ସୁଖ ସମୃଦ୍ଧି ପାଇଁ ବାସ୍ତୁ

ପରିବାରରେ ଶାନ୍ତି ରହିବା ସହ ସୁଖମୟ ଜୀବନ ପାଇଁ ବାସ୍ତୁଶାସ୍ତ୍ରରେ କେତୋଟି ଉପାୟ କୁହାଯାଇଛି, ଯାହାକୁ ଆପଣାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ…

* ଘରେ କୌଣସି ଭଙ୍ଗାରୁଜା କିମ୍ବା ଅନାବଶ୍ୟକ ଜିନିଷ ରଖିବା ଠିକ୍‌ ନୁହେଁ। ବନ୍ଦ ହୋଇଯାଇଥିବା ଘଣ୍ଟା ବି ଘରେ ଅଶାନ୍ତି ସୃଷ୍ଟି କରିବାର ଅନ୍ୟତମ କାରଣ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

* ଦେବାଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା ରଖିବେ, ଯେମିତିକି ତାଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ। ଏପରି କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରି ଆମ୍ବ ଡାଳ ବାନ୍ଧିଲେ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହେବା ସହ ପ୍ରଭୂକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ଘରେ ଗୋଟିଏ ରେଖାରେ ତିନୋଟି କବାଟ ରହିବା ଆଦୌ ଶୁଭ ଲକ୍ଷଣ ନୁହେଁ। ଏହା ମଧ୍ୟ ଘରେ ସମସ୍ୟା ଉପୁଜାଇଥାଏ। ତେଣୁ ନୂଆ ଘର ତିଆରି କରିବା ସମୟରେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।

* ପୂଜା ପରେ କିମ୍ବା ସନ୍ଧ୍ୟା ଦେଇସାରିବା ପରେ ଅଥବା ଘରର କୌଣସି ସଦସ୍ୟ କାମରେ ବାହାରିଯିବା ପରେ ସଙ୍ଗେସଙ୍ଗେ ଘରେ ଝାଡ଼ୁ କରିବା ଉଚିତ୍‌ ନୁହେଁ। ଏହାଦ୍ୱାରା କାମରେ ବାଧା ସୃଷ୍ଟି ହେବା ସହ ଅଶାନ୍ତି ବଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri