ଫ୍ରିବିଜ୍‌ ଆକ୍ରାନ୍ତ ଗଣତନ୍ତ୍ର

ବିଶ୍ୱରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସେଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରେ। ମାତ୍ର ଅନୁପଯୋଗୀ ବାହ୍ୟ କାରକ ଅଧିକ କ୍ରିୟାଶୀଳ ହେଲେ ଏହାର ସ୍ବତନ୍ତ୍ରତାରେ ବିଚ୍ୟୁତି ଘଟେ ଏବଂ ଏହା ଗଣଙ୍କଠାରୁ ଦୂରେଇଯାଏ। ଏବେ ଚାଲିଥିବା ବିହାର ନିର୍ବାଚନ ଏହିପରି ଅନେକ କିଛି ସୂଚନା ପ୍ରଦାନ କରେ।
ନିର୍ବାଚନ ଘୋଷଣା ପୂର୍ବରୁ ବିହାରରେ ଯେଭଳି ଭାବେ ଅନେକ ହଜାର କୋଟି ଟଙ୍କାର ପ୍ରକଳ୍ପ ଅଜାଡ଼ି ହୋଇ ପଡ଼ିଲା ତାହାକୁ ଲକ୍ଷ୍ୟ କଲେ ଗଣତନ୍ତ୍ରର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେବା ଅସ୍ବାଭାବିକ ନୁହେଁ। ବିଭିନ୍ନ ରାଜନୈତିକ ଦଳ ସେଠାରେ ସେମାନଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଦେବାରେ ଆଦୌ ହେଳା କରୁନାହାନ୍ତି। ମାଗଣା ବିଦ୍ୟୁତ୍‌, ମାଗଣା ଟାବ୍‌ଲେଟ୍‌, ମାଗଣା ସ୍ମାର୍ଟ ଫୋନ୍‌, ବେକାରି ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ମହିଳାଙ୍କୁ ମାସିକ ୨୫ ଶହ ଟଙ୍କା ଏମିତି ଅନେକ କିଛି। ବିହାର ନିର୍ବାଚନରେ ଏମିତି ପ୍ରଲୁବ୍ଧକାରୀ ପ୍ରତିଶ୍ରୁତି ପ୍ରଥମ ଥର ଲାଗି ଯେ ଦିିଆଗଲା ତାହା ନୁହେଁ,ଏହା ପୂର୍ବରୁ ଅନ୍ୟ ରାଜ୍ୟରେ ଟିଭି, ମଙ୍ଗଳସୂତ୍ର, ମୋଟରସାଇକେଲ ବଣ୍ଟାଯାଇଛି। ମଦବୋତଲ ସହ ୫ଶହ ଟଙ୍କିଆ ନୋଟ୍‌ ବଣ୍ଟାଯାଇଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଉ ପ୍ରତି ପରିବାରକୁ ନଗଦ ଟଙ୍କା ମଧ୍ୟ ବଣ୍ଟାଯାଇଛି। ସବୁ ଡକାପିଟା, ଖୁଲମ୍‌ ଖୁଲା। ଲୁଚାଛପାରେ କିଛି ନାହିଁ। ନିର୍ବାଚନ କମିଶନଙ୍କ ନାକ ତଳେ ଏସବୁ ଘଟିଛି।
ଏ କଥା ନିର୍ବିବାଦୀୟ ଯେ ପ୍ରାୟ ସାଧାରଣ ମତଦାତା ରାଜନୈତିକ ଭାବେ ସଚେତନ ନୁହନ୍ତି। ତେଣୁ ସେମାନେ ପ୍ରଲୋଭନର ବଶବର୍ତ୍ତୀ ହୋଇ ନିଜର ମୂଲ୍ୟବାନ୍‌ ଭୋଟ ଖଣ୍ଡିକୁ ଅବିଚାରିତ ଭାବେ ସାବ୍ୟସ୍ତ କରିଥାନ୍ତି। ଯିଏ ଯେତେ ପଇସା ବାଣ୍ଟି ପାରିଲା, ଯିଏ ଯେତେ ପ୍ରଲୋଭନ ଦେଖାଇ ପାରିଲା ନିର୍ବାଚନରେ ଜିତିବାରେ ତାହାର ସେତେ ଗ୍ୟାରେଣ୍ଟି ଆସିଗଲା। ଯିଏ ପଇସା ଖର୍ଚ୍ଚକରି ନ ପାରିଲା ତା’ର ଅମାନତ ଉଡ଼ିଗଲା। ଏହା ଆଉ ଦ୍ୱନ୍ଦ୍ୱାମତ୍କ ହୋଇ ରହିନାହିଁ।
ଇତିମଧ୍ୟରେ ବିହାରରେ ଫ୍ଲାଇଂ ସ୍କ୍ବାଡ୍‌ ଦ୍ୱାରା ବିପୁଳ ପରିମାଣରେ ମାଦକଦ୍ରବ୍ୟ, ନଗଦ ଟଙ୍କା ଓ କେତେକ ମୂଲ୍ୟବାନ୍‌ ସାମଗ୍ରୀ ଜବତ କରାଯାଇଛି। ଏହାର ମୂଲ୍ୟ ୩୩ ହଜାର କୋଟିରୁ ଅଧିକ ଟଙ୍କା ହେବ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି। ମାତ୍ର ଯେଉଁ ସାମଗ୍ରୀଗୁଡ଼ିକ ଜବତ ହୋଇପାରି ନାହିଁ ତାହାର ମୂଲ୍ୟ କେତେ ହୋଇପାରେ ନିର୍ବାଚନ କମିଶନ ଆକଳନ କରିଛନ୍ତି କି? ଆଜିକାଲି ଡିଜିଟାଲ ଯୁଗରେ କାହାକୁ ଅର୍ଥ ଦେବାରେ ତ ଅସୁବିଧା ନାହିଁ। ୟୁପିଆଇ ଦ୍ୱାରା ବିହାରରେ ଏହି ପ୍ରକ୍ରିୟା ଏବେ ଚାଲୁରହିଛି। ତାକୁ କେଉଁ ଫ୍ଲାଇଂ ସ୍କ୍ବାଡ୍‌ ଧରିବାର ତାକତ ନାହିଁ।
ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଇସ୍ତାହାରର ପୁସ୍ତିକା ପ୍ରକାଶ କରିଥାନ୍ତି। ବିଭିନ୍ନ ଆକର୍ଷଣୀୟ ପ୍ରତିଶ୍ରୁତିରେ ଭରପୂର ଏହି ନିର୍ବାଚନୀ ଇସ୍ତାହାର କେବେ ବି କାର୍ଯ୍ୟକାରୀ ହୁଏ ନାହିଁ। କାର୍ଯ୍ୟକାରୀ ନ ହେଲେ ବି କେହି ଉତ୍ତରଦାୟୀ ନୁହନ୍ତି। ନିର୍ବାଚନ ସରିଲା ପରେ ଇସ୍ତାହାର ଖଣ୍ଡିକ ରଦି କାଗଜରେ ପରିଣତ ହେବା ସମସ୍ତେ ଜାଣନ୍ତି।
୨୦୧୪ ସାଧାରଣ ନିର୍ବାଚନରେ ଶହେ ଦିନ ମଧ୍ୟରେ ଦରଦାମ ହ୍ରାସ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ହୋଇଛି କି? କଳାଟଙ୍କା ଉଦ୍ଧାର କରାଯାଇ ପ୍ରତି ଆକାଉଣ୍ଟରେ ୧୫ ଲକ୍ଷ ଲେଖାଏ ଟଙ୍କା ଜମା କରାଯିବ। ହୋଇଛି କି? ବର୍ଷକୁ ୨ କୋଟି ବେକାରଙ୍କୁ ନିଯୁକ୍ତି ଦିଆଯିବ। ଦିଆଯାଇଛି କି? ଏହିପରି ପ୍ରତି ଉପଭୋକ୍ତାଙ୍କୁ ମାଗଣା ବିଜୁଳି, ପ୍ରତି ଘରକୁ ପିଇବା ପାଣି, ପ୍ରତି ଜନବସତିକୁ ସବୁଦିନିଆ ରାସ୍ତା ଇତ୍ୟାଦି ପ୍ରତିଶ୍ରୁତି ସେହି ପ୍ରତିଶ୍ରୁତିରେ ହିଁ ରହିଯାଇଛି। ପ୍ରଦତ୍ତ ଇସ୍ତାହାର ମିଥ୍ୟାଚାରରେ ପରିଣତ ହୋଇଛି।
ନିର୍ବାଚନ ଘୋଷଣା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଏ। ଏହି ଅବଧି ମଧ୍ୟରେ ସରକାରୀ ସ୍ତରରେ ଜନସାଧାରଣଙ୍କ ଉନ୍ନତି କଳ୍ପେ କୌଣସି କାର୍ଯ୍ୟ କରାଯିବାକୁ ବାରଣ କରାଯାଇଥାଏ। ବେଶ୍‌ ଭଲ କଥା। କିନ୍ତୁ ସେହି ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ନିର୍ବାଚନକୁ ଦୃଷ୍ଟିରେ ରଖି ଯେତେ ଯେତେ ଶିଳାନ୍ୟାସ, ଉଦ୍‌ଘାଟନ, ପ୍ରୋତ୍ସାହନ ଆଦି ସରକାରୀ ସ୍ତରରେ କରାଯାଇଥାଏ ସେଥିରେ ତ କିଛି ବାରଣ ନ ଥାଏ? ନିର୍ବାଚନ ବେଳେ ଲୋକଲୋଚନ ଆଢ଼ୁଆଳରେ ମତଦାତାଙ୍କ ପକେଟ୍‌କୁ ଯେଉଁ ଲକ୍ଷ ଲକ୍ଷ କୋଟି ଟଙ୍କା ରାତାରାତି ଚାଲିଯାଏ, ସେଥିରେ ତ ବେଦ ଅଶୁଦ୍ଧ ହୁଏ ନାହିଁ?
ଏହି ପରିପ୍ରେକ୍ଷୀରେ ଆମେ ଏଠାରେ ୩ଟି କଥାକୁ ବିଚାରକୁ ନେଇପାରନ୍ତି। ନିର୍ବାଚନ ପୂର୍ବ, ନିର୍ବାଚନ ପର ଏବଂ ନିର୍ବାଚନ କାଳରେ ଦଳ ବା ପ୍ରାର୍ଥୀମାନଙ୍କ ଦ୍ୱାରା ଦିଆଯାଊଥିବା ପ୍ରତିଶ୍ରୁତି ବା ପ୍ରଲୋଭନ। ଏସବୁ ଅନିୟନ୍ତ୍ରିତ। ଆଚରଣ ବିଧି ଲାଗୁ ପୂର୍ବରୁ ଶାସକ ଗୋଷ୍ଠୀ ଦ୍ୱାରା ଅନେକ ହଜାର କୋଟି ଟଙ୍କାର ପ୍ରକଳ୍ପ ବର୍ଷା, ନିର୍ବାଚନ କାଳରେ ପ୍ରାର୍ଥୀମାନଙ୍କର ବହୁ କୋଟି ଟଙ୍କା ଲାଞ୍ଚ ବିନିମୟରେ ଭୋଟ ଖର୍ଦ୍ଦି ଏବଂ ନିର୍ବାଚନ ଶେଷରେ ପ୍ରତିଶ୍ରୁତିରୁ ପଳାୟନ। ଏସବୁ ବିଷୟରେ ବିତର୍କର ଯଥେଷ୍ଟ ଆବଶ୍ୟକତା ଅଛି। କୌଣସି ନିର୍ଯାସରେ ଉପନୀତ ହୋଇ ଲୋକ ପ୍ରତିନିଧି ଆଇନରେ ସଂଶୋଧନର ମଧ୍ୟ ଆବଶ୍ୟକତା ଅଛି।
ସର୍ବଶେଷରେ ଏତିକି କୁହାଯାଇପାରେ, ନିର୍ବାଚନୀ ପ୍ରକ୍ରିୟା ପ୍ରଚ୍ଛଦପଟରେ ଭୋଟରମାନଙ୍କୁ ପ୍ରଲୋଭିତ କରିବାକୁ ଯେଉଁ ସବୁ ଫ୍ରିବିଜ୍‌ ବା ମାଗଣାରେ ସାମଗ୍ରୀ କିମ୍ବା ସେବା ଯୋଗାଇଦେବା ପ୍ରକ୍ରିୟା ଚାଲିଛି ତାହା ବନ୍ଦହେବା ଉଚିତ। ନଚେତ୍‌ ଆମ ଦେଶର ଗଣତନ୍ତ୍ର ଅତ୍ୟନ୍ତ କଳୁଷିତହୋଇ ଅବିଳମ୍ବେ ଭୁଶୁଡ଼ିପଡ଼ିବ।
ମୋ: ୭୯୭୫୦୪୬୪୮୬

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?