ଋଣ ଦେବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାଙ୍କ ଯୋଗାଡ଼ କରାଯିବ। ତେବେ ହିତାଧିକାରୀଙ୍କୁ ଏଥିପାଇଁ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ନ ଥିବା ନେଇ ଅନୁମତି ପତ୍ର ଯୋଗାଡ଼ କରିବାକୁ ହେବ। ଋଣ ପାଇଁ ବ୍ୟାଙ୍କ ସହିତ ବିଏମ୍‌ସି ଓ ହିତାଧିକାରୀଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସମ୍ପାଦନ କରାଯିବ। ଥରେ ବିଏମ୍‌ସି ପକ୍ଷରୁ ରିସିପ୍ଟ ମିଳିଗଲେ ସମ୍ପୃକ୍ତ ହିତାଧିକାରୀଙ୍କୁ ପକ୍କାଘର ମିଳିବ ବୋଲି ସ୍ପଷ୍ଟ ବୁଝାଯିବ। ଏହାବାଦ୍‌ କ୍ଷେତ୍ର ଯାଞ୍ଚ ବେଳେ ଜଏଣ୍ଟ ଏନୁମରେଶନ ଟିମ୍‌ ଏବଂ ଓ୍ବାର୍ଡ ଅଫିସରଙ୍କ ଭୂମିକା କ’ଣ ସବୁ ରହିବ ତାହା ବିଜ୍ଞପ୍ତିରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri