Posted inଜାତୀୟ

ଦୁର୍ଘଟଣାକୁ ଅପେକ୍ଷା କରିଥିଲା ତ୍ରୁଟି

ନୂଆଦିଲ୍ଲୀ,୧୭ା୭(ପି.ଟି.): ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲାରେ ଜୁନ୍‌ ୧୭ରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ଏକ ମାଲ୍‌ଗାଡ଼ିକୁ ଧକ୍କା ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ବିଭିନ୍ନ ସ୍ତରରେ ତ୍ରୁଟି ଦୁର୍ଘଟଣା ଯେପରି ଅପେକ୍ଷା କରିଥିଲା ବୋଲି ରେଲଓ୍ବେ ସୁରକ୍ଷା କମିଶନର (ସିଆର୍‌ଏସ୍‌) କହିଛନ୍ତି। ସ୍ବୟଂକ୍ରିୟ ସିଗ୍‌ନାଲ ଜୋନ୍‌ଗୁଡ଼ିକରେ ଟ୍ରେନ୍‌ ଚଳାଚଳ ପରିଚାଳନାରେ ବିଭିନ୍ନ ସ୍ତରରେ ତ୍ରୁଟି ରହିବା ସହ ଲୋକୋ ପାଇଲଟ୍‌ ଏବଂ ଷ୍ଟେଶନମାଷ୍ଟରମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଯୋଗାଯୋଗ ହୋଇପାରି ନ ଥିବା ସିଆର୍‌ଏସ୍‌ଙ୍କ ତଦନ୍ତ ରିପୋର୍ଟରେ କୁହାଯାଇଛି। ସ୍ବୟଂକ୍ରିୟ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା (କବଚ) କାର୍ଯ୍ୟକାରିତାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ସିଆର୍‌ଏସ୍‌ ସୁପାରିସ

କରିଛନ୍ତି। ସିଗ୍‌ନାଲରେ ତ୍ରୁଟି ରହିଥିବାରୁ ଟି/ଏ ୯୧୨ ଜରିଆରେ ସିଗ୍‌ନାଲ ଅତିକ୍ରମ କରିବାକୁ ମାଲ୍‌ବାହୀ ଟ୍ରେନ୍‌ର ଲୋକୋ ପାଇଲଟ୍‌ଙ୍କୁ ଭୁଲ୍‌ ସୂଚନା ଦିଆଯାଇଥିଲା। ତ୍ରୁଟିପୂର୍ଣ୍ଣ ସିଗ୍ନାଲ ଅତିକ୍ରମ କଲାବେଳେ ଟ୍ରେନ୍‌ର ବେଗ କେତେ ରହିବ ତାହା ପେପର ଅଥରିଟି ଦର୍ଶାଇ ନ ଥିଲେ। ଉପଯୁକ୍ତ କର୍ତ୍ତୃତ୍ୱ ନ ଥିବା ଏବଂ ପର୍ଯ୍ୟାପ୍ତ ସୂଚନା ଅଭାବରୁ ଏଭଳି ଏକ ଦୁର୍ଘଟଣା ଘଟିଲା ବୋଲି ସିଆର୍‌ଏସ୍‌ କହିଛନ୍ତି। ସିଗ୍ନାଲରେ ତ୍ରୁଟି ଥିବାବେଳେ ଉକ୍ତ ସେକ୍ସନ ମଧ୍ୟରେ କାଞ୍ଚନଜଙ୍ଗା, ମାଲ୍‌ବାହୀ ଟ୍ରେନ୍‌ ସମେତ ୭ଟି ଟ୍ରେନ୍‌ ଅତିକ୍ରମ କରିଥିଲେ। ତେବେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍‌ ଅନୁମୋଦିତ ବେଗ ୧୫ କିଲୋମିଟର ଅନୁପାଳନ କରିଥିବାବେଳେ ଅନ୍ୟମାନେ ଏହାର ଉଲ୍ଲଂଘନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି ଖବର: ଏତିକି ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ ବଢ଼ିଯିବ ଦରମା

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସରକାରଙ୍କ ୧ କୋଟିରୁ ଅଧିକ କର୍ମଚାରୀ ଓ ପେନନସନଭୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତିର ଖବର ଆସିଛି। ଜୁଲାଇ ୨୦୨୬ରୁ ସେମାନଙ୍କ ମହଙ୍ଗା ଭତ୍ତା (DA)…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri