ମାଗଣା ବିଜୁଳି ବିରୋଧୀଙ୍କୁ କରେଣ୍ଟ ମାରୁଛି: ପାଣ୍ଡିଆନ୍‌

ଭୁବନେଶ୍ୱର, ସୁନ୍ଦରଗଡ ୧୨ା୫(ଅନିଲ ଦାସ/ଜୟନାରାୟଣ ମେଣ୍ଡୁଳି)ଜୁଲାଇ ମାସରୁ ଓଡ଼ିଶାର ଜନସାଧାରଣଙ୍କୁ ଆଉ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ନବୀନବାବୁ ଲୋକଙ୍କୁ ବିଜୁଳି ମାଗଣାରେ ଦେଉଛନ୍ତି ଜାଣି ବିରୋଧୀଙ୍କୁ କରେଣ୍ଟ ଲାଗିଗଲାଣି। ବିରୋଧୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଆସୁଛନ୍ତି, ବଡ଼ ବଡ଼ କଥା କହୁଛନ୍ତି। ବିରୋଧୀଙ୍କ କଥାକୁ କେହି ବିଶ୍ୱାସ କରୁନାହାନ୍ତି। ଓଡ଼ିଶାର ଚାଷୀ, ମହିଳା, ଛାତ୍ରୀଛାତ୍ର ଓ ସବୁବର୍ଗର ଲୋକଙ୍କ ଭଲପାଇବା ନବୀନବାବୁଙ୍କୁ ଶକ୍ତି ଦେଉଛି। ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କରି ପାଣ୍ଡିଆନ କହିଛନ୍ତି ଯେ ସବୁ ଜାଗାରେ ପରିବର୍ତ୍ତନର ହାୱା ବହୁଛି ବୋଲି ଆପଣ କହୁଛନ୍ତି, କିନ୍ତୁ ଓଡ଼ିଶାରେ ସବୁଆଡ଼େ ନବୀନ ହାୱା ବହୁଛି, ମୁଁ ଗୋଟେ ଛୋଟ କର୍ମଚାରୀ ହୋଇ ଆପଣଙ୍କୁ ଆହ୍ବାନ କରୁଛି ଯେ ତିନି ଚତୁର୍ଥାଂଶ ବହୁମତରେ ଆସି ନବୀନବାବୁ ଯଦି ମୁଖ୍ୟମନ୍ତ୍ରୀ ନ ହେବେ ମୁଁ ରାଜନୀତି ଛାଡ଼ିଦେବି। ଆପଣ କେନ୍ଦ୍ରମନ୍ତ୍ରୀ ହୋଇ କହିପାରିବେ କି ଯଦି ଆପଣଙ୍କ ଦଳ ନ ଆସିବ ଆପଣ ରାଜନୀତି ଛାଡ଼ିଦେବେ ?

ସରକାର ଗଠନ କରିବେ ବୋଲି ଆପଣଙ୍କର ବିଶ୍ୱାସ ନାହିଁ କି ଆପଣଙ୍କ କର୍ମୀମାନଙ୍କର ମଧ୍ୟ ବିଶ୍ୱାସ ନାହିଁ। ଜୁନ୍‌ ୯ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ୧ଟା ୩୦ ମଧ୍ୟରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ସାବେଳେ ନିର୍ବାଚନ ଇସ୍ତାହାରକୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ପାସ୍‌ କରିବେ। ନବୀନବାବୁ ଓଡ଼ିଶାବାସୀଙ୍କ ପାଇଁ ମିଶନ ଶକ୍ତି, ମମତା, କାଳିଆ, ଲକ୍ଷ୍ମୀ ବସ୍‌, ମଧୁବାବୁ ପେନ୍‌ସନ ଆଦି ବହୁ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି, ସେଥିପାଇଁ ସେ ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଛନ୍ତ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ନବୀନ ଇଞ୍ଜିନ ଜୋରରେ ଚାଲିଛି ବୋଲି ପାଣ୍ଡିଆନ କହିଛନ୍ତି।

ସନ୍ଧ୍ୟାରେ ପାଣ୍ଡିଆନ ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଘୁନାଥପାଲ୍ଲୀ, ବୀରମିତ୍ରପୁର ଓ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଏମ୍‌ପି ପ୍ରାର୍ଥୀ ଦିଲୀପ ତିର୍କୀ, ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଅର୍ଚ୍ଚନାରେଖା ବେହେରା, ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ ରୋହିତ ଜୋସେଫ୍‌ ତିର୍କୀ ଓ ବଣାଇ ବିଧାନସଭା ପ୍ରାର୍ଥୀ ଭୀମସେନ ଚୌଧୁରୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି।

ବୀରମିତ୍ରପୁରରେ ପାଣ୍ଡିଆନ ଜନସଭାକୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କହୁଛନ୍ତି ଆଜି ତାଙ୍କ ଦଳ ନିର୍ବାଚନ ଜିତିଲେ ଓଡ଼ିଶାକୁ ଏକ ନମ୍ବର କରିବେ। ପୂର୍ବରୁ ପ୍ରଧାନମନ୍ତ୍ରୀ ବହୁବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଗୁଜରାଟକୁ ଏକ ନମ୍ବର କରିପାରିଲେ କି ?
ଗୁଜରାଟରେ ଆଜି ଅପପୁଷ୍ଟି ହାର ୪୦ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୨୯ ପ୍ରତିଶତ ରହିଛି। ମହିଳା ସଶକ୍ତୀକରଣରେ ଗୁଜରାଟ ବହୁ ପଛୁଆ ଅଛି, ମୁଣ୍ଡପିଛା ଋଣ ହାର ମଧ୍ୟ ଗୁଜରାଟରେ ଅଧିକା, ରକ୍ତହୀନତା ହ୍ରାସରେ ଓଡ଼ିଶା ୬୪ ସ୍ଥାନରେ ଥିବାବେଳେ ଗୁଜରାଟ ୮୦ରେ ଅଛି। ଓଡ଼ିଶାରେ ସବୁ ହାଇସ୍କୁଲରେ ଡିଜିଟାଲ ବୋର୍ଡରେ ପିଲା ପାଠ ପଢ଼ୁଥିବାବେଳେ ଗୁଜରାଟରେ ଆଜି ମଧ୍ୟ ବ୍ଲାକ୍‌ବୋର୍ଡରେ ପିଲା ପାଠ ପଢ଼ୁଛନ୍ତି। ଆପଣ ଯଦି ପାରିବେ ଭାରତକୁ ଏକ ନମ୍ବର କରନ୍ତ। ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ନବୀନବାବୁ ଯଥେଷ୍ଟ। ୧୦ ବର୍ଷ ମଧ୍ୟରେ କଟକ-ସମ୍ବଲପୁର ରାସ୍ତା ହୋଇପାରିଲା ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ବିଜୁ ଏକ୍ସପ୍ରେସ୍‌ ୱେ କରି ଦେଖେଇ ଦେଲେ। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଅନ୍ତୁ। ଓଡ଼ିଶାରେ ଇଣ୍ଡିଆନ ଅଏଲ, ଏନ୍‌ଟିପିସି ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ରହିଛି। ଏଥିରେ ଓଡ଼ିଆ ପିଲା ନିଯୁକ୍ତି ପାଉନାହାନ୍ତି, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ଦରଦାମ୍‌ ବଢ଼ିବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ, କୋଷ୍ଟାଲ ହାଇୱେ ୧୦ ବର୍ଷ ହେଲା ହୋଇପାରୁନାହିଁ, କୋଲଲା ରୟାଲ୍‌ଟି ବୃଦ୍ଧି ପାଇଁ ବାରମ୍ବାର ଅନୁରୋଧ ସତ୍ତ୍ୱେ ହୋଇପାରୁନାହିଁ, ଓଡ଼ିଶାରେ ବିପୁଳ କୋଇଲା ସମ୍ପଦ ରହିଛି, କିନ୍ତୁ ରୟାଲ୍‌ଟି ବାବଦରେ କେନ୍ଦ୍ର ନେଉଛି କୋଟି କୋଟି ଟଙ୍କା, ଓଡ଼ିଶା ପାଉଛି କେବଳ ପ୍ରଦୂଷଣ। ଗ୍ରୀନ୍‌ ସେସ୍‌ ବାବଦକୁ ଯେତିକି ନେଉଛନ୍ତି ସେଥିରେ ଓଡ଼ିଶାର ସବୁ ସ୍କୁଲ ରୂପାନ୍ତର ହୋଇଯାଇଥାନ୍ତା। ଏଥିପ୍ରତି ଦୃଷ୍ଟିଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିନମ୍ରତାର ସହ କହିଛନ୍ତି ଯେ ଜୁନ୍‌ ୪ରେ ନବୀନ ପଟ୍ଟନାୟକ ସରକାରଙ୍କ ଅବସାନ ଘଟିବ, ଆଗ ଆପଣଙ୍କ ଦଳର ମୁଖ୍ୟମନ୍ତ୍ରୀ ଚେହେରାକୁ ଆଗକୁ ଆଣନ୍ତୁ। ଓଡ଼ିଶାବାସୀ ଉଚିତ ଜବାବ ଦେବେ। ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଯେଉଁ କଥା ଦିଅନ୍ତି ତାକୁ ମନେରଖନ୍ତି ଓ ଆନ୍ତରିକତାର ସହ ହୃଦୟରୁ ପାଳନ କରନ୍ତି। ସେଥିପାଇଁ ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ଲୋକଙ୍କ ହୃଦୟରେ ଅଛନ୍ତି। ଲୋକଙ୍କ ହୃଦୟରୁ ତାଙ୍କୁ କେହି ବି ଦୂରକରିପାରିବେ ନାହିଁ। ନବୀନବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କୁ କେବେ ବି ସେ ହଇରାଣ ହେବାକୁ ଦେବେ ନାହିଁ। ପ୍ରତି ମାସରେ ବିଏସ୍‌କେୱାଇରେ ୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ଅଥଚ ଭାରତ ସରକାର ସମଗ୍ର ଭାରତବର୍ଷ ପାଇଁ ବର୍ଷକୁ ୬ ହଜାର କୋଟି ଟଙ୍କା ରଖିଛନ୍ତି, ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆମ ବ୍ୟାଙ୍କ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଯାହା କରିଥାନ୍ତି ତାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରନ୍ତି ।
ଏବେ ନିର୍ବାଚନ ଆସିଲା, ଭାଜପାର ଏମ୍‌ଏସ୍‌ପି କଥା ମନେପଡ଼ିଲା। ୧୦ ବର୍ଷ ହେଲା ମନେପଡ଼ୁ ନ ଥିଲା, ଯଦି ଭାରତ ସରକାର ଚାହିଁଥାନ୍ତେ ତା’ହେଲେ ଗୋଟେ ମିନିଟରେ କରିପାରିଥାନ୍ତେ। ନିର୍ବାଚନରେ ହାରିବା ଦେଖି ଚାଷୀଙ୍କ କଥା ମନେପଡ଼ୁଛି। ଚାଷୀ ଆନ୍ଦୋଳନ କରି ଭାରତରେ ବହୁ ଚାଷୀ ବଳିଦାନ ଦେଇଛନ୍ତି। ଏମ୍‌ଏସ୍‌ପି ଯଦି ଆଗରୁ ବଢ଼େଇଥାନ୍ତେ ତେବେ ଏହା ଘଟି ନ ଥାନ୍ତା ବୋଲି ପାଣ୍ଡିଆନ କହିଛନ୍ତି ।
କାର୍ଯ୍ୟକ୍ରମରେ ସାଂସଦ ପ୍ରାର୍ଥୀ ଦିଲୀପ ତିର୍କୀ, ବିଧାୟକ ପ୍ରାର୍ଥୀ ଅର୍ଚ୍ଚନା ରେଖା ବେହେରା, ରୋହିତ ଜୋସେଫ୍‌ ତିର୍କୀ ଓ ଭୀମସେନ ଚୌଧୁରୀ ଉଦ୍‌ବୋଧନ ମାଧ୍ୟମରେ ସେମାନଙ୍କୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ପାଇଁ ନିବେଦନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri