୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା ଆଇ ଡିଜିଜ୍‌ ଷ୍ଟଡି)ଡାଇଗ୍ନୋଷ୍ଟିକ ଆକ୍ସନ ରିସର୍ଚ୍ଚ ପ୍ରୋଜେକ୍ଟ ଉଦ୍‌ଘାଟିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର ଏହାର ଶୁଭାରମ୍ଭ କରିଛନ୍ତି। ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଏସ୍‌ସି ଏବଂ ଏସ୍‌ଟି ଅନୁସନ୍ଧାନ ତାଲିମ ପ୍ରତିଷ୍ଠାନ, ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମ(ଓପିଲିପ୍‌) ଏବଂ ହାଇଦ୍ରାବାଦର ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ଜିଲାର ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ(ପର୍ଟିକୁଲାର୍‌ଲି ଭଲ୍‌ନରେବଲ ଟ୍ରାଇବାଲ୍‌ ଗ୍ରୁପ୍‌) ମାନଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା, ଚିକିତ୍ସା, ଚଷମା ପ୍ରଦାନ ସହ ଅସ୍ତ୍ରୋପଚାର ବ୍ୟବସ୍ଥା କରାଯିବ। ଡଙ୍ଗରିଆ କନ୍ଧମାନେ ବସବାସ କରୁଥିବା ୯୯ ଗ୍ରାମର ୨୬୦୦ ପରିବାର ତଥା ୧୦୧୯୦ ଲୋକଙ୍କୁ ୩ ମାସ ମଧ୍ୟରେ ବିନା ମୂଲ୍ୟରେ ଚକ୍ଷୁ ପରୀକ୍ଷା କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏଥିନିମନ୍ତେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ, ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଏବଂ ଓପିଲିପ୍‌ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି। କାର୍ଯ୍ୟକ୍ରମ ଶୁଭାରମ୍ଭ ବେଳେ ରାୟଗଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ପିଏ ଟୁକୁ ବାରିକ, ପାର୍ସାଲି ଓ ଚାଟିକଣା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ)ର ସ୍ବତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ଏଲ୍‌.ଭି. ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଚକ୍ଷୁ ବିଶେଷଜ୍ଞ ଦେବାନନ୍ଦ ପାଢ଼ୀ, ଓପିଲିପ୍‌ର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀଙ୍କ ସମେତ ଖଜୁରିଗାଁ ଓ କାଡ୍ରାଗୁମା ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଖଜୁରି ଏବଂ କାଡ୍ରାଗୁମା ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଡଙ୍ଗରିଆଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିବା ଚାଟିକଣା ଓପିଲିପ୍‌ର ପ୍ରକଳ୍ପ ପରିଚାଳକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରୁ ଆନ୍ଧ୍ରକୁ ରୁପା ଇଟା ଚାଲାଣ: ୧୮ ଲକ୍ଷ ଟଙ୍କାର ଇଟା ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୨୭ା୮: ଓଡ଼ିଶାରୁ ଆନ୍ଧ୍ରକୁ ରୁପାଇଟା ଚାଲାଣ ବେଳେ ଇଚ୍ଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ପୋଲିସ ୩ଜଣ ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ...

ସ୍କୁଲର ପ୍ରଥମ ଦିନରେ କରୋନାର ଅନୁଭୁତି ବଖାଣିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୮।୨(ଡି.ଏନ୍‌.ଏ): ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରୀଛାତ୍ର ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ...

କୋଭିଡ୍‌ କେନ୍ଦ୍ରରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୭।୫(ବ୍ୟୁରୋ)- କୋଭିଡ୍‌ କେନ୍ଦ୍ରଗୁଡ଼ିକରେ କର୍ତ୍ତବ୍ୟରତ ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର ଆଦୌ ବରଦାସ୍ତ କରାଯିବ ନାହିଁ। ଏପରି ଅସାମାଜିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ୍‌ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ

ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍‌ତେଲ ଡ୍ୟାମ ସାଇଟ୍‌ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍‌ ରାସ୍ତା କାମ ଆରମ୍ଭ ହୋଇଛି।...

ଅପରାହ୍ନ ୫ରେ ବାହାରିଲା ପ୍ରସାଦ

ପୁରୁଣା ଭୁବନେଶ୍ୱର,୨୨ା୮(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜଙ୍କ ନୀତି ୫ଘଣ୍ଟା ବିଳମ୍ବ ହେବାରୁ ବୁଧବାର ଠାକୁରଙ୍କ ପ୍ରସାଦ ବାହାରିବାରେ ବିଳମ୍ବ ହୋଇଥିଲା। ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।...

ନଦୀରେ ବୁଡି ଛାତ୍ର ମୃତ

ବ୍ରହ୍ମଗିରି, ୯ା୬(ଡି.ଏନ୍‌.ଏ.)-ବ୍ରହ୍ମଗିରି ଥାନା ଅନ୍ତର୍ଗତ ଅପିଠି ଗ୍ରାମରେ ରବିବାର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ନଦୀରେ ଭାସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,...

ଶାମ୍ବଦଶମୀରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼

କୋଣାର୍କ,୧ା୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଶାମ୍ବଦଶମୀ ଅବସରରେ ରବିବାର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ପ୍ରବେଶ ଫି ଛାଡ଼ କରାଯାଇଛି। କୋଣାର୍କ ସୁରକ୍ଷା ସମିତିର ପୂର୍ବତନ...

ଚତୁର୍ଥ ଆସନ କାହାର

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଦେଶର ୫୫ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବ। ଏଥିଲାଗି ଆସନ୍ତା ୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ...

Advertisement
Archives

Model This Week