ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଶତମୁଖ ଡୋନାଲ୍ଡ ଟ୍ରମ୍ପ: କହିଲେ-‘ମୋର ବନ୍ଧୁ, ସୁନ୍ଦର ମଣିଷ’

ନୂଆଦିଲ୍ଲୀ,୯ା୧୦: ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ତାଙ୍କୁ ତାଙ୍କର ‘ବନ୍ଧୁ’ ଏବଂ ‘ସବୁଠାରୁ ସୁନ୍ଦର ମଣିଷ’ ବୋଲି କହିଛନ୍ତି।

ଫ୍ଲାଗାଣ୍ଟ ପୋଡକାଷ୍ଟରେ ବିଶ୍ୱର ନେତାଙ୍କ ମୂଲ୍ୟାଙ୍କନ କରି ଟ୍ରମ୍ପ କହିଛନ୍ତି, “ମୋଦି (ଭାରତ), ସେ ମୋର ଜଣେ ବନ୍ଧୁ ଏବଂ ସବୁଠାରୁ ସୁନ୍ଦର ମଣିଷ। ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେବା ପୂର୍ବରୁ ଭାରତ ବହୁତ ଅସ୍ଥିର ଥିଲା। ବାହାରେ, ସେ ଦେଖାଯାଉଛନ୍ତି ଯେ, ସେ ତୁମର ପିତା, ସେ ସବୁଠାରୁ ସୁନ୍ଦର ଏବଂ ଭଲ ମଣିଷ।

ଏହି ସମୟରେ ସେ, ୨୦୧୯ ରେ ଟେକ୍ସାସରେ ଆୟୋଜିତ ଆଇକନିକ୍ “ହାଓଡି, ମୋଦି” କାର୍ଯ୍ୟକ୍ରମକୁ ମଧ୍ୟ ମନେ ପକାଇଥିଲେ ଯେତେବେଳେ ମୋଦି ହ୍ୟୁଷ୍ଟନ୍ ସହରର ଏନଆରଜି ଷ୍ଟାଡିୟମରେ ଭାରତୀୟ-ଆମେରିକୀୟମାନଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ।

ଟେକ୍ସାସର ହ୍ୟୁଷ୍ଟନରେ ହାଓଡି ମୋଦି ନାମକ ଏକ କାର୍ଯ୍ୟକ୍ରମ କରିଥିଲେ। ଏହା ବହୁତ ସୁନ୍ଦର ଥିଲା। ଯାହା ପ୍ରାୟ ୮୦,୦୦୦ ଲୋକଙ୍କ ସମାବେଶ ଥିଲା। ସେଠାରେ ଆମେ ଦୁହେଁ କିଛି ବାଟ ଚାଲିଥିଲୁ। ଆଜି ବୋଧହୁଏ ମୁଁ ସେପରି କିଛି କରି ପାରିବି ନାହିଁ ବୋଲି ସେ କହିଛନ୍ତି।

ତେବେ ସିଧାସଳଖ ପାକିସ୍ତାନର ନାମକରଣ ନକରି ଟ୍ରମ୍ପ କହିଛନ୍ତି, “ଦୁଇଥର କେହି ଜଣେ ଭାରତକୁ ଧମକ ଦେଉଥିଲେ ଏବଂ ମୁଁ ମୋଦିଙ୍କୁ କହିଥିଲି, ମୋତେ ସାହାଯ୍ୟ କରିବାକୁ ଦିଅନ୍ତୁ କାରଣ ମୁଁ ଏଥିରେ ବହୁତ ଭଲ ଅଟେ। ଯାହାର ଜବାବରେ ମୋଦି ବହୁତ ଅକରାତ୍ମକ ଭାବେ କହିଥିଲେ ‘ମୁଁ ଏହାକୁ ସମ୍ଭାଳି ନେବି। ଆମେ ଶହ ଶହ ବର୍ଷ ଧରି ସେମାନଙ୍କୁ ପରାସ୍ତ କରିଛୁ।

ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ସେ ସମୟରେ ଘନିଷ୍ଠ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହୁଥିବାବେଳେ ଟ୍ରମ୍ପ ମୋଦୀଙ୍କ ନେତୃତ୍ୱ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରଶଂସା କରି ସମାନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଗୁଜୁରାଟର ଅହମ୍ମଦାବାଦରେ ଆୟୋଜିତ “ନମସ୍ତେ ଟ୍ରମ୍ପ” କାର୍ଯ୍ୟକ୍ରମ ପାଇଁ ଡୋନାଲ୍ଡ ଟ୍ରମ୍ପ ଭାରତରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ ୧ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ, ଯାହା ଦେଶ ବାହାରେ ଆମେରିକାର ରାଷ୍ଟ୍ରପତିଙ୍କ ଦ୍ୱାରା ପରିଚାଳିତ ସର୍ବ ବୃହତ ସମାବେଶରେ ପରିଣତ ହୋଇଥିଲା।

ନିକଟରେ ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଚମତ୍କାର ବ୍ୟକ୍ତି’ ବୋଲି କହିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସମୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହେବ ବୋଲି ଆଲୋଚନା ହେଉଥିଲା, କିନ୍ତୁ ସେପରି କିଛି ହୋଇ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?