Posted inଜାତୀୟ

ଚାଷୀଙ୍କୁ ମାଗଣା ପାଣି-ଶସ୍ତା ଋଣ-ଅଯୋଧ୍ୟା ପାଇଁ ୧୪୦ କୋଟି

ଲକ୍ଷ୍ନୌ,୨୨।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବିଧାନସଭାରେ ପ୍ରଥମ ଥର ପାଇଁ ପେପରଲେସ୍‌ ବଜେଟ୍‌ ସୋମବାର ଉପସ୍ଥାପନ କରାଯାଇଛି। ରାଜ୍ୟରେ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ପାଣି ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ସୂଚନା ଦେଇଛନ୍ତି। ସେହିପରି ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ଲାଗି ଶସ୍ତା ଋଣ ଯୋଜନା ପ୍ରଣୟନ କରାଯିବ। କରୋନା ମୁକାବିଲା କ୍ଷେତ୍ରରେ ପ୍ରତିଷେଧକ ଟିକା ପାଇଁ ୫୦ କୋଟି ଟଙ୍କାର ବ୍ୟୟଅଟକଳ ବଜେଟରେ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ସେହିପରି ଅଯୋଧ୍ୟାର ଆଲୋକୀକରଣ ଲାଗି ୧୪୦ କୋଟି ଟଙ୍କା ଯୋଗାଇ ଦିଆଯିବ। ରାଜ୍ୟରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଯୋଗୀ ସରକାର ବାର୍ଷିକ ବଜେଟ ଦ୍ୱାରା ଭୋଟରଙ୍କୁ ଆକର୍ଷିତ କରିବାର ଉଦ୍ୟମ କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଜୀବନକୁ ବାଜି ଲଗାଇ ୩ ଜୀବନ ରକ୍ଷା କଲେ ପୋଲିସ କନଷ୍ଟେବଳ

କରୌଲି,୫।୪: କୁହାଯାଏ ଯେ ଏକ ଫଟୋ ହଜାରେ ଶବ୍ଦ ବୟାନ କରେ। ରାଜସ୍ଥାନର କରୌଲିରେ ହୋଇଥିବା ହିଂସା ମଧ୍ୟରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି।...

ଚଳିତ ଆର୍ଥିକ ବର୍ଷରେ ୬୨ ଲକ୍ଷରୁ ଅଧିକଙ୍କୁ ମିଳିଛି ନିଯୁକ୍ତି: ଇପିଏଫ୍‌ଓ

ନୂଆଦିଲ୍ଲୀ,୨୩।୧: ଚଳିତ ୨୦୧୯-୨୦ ଆର୍ଥିକ ବର୍ଷର ନଭେମ୍ବର ସୁଦ୍ଧା ୬୨ ଲକ୍ଷ ୩୮ ହଜାରଙ୍କୁ ନୂତନ ନିଯୁକ୍ତି ମିଳିଛି। ୨୦୧୮-୧୯ରେ ଏହା ୬୧ ଲକ୍ଷ ୧୨...

କୋଲକାତା ଅଗ୍ନିକାଣ୍ଡରେ ୯ ମୃତ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

କୋଲକାତା,୯ ।୩: ପଶ୍ଚିମବଙ୍ଗ କୋଲକାତାର କୋଲାଘାଟ ପ୍ରସାଦାର ୧୩ ମହଲାରେ ସୋମବାର ସନ୍ଧ୍ୟାରେ ଲାଗିଥିବା ନିଆଁରେ ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ...

ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଲୋକାର୍ପିତ, ସେନାର କାର୍ଯ୍ୟ ହେବ ସହଜ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୬।୯: ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଗୁରୁବାର ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଯୋଗଦେଇ କହିଛନ୍ତି ଯେ, ଏହି ନୂତନ କାର୍ଯ୍ୟାଳୟ ସେନା...

ଦିଲ୍ଲୀର ସ୍ଥିତି ଖରାପ ହେବାରେ ଲାଗିଛି: କେଜରିଓ୍ବାଲ

ନୂଆଦିଲ୍ଲୀ, ୧୦।୬: ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ସ୍ଥିତି ଧୀରେଧୀରେ ଖରାପ ହେବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ବୁଧବାର ଏକ...

ସିଦ୍ଧୁଙ୍କ ଜିଦ୍‌ ରହିଲା

ଚଣ୍ଡିଗଡ,୧୭।୧୨: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚନ୍ନି ସରକାର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସିଦ୍ଧୁଙ୍କ ଚାପରେ ସରକାର ବିଳମ୍ବିତ...

Advertisement
Archives

Model This Week