ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ

ଫୁଲବାଣୀ,୧୭।୭(ରାକେଶ ରାଉତ): ଏକ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଏହା ଅନାଦାୟ ଅଧିକ ୧୩ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଟିକାବାଲି ଥାନା ଅଞ୍ଚଳର ବନମାଳୀ ପ୍ରଧାନ (୨୭)।
ଟିକାବାଲି ଥାନା ଅଞ୍ଚଳର ଜଣେ ନାବାଳିକା ପାଠ ପଢ଼ିବା ପାଇଁ ଜଣେ ନାବାଳିକା ସାଙ୍ଗ ଘରକୁ ଯାଉଥିଲେ। ଦୀର୍ଘ ଦିନ ହେଲା ଯାଉଥିବାରୁ ଏହାର ସୁଯୋଗ ନେଇ ସାଙ୍ଗଙ୍କ ବଡ଼ଭାଇ ବନମାଳୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଏହା ପରେ ବିଭିନ୍ନ ସମୟରେ ତାଙ୍କୁ ବଳାତ୍କାର କରୁଥିଲେ। ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଅଭିଯୁକ୍ତ ଧମକ ଦେଉଥିଲେ। ଏଥିରେ ଅଥୟ ହୋଇ ପୀଡ଼ିତା ଜଣକ ସାଙ୍ଗ ଘରକୁ ନ ଯିବାରୁ ବନମାଳୀ ଆସିବା ପାଇଁ ବାଧ୍ୟ କରୁଥିଲେ। କିନ୍ତୁ ପୀଡ଼ିତା ଭୟରେ ଘରେ କିଛି କହୁ ନ ଥିଲେ। ଅନେକ ସମୟରେ ପୀଡ଼ିତାଙ୍କ ଦେହ ଅସୁସ୍ଥ ରହୁଥିଲା। ଏନେଇ ପରିବାର ଲୋକେ ବହୁ ଚିନ୍ତାରେ ରହୁଥିଲେ। ଦିନେ ପୀଡ଼ିତା ତାଙ୍କ ବଡ଼ ଭଉଣୀଙ୍କ ସହିତ ଗାଁ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ବଡ଼ ଭଉଣୀ ସାନଭଉଣୀ ଶରୀରରେ କିଛି ପରିବର୍ତ୍ତନ ଦେଖି ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ। ଏହି ସମୟରେ ପୀଡ଼ିତା ଘଟଣା ସମ୍ପର୍କରେ ବଡ଼ ଭଉଣୀଙ୍କୁ କହିଥିଲେ। ବଡ଼ ଭଉଣୀଠାରୁ ପରିବାର ଲୋକେ ଶୁଣି ୨୦୨୨ ନଭେମ୍ବର ୧୯ରେ ଟିକାବାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ୮୭ା୨୨ରେ ଏକ ମାମଲା ରୁଜୁ କରି ବନମାଳୀଙ୍କୁ କୋର୍ଟ ଚାଲାଣ କରିଥିଲା।ଉପଯୁକ୍ତ ୧୪ ଜଣଙ୍କ ସାକ୍ଷ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ଦେବା ପାଇଁ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପି.ପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri