ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି

 

୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ ଥରେ ବି ପ୍ରେସ୍‌ ସମ୍ମିଳନୀ କରିନାହାନ୍ତି ବା ସାମ୍ବାଦିକମାନଙ୍କୁ ପ୍ରଶ୍ନ ପଚାରିବାର ସ୍ବାଧୀନତା ନେଇନାହାନ୍ତି। ଏପରି କି ଗତ ସେପ୍ଟେମ୍ବର ୨୦୨୩ରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ଜି-୨୦ ବୈଠକରେ ଯୋଗ ଦେବାକୁ ଆସିଥିବା ଅବସରରେ ଭାରତରେ ସାମ୍ବାଦିକ ସମ୍ମିଳନୀ ପାଇଁ ସେ କହିଲେ ମଧ୍ୟ ତାହା କରାଇ ଦିଆଗଲା ନାହିଁ। କଂଗ୍ରେସ ନେତା ଜୟରାମ ରମେଶ ତାଚ୍ଛଲ୍ୟ କରି ଲେଖିଥିଲେ ଯେ, ‘ମୁଁ ସାମ୍ବାଦିକ ସମ୍ମିଳନୀ କରିବି ନାହିଁ କିମ୍ବା କରାଇ ଦେବି ନାହିଁ।’ ଭାରତରୁ ଭିଏଟ୍‌ନାମ ଯାଇ ବାଇଡେନ୍‌ ସେଠାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସେ ମୋଦିଙ୍କୁ ତିନୋଟି ପ୍ରସଙ୍ଗ କହିଛନ୍ତି। ସେଗୁଡ଼ିକ ହେଉଛି- ମାନବିକ ଅଧିକାର, ପ୍ରେସ ସ୍ବାଧୀନତା ଓ ସିଭିଲ ସୋସାଇଟି।
କଶ୍ମୀରରେ ସାମ୍ବାଦିକମାନଙ୍କୁ ବିନା କାରଣରେ ଜେଲରେ ରଖାଯାଉଛି। ସୁଲତାନ ନାମକ ଜଣେ ସାମ୍ବାଦିକଙ୍କୁ ୨୦୧୮ରେ ଗିରଫ କରାଯାଇ ଜେଲକୁ ପଠାଇ ଦିଆଗଲା। ଚାରିବର୍ଷ ପରେ ତାଙ୍କୁ ଅଦାଲତ ନିର୍ଦ୍ଦୋଷ ଘୋଷଣା ପରେ ସେ ଜେଲ ଗେଟ୍‌ ଅତିକ୍ରମ କରିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇ ଉତ୍ତରପ୍ରଦେଶର ଜେଲକୁ ପଠାଇ ଦିଆଗଲା। ସେଠାରେ ମଧ୍ୟ ଅଭିଯୋଗମୁକ୍ତ ହେବାପରେ ପୁଣି ଗିରଫ ହୋଇଛନ୍ତି। ଧାରା ୩୭୦ ବାତିଲ ହେବା ପରଠାରୁ କଶ୍ମୀରର ଆଠଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସାମ୍ବାଦିକମାନଙ୍କୁ ଗିରଫ ଓ ଜେଲ ପଠାଇ ସରକାର ଏକ ଆତଙ୍କ ସୃଷ୍ଟି କରିଛି। ନିଉଜ୍‌ ଉଇକ୍‌ର ପ୍ରତିଷ୍ଠାତା ଓ ଚିଫ୍‌ ଏଡିଟର ପ୍ରବୀର ପୁରକାୟସ୍ତାଙ୍କୁ ଗତବର୍ଷ ଅକ୍ଟୋବରରୁ ଗିରଫ କରାଯାଇଛି।
ଭାରତରେ ପ୍ରଚାର ମାଧ୍ୟମ ବିଶେଷକରି ବହୁଳ ପ୍ରସାରିତ ସମ୍ବାଦପତ୍ର ଓ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକ ସରକାରଙ୍କ ଗୁଣଗାନ କରି ଚାଲିଛନ୍ତି। ଖୁବ୍‌ ଅଳ୍ପ ସଂଖ୍ୟକ ସମ୍ବାଦପତ୍ର ଓ ସୋସିଆଲ ମିଡିଆ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି। ମାତ୍ର ସେମାନେ ମଧ୍ୟ ଆକ୍ରମଣରୁ ମୁକ୍ତ ନୁହନ୍ତି। ଦି ୱାର, ନିଉଜ୍‌ ଲଣ୍ଡ୍ରି, ଜନହିତ, ଦେଶଭକ୍ତ ଭଳି ସୋସିଆଲ ମିଡିଆର ଅଫିସ୍‌କୁ ତଲାସି କରାଯାଉଛି।
ବହୁଦିନରୁ ପରିଚିତ ପି.ଟି.ଆଇ. ଓ ୟୁ.ଏନ.ଆଇ. ଖୁବ୍‌ ଚ୍ୟାଲେଞ୍ଜ ନେଇ ଗତି କରୁଥିବା ବେଳେ ୧୯୪୮ରେ ଆର.ଏସ୍‌.ଏସ୍‌. ଦ୍ୱାରା ପ୍ରତିଷ୍ଠିତ ‘ହିନ୍ଦୁସ୍ତାନ ସମାଚାର’ ନିଉଜ ଏଜେନ୍ସିର ପ୍ରସାର ବଢି ଚାଲିଛି। ସରକାରଙ୍କୁ ପ୍ରଶ୍ନ ପଚାରିଲେ ସାମ୍ବାଦିକମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଉଛି। ତା’ସତ୍ତ୍ୱେ ରବିଶ କୁମାର, ଅଭିଶାର ଶର୍ମା, ପ୍ରସୂନ ବାଜପେୟୀ, ଧୃବ ରାଖି ଓ ଅନେକ ସାମ୍ବାଦିକ ଭୟ ନ କରି ସ୍ପଷ୍ଟ ଭାବେ ନିରପେକ୍ଷ ସମ୍ବାଦ ପରିବେଷଣ କରୁଛନ୍ତି।
ଗତବର୍ଷ ବିବିସି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ମୁଖ୍ୟମନ୍ତ୍ରୀ କାଳରେ ହୋଇଥିବା ଦଙ୍ଗା ସମ୍ପର୍କିତ ଏକ ଭିଡିଓ ପ୍ରଚାର କରିଥିବାରୁ ବିବିସିର ଦିଲ୍ଲୀ ଓ ମୁମ୍ବାଇ ଅଫିସ ଉପରେ ଚଢ଼ାଉ କରାଯାଇଥିଲା।
ପ୍ରେସ ସ୍ବାଧୀନତା ତାଲିକାରେ ଭାରତର ସ୍ଥାନ ତଳକୁ ତଳକୁ ଯାଉଛି। ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୬୧ରେ ପହଞ୍ଚତ୍ଛି। ଭାରତରେ ଭାଜପା ସରକାର ପ୍ରେସ୍‌କୁ ବିରୋଧୀ ଦଳମାନଙ୍କ ବିରୋଧରେ ଲଗାଉଛି। ଗୋଦି ମେଡିଆ ସରକାରଙ୍କୁ ପ୍ରଶ୍ନ ନ କରି ବିରୋଧୀମାନଙ୍କୁ ପ୍ରଶ୍ନ କରୁଛି। ଏ କ୍ଷେତ୍ରରେ ଦି-ନିଉଜ୍‌, ଟାଇମସ୍‌ ନାଓ, ରିପବ୍ଲିକ ଭାରତ, ରିପବ୍ଲିକ ଟି.ଭି., ଆଜ୍‌ତକ୍‌, ଏବିପି ନିଉଜ୍‌, ସୁଦର୍ଶନ ନିଉଜ୍‌, ସି.ଏନ.ଏନ.-ନିଉଜ୍‌-୧୮, ଇଣ୍ଡିଆ ଟିଭି, ଟୁଡେ, ଏନ.ଡି.ଟିଭି ଓ ଆଉ ଅନେକ ଟିଭି ଚାନେଲ ୨୪ଘଣ୍ଟା ଧରି ସରକାର ସପକ୍ଷରେ କୀର୍ତ୍ତନ କରୁଛନ୍ତି। ଗୋଟିଏ ହିସାବରୁ ପ୍ରକାଶ ଯେ, ଅମ୍ବାନି କମ୍ପାନୀ ୭୨ଟି ଟିଭି ଚାନେଲର ମାଲିକ ଓ ୮୦ କୋଟି ଲୋକ ଏହାକୁ ଦେଖୁଛନ୍ତି। ଖାଲି ସେତିକି ନୁହେଁ, ସେମାନେ ହିନ୍ଦୁତ୍ୱବାଦୀ କାର୍ଯ୍ୟକ୍ରମକୁ ପ୍ରଚାର ଚଳାଇଛନ୍ତି। ଭାରତରେ ଏହା ଘଟୁଛି, ଯେଉଁଠି ବୃହତ୍‌ ପୁଞ୍ଜିପତି ଓ ଧର୍ମାନ୍ଧ ଓ ସାଂପ୍ରଦାୟିକତାବାଦୀମାନେ ଏକାକାର ହୋଇଛନ୍ତି। ଅର୍ଣ୍ଣବ ଗୋସ୍ବାମୀ ଓ ସୁଧୀରଙ୍କ ଭଳି ଟିଭି ପ୍ରଚାରକମାନେ ମୁସଲମାନମାନଙ୍କ ବିରୋଧରେ ମିଥ୍ୟା ପ୍ରଚାର ଚଳାଇ ରଖିଛନ୍ତି।
ବିଶିଷ୍ଟ ସାମ୍ବାଦିକ ଶ୍ରୀ ରାଜଦୀପ ସାର୍‌ ଦେଶାଇ କହିଛନ୍ତି ମିଡିଆ ଜଗୁଆଳୀ କୁକୁର ନ ହୋଇ ପୋଷା କୁକୁରରେ ପରିଣତ ହୋଇଛି। ବିଶ୍ୱର ଜଣେ ମହାନ୍‌ ବିପ୍ଳବୀ ଦାର୍ଶନିକ ଲେଖିଥିଲେ- ସମ୍ବାଦପତ୍ର ତିନୋଟି ଭୂମିକା ପାଳନ କରିଥାଏ। ତାହା ହେଉଛି- ଏହା ସମାଜକୁ ସଂଗଠିତ କରାଏ, ଶିକ୍ଷିତ କରାଏ ଓ ଆନ୍ଦୋଳନର ଶିକ୍ଷା ଦିଏ। ଏହା ସମାଜକୁ ନୂତନ ଶିକ୍ଷାଦିଏ, ଲୋକଙ୍କୁ ସଂଗଠିତ କରାଇଥାଏ ଓ ଅନ୍ୟାୟ ବିରୋଧରେ ଆନ୍ଦୋଳନର ଧାରା ଦେଖାଏ।
ଆମ ଦେଶର ସ୍ବାଧୀନତା ଆନ୍ଦୋଳନ କାଳରେ ଅନେକ ସମ୍ବାଦପତ୍ର ସ୍ବାଧୀନତା ଆନ୍ଦୋଳନକୁ ନୂତନ ଦିଶା ଦେଖାଇଥିଲେ। ମାତ୍ର ବିଗତ ଦଶବର୍ଷ ମଧ୍ୟରେ ଭାରତର ସମ୍ବାଦପତ୍ର, ଟିଭି ଚାନେଲ ଓ ପତ୍ରପତ୍ରିକାର ଏକ ବଡ଼ ଅଂଶ ଦେଶକୁ ବିଭାଜନ ଭିତରକୁ ଠେଲି ଦେଉଛି। ସମ୍ବାଦ ମାଧ୍ୟମର ଭୂମିକା- ଆଜିର ଏ ସମୟରେ ସୁଦୂର ପ୍ରସାରୀ। ସମ୍ବାଦପତ୍ର ଓ ଟିଭି ଚାନେଲମାନେ ନିରପେକ୍ଷ ସମ୍ବାଦ ପରିବେଷଣ ନ କଲେ, ସେମାନେ ସମାଜରୁ ବଞ୍ଚତ୍ତ ହେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ମୋ:୯୪୩୭୦୦୭୭୭୦

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri