ବନ୍ଧୁ ସାଙ୍ଗ ସାଥୀ

ବନ୍ଧୁ, ସାଙ୍ଗ ଓ ସାଥୀ ଏ ତିନୋଟି ଏକାର୍ଥ ବୋଧକ ଶବ୍ଦ ହେଲେ ବି ପ୍ରତ୍ୟେକର ମର୍ମ ସ୍ବତନ୍ତ୍ର। ବନ୍ଧୁ ଏକ ଆକସ୍ମିକତା, ସାଙ୍ଗ ଏକ ସଂଘଟନ ଏବଂ ସାଥୀ ଏକ ଭାବାବେଗ। ବନ୍ଧୁ ଭୁଲି ଯାଏ, ସାଙ୍ଗ ମନେରହେ, ସାଥୀ ମନେପଡ଼େ। ବନ୍ଧୁତା ସୃଷ୍ଟି ହେବା ପାଇଁ ଅନେକ ମାର୍ଗ ରହିଛି ଯଥା ପାରିବାରିକ ସମ୍ପର୍କ ସ୍ଥାପନ, କର୍ମକ୍ଷେତ୍ରରେ ସଂସ୍ପର୍ଶରେ ଆସିବା, ବାଟ ଘାଟରେ ପରିଚିତ ହେବା, ଅସୁବିଧାରେ ସାହାଯ୍ୟ କରିବା, ଅନେକ ବର୍ଷରୁ ଭୁଲିଯାଇଥିବା ପୁରୁଣା ବନ୍ଧୁଙ୍କ ସ୍ମୃତି, ବାରମ୍ବାର ସମ୍ପର୍କରେ ଆସିବା, ବନ୍ଧୁ ମାଧ୍ୟମରେ ବନ୍ଧୁ, ଦେବା ନେବା, ସ୍ନେହ, ପ୍ରେମ, ପସନ୍ଦ ଇତ୍ୟାଦି। ଏଭଳି ଘଟଣା ଆକସ୍ମିକ ଘଟେ ଏବଂ ସେଥିରୁ ବନ୍ଧୁତାର ସୂତ୍ରପାତ ହୁଏ। ଶାସ୍ତ୍ର ଅନୁସାରେ ଅଜଣା ଲୋକଟି ସହିତ ସାତ ପାଦ ଚାଲିଲେ କିମ୍ବା ସାତ ପଦ କଥା ହେଲେ ବନ୍ଧୁତା ସୃଷ୍ଟି ହୋଇଯାଏ (ପ୍ରାହୁ ସାପ୍ତପଦିଂ ମୈତ୍ରିଂ)। ବନ୍ଧୁତାର ଷଡ଼ବିଧ ଲକ୍ଷଣ ହେଲା, ଦବା ନବା, ଗୁପ୍ତକଥା କହିବା ଶୁଣିବା, ଖାଇବା ଖୋଇବା।
ବିପଦ ଆପଦ ଭଲ ମନ୍ଦରେ ସହାୟତାର ହାତ ବଢ଼େଇବା, ଖୋଜିବା ଲୋଡ଼ିବା ବନ୍ଧୁତାର ସଂକେତ। ବନ୍ଧୁ ପାଇଁ ଜୀବନ ଦେବାର ଦୃଷ୍ଟାନ୍ତ ଯେପରି ବହୁଳ ବନ୍ଧୁ ପ୍ରତି ବିଶ୍ବାସଘାତକତା କରିବାର ନଜିର ବି ସେହିପରି ଅନେକ। ବନ୍ଧୁତାକୁ ଅତୁଟ ରଖିବା ପାଇଁ ମହାବୀର କର୍ଣ୍ଣ ନିଜର ସହୋଦର ଭାଇଙ୍କଠାରୁ ଦୂରେଇ ଯାଇ ଅକାଳ ମୃତ୍ୟୁକୁ ଆଦରି ନେଲେ ପଛକେ ଦୁର୍ଯ୍ୟୋଧନ ସହିତ ବନ୍ଧୁତାକୁ ଛିନ୍ନ କଲେନାହିଁ। ବନ୍ଧୁ ପାଇଁ ଜୀବନ ଉତ୍ସର୍ଗ ଉପରେ ଆଧାରିତ ଗ୍ରୀକ୍‌ ସାହିତ୍ୟର ଲୋକପ୍ରିୟ କାହାଣୀ ଡାମନ ଓ ପିଥିୟାସ ଏବଂ ବନ୍ଧୁକୁ ମୃତ୍ୟୁମୁଖକୁ ଠେଲିଦେବା ଭଳି ସଂସ୍କୃତ ଗଳ୍ପ ସସେମିରା କଥା ବନ୍ଧୁତାର ଉଭୟ ପାର୍ଶ୍ୱର କାଳଜୟୀ ଦୃଷ୍ଟାନ୍ତ ହୋଇ ରହିଯାଇଛି। ମାଙ୍କଡ଼ କୁମ୍ଭୀର କଥା ତ ଚିର ସ୍ମରଣୀୟ। ବନ୍ଧୁତା ଭଳି ଏକ ପବିତ୍ର ସମ୍ପର୍କ ଭିତରେ ବିଶ୍ୱାସଘାତକତା ଆଶା କରା ଯାଏନା, କିନ୍ତୁ ସେପରି ଘଟେ ଯେତେବେଳେ ତା’ ଭିତରକୁ ସ୍ବାର୍ଥ ପଶି ଆସେ।
ସାଙ୍ଗ ମିଳନ୍ତି ମୁଖ୍ୟତଃ କୈଶୋର ଅବସ୍ଥାରେ। ଯେତେବେଳେ ବିଦ୍ୟାଳୟରେ ପିଲାଟିର ନାମ ଲେଖାଯାଏ ସେବେଠାରୁ ସେ ତା’ ଭଳି ଅନେକ ପିଲାଙ୍କ ସଂସ୍ପର୍ଶରେ ଆସେ ଯେଉଁମାନଙ୍କ ସହିତ ବିଶେଷ କରି ଏକା ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ସହିତ ନିତି ଚଳ ପ୍ରଚଳ ଓ ଭାବର ଆଦାନ ପ୍ରଦାନ ମଧ୍ୟରେ ଯେଉଁ ସାଙ୍ଗମାନେ ସୃଷ୍ଟି ହୁଅନ୍ତି ବିଦ୍ୟାଳୟ ଛାଡ଼ିଲା ପରେ ବି ଅନେକ ବର୍ଷ ପର୍ଯ୍ୟନ୍ତ ସେମାନେ ମନେରହନ୍ତି। ଘଟଣା ଚକ୍ରରେ ଏକା ସମୟରେ ଏକା ବିଦ୍ୟାଳୟରେ ପଢ଼ିବାକୁ ସୁଯୋଗ ମିଳି ଥିବାରୁ ଏପରି ସାଙ୍ଗ ହେବା ସମ୍ଭବ ହୁଏ। ସ୍କୁଲକୁ ଯାଇ ନ ଥିବା ସମ ବୟସର ପିଲାମାନେ ବି ପରସ୍ପରର ସଂସ୍ପର୍ଶରେ ଆସି ସାଙ୍ଗ ହୁଅନ୍ତି। କାଳକ୍ରମେ ସେମାନଙ୍କର ସ୍ମୃତି ଝାପ୍ସା ହୋଇ ଆସେ ଏବଂ ଶେଷରେ ଆଉ ମନେପଡେନା। ଏହିଭଳି ସାଙ୍ଗ ଥିଲେ ପ୍ରଭୁ ଶ୍ରୀକୃଷ୍ଣ ଓ ସୁଦାମା। ପରସ୍ପରଠାରୁ ବିଚ୍ଛିନ୍ନ ହେଲା ପରେ ଯିଏ ଯାହା କର୍ମରେ ବ୍ୟସ୍ତ ରହି ସବୁ ଭୁଲି ଯାଇଥିଲେ ବି ପୁରୁଣା ସ୍ମୃତି ଉଭୟଙ୍କର ମନରେ ଥିଲା ଏବଂ ଆକସ୍ମିକ ସାକ୍ଷାତ୍‌ରେ ପୁନରୁଜ୍ଜୀବିତ ହୋଇ ପରସ୍ପରକୁ ଅତୁଟ ବନ୍ଧନରେ ବାନ୍ଧି ଦେଇଥିଲା। ଅଥଚ ସେହିଭଳି ଏକା ସ୍ଥିତିରେ ସାଙ୍ଗ ଥିଲେ ବି ମହାରାଜା ଦ୍ରୁପଦ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମଧ୍ୟରେ ଅନେକ ବର୍ଷର ବ୍ୟବଧାନ ପରେ ଯେତେବେଳେ ଭେଟ ହେଲା ସେ ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ବିପରୀତ। ଦ୍ରୁପଦ ନିଜ ସାଙ୍ଗ ଦ୍ରୋଣାଚାର୍ଯ୍ୟଙ୍କୁ ଚିହ୍ନି ବି ଚିହ୍ନିଲେନି, ବରଂ ଅପମାନିତ କରି ବିଦା କରିଦେଲେ। ଏହା ହେଉଛି ସାଙ୍ଗ ସମ୍ପର୍କର ଦୁଇଟି ପାର୍ଶ୍ୱ ’ ଯାହା ଏବେ ବି କଦାଚିତ ଅନୁଭୂତ ହୁଏ। କିନ୍ତୁ ବନ୍ଧୁ କଣ ନ ଜାଣି, ସାଙ୍ଗ କଣ ନ ବୁଝି ଶିଶୁଟିଏ ସମ ବୟସ୍କ ସହିତ ଯେଉଁ ଅନାବିଳ ଭବାବେଗରେ ବାନ୍ଧି ହୋଇପଡେ ସେ ହୁଏ ସାଥୀ। ତାକୁ ଭୁଲି ହୁଏନା, କାରଣ ସେହୃଦୟରେ ଥାଏ। ତା’ ଭିତରେ ରାଗ, ଋଷା,ଅଭିମାନ, ଦୁଇ ହାତର ବିଶି ଆଙ୍ଗୁଠିକୁ ଛକି ପକେଇ କଟି, ଡବଲ କଟି ପୁଣି କୁଟାଖଣ୍ଡକୁ ବା ଦୁବଘାସଟିକୁ ଛିଣ୍ଡେଇ ଦେଲେ କଟିଯାଏ ଫିଟି, ସମସ୍ତେହୁଅନ୍ତି ଏକାଠି। କେତେ ଅନାବିଳ ସେ ସଂପର୍କ। ସାଥୀର ମୂଲ୍ୟ ନ ବୁଝିବି ସେମାନେ ସାଥୀ, ଶୈଶବର ସାଥୀ,ବାଲ୍ୟସାଥୀ। ସେ ସାଥୀ ଜୀବନ ସାଥୀ ହୋଇ ପାରେନା, କିନ୍ତୁ ତା’ର ସ୍ମୃତି ଏତେ ମଧୁର ଯେ କଞ୍ଚା ସିଲଟରେ ପଡ଼ିଥିବା ଗାରଟିଏ ପରି ଜୀବନ ସାରା ଅଲିଭା ରହିଯାଏ।

ଅଲେଖ ଚନ୍ଦ୍ର ମିଶ୍ର
ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri