ବନ୍ଧୁତ୍ୱ ଦିବସ: ‘କହିବା ଆଗରୁ ବୁଝିଯାଏ ମନ କଥା’

ବାରିପଦା ଅଫିସ,୨ା୮-‘ଫ୍ରେଣ୍ଡ ଇଜ୍‌ ନିଡ୍‌ ଇଜ୍‌ ଏ ଫ୍ରେଣ୍ଡ ଇନ୍‌ଡିଡ୍‌’। ଇଂଲିଶରେ ଥିବା ଏହି ବାକ୍ୟର ଅର୍ଥ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ବନ୍ଧୁମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡଶିପ୍‌ ଡେ’ (ବନ୍ଧୁତ୍ୱ ଦିବସ) ଭାବେ ପାଳନ କରାଯାଇଆସୁଛି। ଏହିଦିନ ନିଜର ପ୍ରିୟ ସାଙ୍ଗ ହାତରେ ଫେଣ୍ଡଶିପ୍‌ ବ୍ୟାଣ୍ଡ ବାନ୍ଧି ସମୟ ବିତାଇବା ସତରେ ନିଆରା। ରବିବାର ଛୁଟି ଦିନରେ ଏହି ଦିବସ ପାଳିତ ହେଉଥିବାରୁ ଏହା ବନ୍ଧୁମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଥାଏ। ଚଳିତବର୍ଷ କରୋନା ମହାମାରୀ ଯୋଗୁ ଏହା କିଛି ମାତ୍ରାରେ ଫିକା ପଡ଼ିବ।

ବନ୍ଧୁତ୍ୱର ପରିଭାଷା ସମ୍ପର୍କରେ ଯାହା କୁହନ୍ତି ବାରିପଦା ସହରର ଯୁବପିଢ଼ି

ପ୍ରକୃତ ବନ୍ଧୁଟିଏ ମିଳିବା ସହଜ ନୁହେଁ
ଦୁନିଆରେ ବନ୍ଧୁତ୍ୱ ସବୁଠାରୁ ମୂଲ୍ୟବାନ ସମ୍ପର୍କ। ତାହା କେବେ ବି ମଉଳି ଯାଏନାହିଁ। ବନ୍ଧୁ ବିନା ଜୀବନ ଏକରକମ ଅଧୁରା ଅନୁଭବ ହୋଇଥାଏ। ସେଥିପାଇଁ ତ ବନ୍ଧୁଙ୍କୁ ଜୀବନରେ ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହାଯାଏ। ଜୀବନର ପ୍ରତିଟି ମୋଡ଼ରେ ନୂଆ ନୂଆ ବନ୍ଧୁଙ୍କ ସହିତ ଭେଟ ହୋଇଥାଏ। ସେମାନେ ଆମ ହୃଦୟରେ ସ୍ବତନ୍ତ୍ର ସ୍ଥାନଟିଏ ସୃଷ୍ଟି କରିବା ସହିତ ଜୀବନରେ ଯୋଡ଼ି ହୋଇରୁହନ୍ତି। ବର୍ତ୍ତମାନ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ବନ୍ଧୁ ତ ମିଳିଯାଆନ୍ତି କିନ୍ତୁ ଜୀବନରେ ପ୍ରକୃତ ବନ୍ଧୁଟିଏ ମିଳିବା ସହଜ ନୁହେଁ।
ସୁବ୍ରତ ମୁଖୀ, ବାରିପଦା

ଭଲ ବନ୍ଧୁ ହିଁ ମାର୍ଗଦର୍ଶକ
ଜଣେ ଭଲ ବନ୍ଧୁ ସବୁବେଳେ ଅନ୍ୟବନ୍ଧୁଙ୍କ ପାଇଁ ମାଗଦର୍ଶକ ହୋଇଥାଏ। ସୁଖ, ଦୁଃଖ ଓ ଜୀବନର ସବୁ ସମୟରେ ଛାଇପରି ପାଖରେ ଛିଡ଼ା ହୋଇଥାଏ। ଦୁନିଆରେ ବାପା, ମା , ଭାଇ,ଭଉଣୀ,ସ୍ବାମୀ-ସ୍ତ୍ରୀ ସମ୍ପର୍କ ପରେ କୌଣସି ରକ୍ତଗତ ସମ୍ପର୍କ ନ ଥାଇ ମଧ୍ୟ ବନ୍ଧୁତା ଦୁନିଆର ସବୁଠାରୁ ପବିତ୍ର ।
ଦେବବ୍ରତ ଦେ, ବାରିପଦା

 

 

ବିଶ୍ୱାସକୁ ନେଇ ବାଟ ଚାଲେ
ବନ୍ଧନୀମୁକ୍ତ ସମ୍ପର୍କ ହିଁ ବନ୍ଧୁତା। କିଛି କହିବା ଆଗରୁ ଯଦି ସେ ବୁଝିଗଲା ତେବେ ସେ ହିଁ ପ୍ରକୃତ ବନ୍ଧୁ। ବନ୍ଧୁତା ବିଶ୍ୱାସକୁ ନେଇ ବାଟ ଚାଲିଥାଏ। ପରିବାର, ସମ୍ପର୍କୀୟଙ୍କଠାରୁ ବନ୍ଧୁର ସମ୍ପର୍କ ଅଲଗା। ଏମାନଙ୍କ ସହ ତୁମେ ସୁଖ ଦୁଃଖ ସବୁ କିଛି ବାଣ୍ଟିପାରିବ। ଭଲମନ, ସୁସ୍ଥ ସମାଜ ଗଠନର ଉଦ୍ଦେଶ୍ୟ ସାଧନରେ ଜଣେ ବନ୍ଧୁ ହିଁ ସହାୟକ ହୁଏ।
ମଧୁସ୍ମିତା ପାଣି

 

 

 

ଲ ରାସ୍ତା ଦେଖାଏ

ବନ୍ଧୁମାନେ ସବୁବେଳେ ସମସ୍ତକୁ ସହଯୋଗ କରନ୍ତି ଓ ପ୍ରେରଣା ଦିଅନ୍ତି। ସୁଖଦୁଃଖରେ ତୁମ ପାଖରେ ଛିଡ଼ା ହୁଅନ୍ତି। ବନ୍ଧୁ ହିଁ ବନ୍ଧୁକୁ ସତ୍‌ ପରାମର୍ଶ ଦିଏ, ଭଲ ରାସ୍ତା ଦେଖାଏ। ନିର୍ମଳ ଦୃହୟ ହୋଇ ପରସ୍ପରକୁ ଭଲପାଇବା ହେଉଛି ପ୍ରକୃତ ବନ୍ଧୁତା।

ପ୍ରିୟଙ୍କା ପୃଷ୍ଟି


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri