Posted inଫୁରସତ

ଫ୍ରେଣ୍ଡଶିପ୍‌ ଡେ’

ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ। ଯଦିଓ ଏହି ସୁନ୍ଦର ସମ୍ପର୍କ ଲାଗି ପ୍ରତିଟି ଦିନ ସ୍ପେଶାଲ ତଥାପି ଏହାକୁ ଆହୁରି ନିବିଡ କରିବା ଲାଗି ପାଳନ ହୋଇଥାଏ ବନ୍ଧୁତ୍ୱ ଦିବସ। ତେବେ ଆସନ୍ତୁ ଜାଣିବା ଏହି ଦିବସ ସମ୍ପର୍କରେ କିଛି ରୋଚକ ତଥ୍ୟ:

ମସିହାରେ ହଲ୍‌ମାର୍କ କାର୍ଡର ପ୍ରତିଷ୍ଠାତା ଜଏସ୍‌ ହଲ୍‌ ପ୍ରଥମେ ଅଗଷ୍ଟ ମାସ ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ ଭାବେ ଆରମ୍ଭ କରିଥିଲେ। ସେ ଏହାକୁ ଏକ ବ୍ୟବସାୟ ରଣନୀତି ଭାବେ ଆରମ୍ଭ କରିଥିଲେ ହେଁ ଏହା ଦିନକୁ ଦିନ ଖୁବ୍‌ ଲୋକପ୍ରିୟ ହୋଇଥିଲା ।

ଷ୍ଟେଟ୍‌ ଅଫ୍‌ କଂଗ୍ରେସ୍‌ ପକ୍ଷରୁ ୧୯୩୫ ମସିହାରେ ଅଗଷ୍ଟ ପ୍ରଥମ ରବିବାରକୁ ଜାତୀୟ ବିନ୍ଧୁତ୍ୱ ଦିବସ ଭାବେ ଘୋଷଣା କରାଗଲା। କିନ୍ତୁ ପାରାଗୁଏର ଡା. ରାମନ୍‌ ଆର୍ଟେମିଓ ବ୍ରାକୋ ଜୁଲାଇ ୩୦ ତାରିଖକୁ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ତାଙ୍କ ଦେଶରେ ୧୯୫୮ ମସିହାରେ ପାଳନ କରାଯାଇଥିଲା। ସେବେଠୁ ବିଭିନ୍ନ ଦେଶରେ ଏହି ଦିବସ ପାଳନ କରାଯାଇ ଆସୁଥିଲେ ହେଁ ୟୁନାଇଟେଡ୍‌ ଷ୍ଟେଟ୍‌ ଜେନେରାଲ୍‌ ଆସେମ୍ବ୍ଲୀ ପକ୍ଷରୁ ଏପ୍ରିଲ୍‌ ୨୭, ୨୦୧୧ରେ ଜୁଲାଇ ୩୦କୁ ବିଶ୍ୱ ବନ୍ଧୁତ୍ୱ ଦିବସର ମାନ୍ୟତା ମିଳିଲା।

ସ୍ପେନ୍‌, ବ୍ରାଜିଲ୍‌ ଏବଂ ଉରୁଗୁଏରେ ଏହି ଦିବସ ଜୁଲାଇ ୩୦ ପରିବର୍ତ୍ତେ ୨୦ ତାରିଖରେ ପାଳନ ହେଉଥିବା ବେଳେ ଇକୁଆଡର, ମେକ୍ସିକୋ, ଭେନେଜୁଏଲା ଆଦି ଦେଶରେ ଏହା ଫେବୃୟାରୀ ୧୪ ତାରିଖରେ ପାଳନ କରାଯାଏ।
ମେମ୍ଫିସ୍‌ କାପ୍ପା ଡେଲ୍ଟା ସରୋରିଟୀ ପକ୍ଷରୁ ମହିଳାଙ୍କ ଜୀବନରେ ମହିଳା ବନ୍ଧୁଙ୍କ ଗୁରୁତ୍ୱ ଦର୍ଶାଇବା ଲାଗି ୧୯୯୯ରେ ସେପ୍ଟେମ୍ବର ୩ୟ ରବିବାରକୁ ନ୍ୟାଶନାଲ୍‌ ଓମେନ୍ସ ଫ୍ରେଣ୍ଡଶିପ୍‌ ଡେ’ ଭାବେ ପାଳନ କରାଯାଉଛି।

ଦେଶରେ ୧୯୨୦ ମସିହାରେ ଗ୍ରୀଟିଙ୍ଗ୍‌ କାର୍ଡ ନ୍ୟାଶନାଲ୍‌ ଆସୋସିଏଶନ୍‌ ପକ୍ଷରୁ ଫ୍ରେଣ୍ଡଶିପ୍‌ ଡେ’ ପ୍ରମୋଶନ୍‌ କରାଯାଇଥିଲା। ହେଲେ ଅନେକେ ଏହାକୁ ଗ୍ରୀଟିଙ୍ଗ୍‌ କାର୍ଡ ବିକ୍ରି ବୃଦ୍ଧି ଲାଗି ଏକ ବିଜ୍‌ନେସ୍‌ ପ୍ଲାନ୍‌ ବୋଲି ଭାବିନେଇଥିଲେ।
ୟୁଏନ୍‌ ସେକ୍ରେଟାରୀ ଜେନେରାଲ କୋଫି ଆନନ୍‌ଙ୍କ ପତ୍ନୀ ନାନେ ଆନନ୍‌ କାର୍ଟୁନ ଚରିତ୍ର ଓ୍ବନୀ ଦ ପୁହ୍‌କୁ ଫ୍ରେଣ୍ଡଶିପ୍‌ର ଗ୍ଲୋବାଲ୍‌ ଆମ୍ବାସାଡର ଘୋଷଣା କରିଥିଲେ। ମାସକୁ ଇଣ୍ଟରନ୍ୟାଶନାଲ ମନ୍ଥ ଅଫ୍‌ ଫ୍ରେଣ୍ଡଶିପ୍‌ ଭାବେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri