ବଜେଟରେ ଅନ୍ନଦାତାଙ୍କୁ ପ୍ରତାରଣା

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। କରୋନା ମହାମାରୀ ଓ ତଜ୍ଜନିତ ଲକ୍‌ଡାଉନ୍‌ ଫଳରେ ଦେଶର ସାଧାରଣ ଜନତାଙ୍କ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ଚଳିତ ବଜେଟ ପ୍ରତି ଦେଶବାସୀଙ୍କ ଅନେକ ଆଶା ଓ ଆଶଙ୍କା ରହିଥିଲା। ବିଶେଷକରି କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନର ପ୍ର୍ରତ୍ୟାହାର ଏବଂ ଏମ୍‌ଏସ୍‌ପି ନେଇ ଆଇନ ପ୍ରଣୟନ କରିବା ଦାବିରେ ଦେଶବ୍ୟାପୀ କୃଷକମାନଙ୍କ ଅଭୂତପୂର୍ବ ଆନ୍ଦୋଳନ ଚାଲିଥିବାରୁ ସରକାର ସେମାନଙ୍କୁ ସନ୍ତୁଷ୍ଟ କରିବାକୁ କିଛି ଆଖିଦୃଶିଆ ଘୋଷଣା କରିବେ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ଚଳିତ ବଜେଟ ଦେଶର ଅନ୍ନଦାତା କୁହାଯାଉଥିବା କୃଷକମାନଙ୍କୁ କେବଳ ନିରାଶ କରିନି ବରଂ ପ୍ରତାରିତ କରିଛି ବୋଲି କୁହାଯାଇପାରେ।
କ୍ଷମତାକୁ ଆସିବା ପୂର୍ବରୁ ମୋଦି ଓ ତାଙ୍କ ଦଳ ଦେଶରେ କୃଷି ସଙ୍କଟର ସମାଧାନ ସହ କୃଷକଙ୍କ ପାଇଁ ଅଚ୍ଛେ ଦିନ୍‌ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ। ସ୍ବାମୀନାଥନ କମିଶନଙ୍କ ସୁପାରିସ ଅନୁଯାୟୀ କୃଷକଙ୍କୁ ସେମାନଙ୍କ ଉପତ୍ାଦିତ ଫସଲର ଉପତ୍ାଦନ ଖର୍ଚ୍ଚର ଦେଢ଼ଗୁଣ ମୂଲ୍ୟ ଦେବା, ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟକୁ ଦୁଇଗୁଣ କରିବାର ଦମ୍ଭୋକ୍ତିକୁ ବାରମ୍ବାର ଦୋହରାଇଛନ୍ତି। କିନ୍ତୁ ଗତ ପ୍ରାୟ ସାତ ବର୍ଷର ଶାସନ କାଳରେ ନା ସ୍ବାମୀନାଥନ୍‌ କମିଶନଙ୍କ ପ୍ରତିଶ୍ରୁତିକୁ ଲାଗୁ କରାଗଲା, ନା ଆସନ୍ତା ବର୍ଷ ସୁଦ୍ଧା କୃଷକଙ୍କ ଆୟକୁ ଦୁଇ ଗୁଣ କରିବା ଦିଗରେ କୌଣସି ପଦକ୍ଷେପ ନିଆଗଲା। ବରଂ ମହାମାରୀ ସମୟରେ ଲୋକଙ୍କୁ ଗୃହବନ୍ଦୀ କରି ସରକାର କୃଷି ସଂସ୍କାର ନାଁରେ ଦେଶୀ ବିଦେଶୀ କର୍ପୋରେଟ୍‌ଙ୍କ ସ୍ବାର୍ଥରେ ଯେଉଁ ତିନୋଟି ଆଇନକୁ ଅଗଣତାନ୍ତ୍ରିକ ଭାବେ ଆଣି ଚାଷୀଙ୍କ ଉପରେ ଲଦିଦେଲେ ତାରି ଫଳରେ ଦେଶର ଅନ୍ନଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଗତ ଦୁଇ ମାସରୁ ଅଧିକ ସମୟ ଧରି ଦେଶର ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ କରୁଥିବା ବେଳେ ଦେଶବ୍ୟାପୀ କୃଷକମାନଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି।
ସରକାରଙ୍କ ପାଇଁ ଦେଶର କୋଟି କୋଟି କୃଷକଙ୍କ ଅପେକ୍ଷା ହାତଗଣତି ଦେଶୀ ବିଦେଶୀ ବୃହତ୍‌ କର୍ପୋରେଟ୍‌ଙ୍କ ସ୍ବାର୍ଥ ଯେ ସର୍ବୋପରି ଚଳିତ ବଜେଟରୁ ପୁଣିଥରେ ପ୍ରମାଣିତ ହୋଇଯାଇଛି। ଅନ୍ତର୍ଜାତୀୟ ସଂସ୍ଥା ଅକ୍ସଫାମ୍‌ର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ମହାମାରୀ ସମୟରେ ଦେଶର କର୍ପୋରେଟ୍‌ମାନଙ୍କ ଆୟରେ ୩୫% ବୃଦ୍ଧି ଘଟିଛି। ଅର୍ଥାତ୍‌ କାହାର ପୁଷମାସ ତ କାହାର ସର୍ବନାଶ ଭଳି ଦେଶର କୋଟି କୋଟି ସାଧାରଣ ଜନତା ଅତ୍ୟନ୍ତ ଦୁର୍ଦ୍ଦଶାରେ ରହିଥିବା ବେଳେ ଦେଶର କର୍ପୋରେଟ୍‌ମାନେ ବିପୁଳ ଆୟ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ମହାମାରୀ ଯୋଗୁ ଆୟ ସଙ୍କଟର ସାମ୍‌ନା କରୁଥିବା ସରକାର ନିଜର ଆୟବୃଦ୍ଧି ପାଇଁ ଚଳିତ ବଜେଟରେ ଏହି ଅଧିକ ଆୟ କରିଥିବା ଧନାଢ଼୍ୟ ବର୍ଗଙ୍କ ଉପରେ କୌଣସି ନୂତନ କିମ୍ବା ଅତିରିକ୍ତ ଟିକସ ବସାଇବା ପରିବର୍ତ୍ତେ ଦେଶର ସାଧାରଣ ଜନତାଙ୍କ ଉପରେ ହିଁ ଟିକସର ବୋଝକୁ ଲଦିବାକୁ ଚେଷ୍ଟା କରିଛନ୍ତି। କୃଷକଙ୍କ ନାଁରେ ପେଟ୍ରୋଲ, ଡିଜେଲଠାରୁ ଆରମ୍ଭକରି ଅନେକ ପଦାର୍ଥ ଉପରେ କୃଷି ସେସ୍‌ ଧାର୍ଯ୍ୟ କରାଯାଇ ସାଧାରଣ ଲୋକଙ୍କ ଉପରେ ଆର୍ଥିକ ବୋଝକୁ ବଢ଼ାଯାଇଥିବା ବେଳେ ଓଲଟା କର୍ପୋରେଟ୍‌ମାନଙ୍କ ପାଇଁ ଭଣ୍ଡାର ଖୋଲି ଦିଆଯାଇଛି। ବଜେଟରେ ନିଅଣ୍ଟକୁ ଭରଣା କରିବାକୁ କୃଷି ଏବଂ ସାମାଜିକ କ୍ଷେତ୍ରରେ ବ୍ୟାପକ ଖର୍ଚ୍ଚକାଟ କରାଯାଇଛି।
ଦେଶରେ କୃଷକଙ୍କ ଲଗାତର ଆନ୍ଦୋଳନ କାରଣରୁ ତଥା ସରକାରଙ୍କ ବହୁ ପ୍ରଚାରିତ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦୃଷ୍ଟିରୁ ଚଳିତ ବଜେଟରେ କୃଷି ଓ କୃଷି ସମ୍ପର୍କିତ କାର୍ଯ୍ୟକ୍ରମ ବାବଦରେ ବ୍ୟୟବରାଦ ଗତବର୍ଷ ତୁଳନାରେ ଅନେକ ବୃଦ୍ଧି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବଜେଟରେ ମୋଟ ବ୍ୟୟବରାଦ ଗତବର୍ଷର ୩୦.୪୨ ଲକ୍ଷ କୋଟିରୁ ଚଳିତ ବର୍ଷ ୩୩.୮ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଥିବା ବେଳେ ଦେଶର ଜିଡିପିର ୧୫% ରୂପେ ପରିଚିତ କୃଷିକ୍ଷେତ୍ର ପାଇଁ ବ୍ୟୟବରାଦ ଗତବର୍ଷ ୫.୧% ରହିଥିବା ବେଳେ ଚଳିତ ବର୍ଷ ତାହା ୪.୩%କୁ ହ୍ରାସ କରାଯାଇଛି। ୨୦୨୦-୨୧ ବଜେଟରେ ସରକାର ଏ ବାବଦରେ ୧.୫୪ ଲକ୍ଷ କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ବଜେଟରେ କିନ୍ତୁ ୧.୪୮ ଲକ୍ଷ କୋଟିକୁ ହ୍ରାସ କରିଛନ୍ତି। ଯଦିଓ ଗତବର୍ଷ ତୁଳନାରେ ଏହି ହ୍ରାସର ହାର ୮% ରହିଥିଲେ ମଧ୍ୟ ମୁଦ୍ରାସ୍ପୀତିକୁ ଦେଖିଲେ ତାହା ବହୁ ଅଧିକ ହେବ। କୃଷିଋଣର ପରିମାଣ ୧୬ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ତା’ ସୁଧର ହାରରେ ଦିଆଯାଉଥିବା ରିହାତିକୁ ୨୧, ୧୭୫ କୋଟିରୁ ୧୯,୪୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ସରକାର ବଜେଟରେ ନିଜର ବହୁ ପ୍ରଚାରିତ ପିଏମ୍‌ କିଷାନ୍‌ ଯୋଜନାର ବ୍ୟୟବରାଦକୁ ମଧ୍ୟ ହ୍ରାସ କରିଛନ୍ତି। ଗତବର୍ଷ ଏ ବାବଦରେ ସରକାର ୭୫ ହଜାର କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ବଜେଟରେ ତାକୁ ୧୩% କମାଇ ୬୫ ହଜାର କୋଟି କରିଛନ୍ତି। ଏହା ବ୍ୟତୀତ କୃଷକଙ୍କୁ ସେମାନଙ୍କ ଉପତ୍ାଦର ଉପଯୁକ୍ତ ଦର ଦେବାକୁ ଉଦ୍ଦିଷ୍ଟ ନାମକୁ ମାତ୍ର ଯୋଜନା ପ୍ରଧାନମନ୍ତ୍ରୀ ଆୟ ସଂରକ୍ଷଣ ଅଭିଯାନ (ପିଏମ୍‌-ଆଶା) ଯୋଜନାରେ ମଧ୍ୟ ୨୦୧୯-୨୦ରେ ୧୫୦୦ କୋଟି ଓ ୨୦୨୦-୨୧ରେ ୫୦୦ କୋଟି ବ୍ୟୟବରାଦ କରିଥିବା ବେଳେ ୨୦୨୧-୨୨ ବଜେଟରେ ତାକୁ ୪୦୦ କୋଟିକୁ ହ୍ରାସ କରାଯାଇଛି। କୃଷକଙ୍କୁ ଫସଲର ଅଭାବୀ ବିକ୍ରିରୁ ସୁରକ୍ଷା ଦେବାକୁ ଉଦ୍ଦିଷ୍ଟ ଆଉ ଏକ ଯୋଜନା ବଜାର ହସ୍ତକ୍ଷେପ ଯୋଜନା (ଏମ୍‌ଆଇଏସ୍‌)ରେ ୨୦୧୯-୨୦ରେ ୩୦୦୦କୋଟି, ୨୦୨୦-୨୧ରେ ୨୦୦୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବଜେଟରେ ତାକୁ ୧୫୦୧ କୋଟିକୁ ହ୍ରାସ କରାଯାଇଛି। ଦେଶରେ ସମସ୍ତ କୃଷି ଉପତ୍ାଦର ସହାୟକ ଦର ପାଇଁ ଆଇନ କରିବାକୁ କୃଷକମାନେ ଆନ୍ଦୋଳନ ଚଳାଇଥିବା ବେଳେ ଏହି ପଦକ୍ଷେପ କୃଷକଙ୍କ ଆୟବୃଦ୍ଧି ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଉଜାଗର କରୁଛି।
ଦେଶର ଗ୍ରାମାଞ୍ଚଳରେ ରହୁଥିବା କୃଷି ଶ୍ରମିକ ଓ ନାମମାତ୍ର କୃଷକଙ୍କୁ ବର୍ଷକୁ ଶହେ ଦିନ ରୋଜଗାର ଦେବା ପାଇଁ ଉଦ୍ଦିଷ୍ଟ ମନରେଗା ଯୋଜନା ବି ସରକାରଙ୍କ ଖର୍ଚ୍ଚକାଟରୁ ବାଦ ପଡ଼ିନି। ଖୋଦ ପ୍ରଧାନମନ୍ତ୍ରୀ ଅତୀତରେ ଏହି ଯୋଜନା ନେଇ ସଂସଦରେ ଅନେକ କଟାକ୍ଷ କରିଥିଲେ ମଧ୍ୟ ମହାମାରୀ ସମୟରେ ଲକ୍‌ଡାଉନ୍‌ ଯୋଗୁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ଘରକୁ ଫେରିଥିବା ଦେଶର କୋଟି କୋଟି ଶ୍ରମିକଙ୍କୁ ତୁରନ୍ତ ରୋଜଗାର ଦେବାରେ ଏହା ଏକମାତ୍ର ବିକଳ୍ପ ଭାବେ କାମ କରିଥିଲା। ଏପରିକି ଗତ ବଜେଟରେ ସରକାର ଏହା ବାବଦରେ ୬୧,୫୦୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ମଧ୍ୟ ସଂଶୋଧିତ ହିସାବ ଅନୁଯାୟୀ ସେ ବାବଦରେ ଏଯାଏ ମୋଟ ୧,୧୧,୫୦୦ କୋଟି ଟଙ୍କା ବ୍ୟୟ ହୋଇସାରିଛି। ଏଭଳି ସ୍ଥଳେ ସରକାର ଚଳିତ ବଜେଟରେ ଗତବର୍ଷର ମୋଟ ବ୍ୟୟର ୪୨% ହ୍ରାସ କରି ମାତ୍ର ୭୩,୦୦୦ କୋଟି ବ୍ୟୟବରାଦ କରିଛନ୍ତି। ଏଭଳି ପଦକ୍ଷେପ ଦେଶର ଗ୍ରାମାଞ୍ଚଳର ଗରିବ କୃଷି ଶ୍ରମିକ ଏବଂ ନାମମାତ୍ର କୃଷକଙ୍କ ଆୟକୁ ପ୍ରଭାବିତ କରିବାକୁ ଯାଉଛି।
ଖାଦ୍ୟ ସୁରକ୍ଷାର ଅଭାବକୁ ସାମ୍‌ନା କରୁଥିବା ଦେଶର ଗ୍ରାମାଞ୍ଚଳର ୭୫% ଓ ସହରାଞ୍ଚଳର ୫୦% ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ନାଁରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି। ଏହି କ୍ରମରେ ପ୍ରତ୍ୟେକ ବ୍ୟକ୍ତିକୁ ମାସିକ ପାଞ୍ଚ କିଲୋ ଖାଦ୍ୟଶସ୍ୟ ସୁଲଭ ଦରରେ (ଓଡ଼ିଶାରେ କିଲୋ ପ୍ରତି ଏକ ଟଙ୍କାରେ) ଯୋଗାଇ ଦିଆଯାଉଛି। ପର୍ଯ୍ୟାପ୍ତ ନହେଲେ ବି ଏହି କାର୍ଯ୍ୟକ୍ରମରେ ମିଳୁଥିବା ଖାଦ୍ୟଶସ୍ୟ ଦେଶର କୋଟି କୋଟି ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା ଯୋଗାଇବାରେ ସହାୟକ ହୋଇଆସିଛି। କିନ୍ତୁ ଦେଶୀ ବିଦେଶୀ ବଡ଼ କର୍ପୋରେଟ୍‌ଙ୍କ ଖାଦ୍ୟଶସ୍ୟ ବ୍ୟବସାୟକୁ ସୁଗମ କରିବାକୁ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଆଣିଥିବା ମୋଦି ସରକାର ଦେଶର ଖାଦ୍ୟ ସୁରକ୍ଷା ଯୋଜନାରେ କରୁଥିବା ବ୍ୟୟରେ ବଡ଼ ଧରଣର କାଟ କରିଛନ୍ତି। ୨୦୨୦-୨୧ ବଜେଟରେ ଖାଦ୍ୟ ସୁରକ୍ଷା ବାବଦରେ ୩,୪୪,୦୭୭ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେ ୨୦୨୧-୨୨ ବଜେଟରେ ତାକୁ ୨,୦୨,୬୧୬ କୋଟିକୁ ହ୍ରାସ କରିଛନ୍ତି। ଦେଶର ଖାଦ୍ୟ ସୁରକ୍ଷା ବାବଦରେ ଏତେବଡ଼ ଖର୍ଚ୍ଚକାଟ ଦରବୃଦ୍ଧି ଓ ବେରୋଜଗାରୀର ଶିକାର ଦେଶର ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ଯେ ଗୁରୁତର ଭାବେ ପ୍ରଭାବିତ କରିବ ଏଥିରେ ସନ୍ଦେହ ନାହିଁ।
ଭୟଙ୍କର ସଙ୍କଟର ସାମ୍‌ନା କରୁଥିବା ଦେଶର କୃଷି ଏବଂ କୃଷକଙ୍କୁ ସହାୟତା ଦେବାରେ ଚଳିତ ବଜେଟ ଏକଦମ୍‌ ବିଫଳ ହୋଇଛି। କୃଷି ସଙ୍କଟର ସମାଧାନ ପାଇଁ ଗୋଟିଏ ପଟେ ଉପତ୍ାଦନ ଖର୍ଚ୍ଚକୁ ହ୍ରାସ କରିବା ଏବଂ କୃଷକଙ୍କୁ ଫସଲର ଉପଯୁକ୍ତ ଦର ନିଶ୍ଚିତ କରିବା ଜରୁରୀ ହୋଇଥିବା ବେଳେ ଚଳିତ ବଜେଟ ଏ ଦିଗରେ ସରକାରଙ୍କ ଅସହାୟତାକୁ ଦେଖାଉଛି। ଦେଶରେ ପେଟ୍ରୋଲ, ଡିଜେଲ ଦରରେ ଲଗାତର ବୃଦ୍ଧି ଫସଲର ଉପତ୍ାଦନ ଖର୍ଚ୍ଚକୁ ବଢ଼େଇ ଚାଲିଥିବା ବେଳେ ବଜେଟରେ ଫସଲର ଏମ୍‌ଏସ୍‌ପି ବୃଦ୍ଧି ନେଇ କୌଣସି ବଡ଼ ଘୋଷଣା କରାଯାଇନି। ବୋଧହୁଏ, କୃଷି ଆଇନ ଜରିଆରେ ସରକାର ଦେଶର କୃଷକମାନଙ୍କ ପାଇଁ ଅଧିକ ଚିନ୍ତା ନ କରି ସେମାନଙ୍କୁ କର୍ପୋରେଟ୍‌ଙ୍କ ଦୟାରେ ଛାଡ଼ିଦେଇଛନ୍ତି।
ମୋ:୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଇସ୍‌ଲାମୀୟ ବିପଦ

ତାଲିବାନ୍‌ ଆଫଗାନିସ୍ତାନକୁ ୨୦ ବର୍ଷ ପରେ କ୍ଷମତାକୁ ଫେରିବା ପରେ ଆଶା କରାଯାଉଥିଲା ତା’ର ହିଂସାତ୍ମକ ଆଭିମୁଖ୍ୟରେ ପରିବର୍ତ୍ତନ ଆସିବ। ଅଗଷ୍ଟ ୧୫ରେ କାବୁଲ ଦଖଲ...

ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ...

କରୋନା ବିରୋଧରେ ଯୁଦ୍ଧ-ଆମେ ଜିତିବୁ

ରଣେନ୍ଦ୍ର ପ୍ରତାପ ସ୍ବାଇଁ କରୋନାକୁ ରୋକିବା ପାଇଁ ଆସନ୍ତା ତିନି ସପ୍ତାହ ଭାରତ ସମ୍ପୂର୍ଣ୍ଣ ବନ୍ଦ ରହିବ। ବିଶ୍ୱ ଏହି ଭୂତାଣୁ ସଂକ୍ରମଣ ଯୋଗୁ ଚଳିତ...

ସମାବେଶୀ ବିତ୍ତୀୟ ବ୍ୟବସ୍ଥା ଓ ଡିଜିଟାଲ ମୁଦ୍ରା

ସାରା ବିଶ୍ୱରେ ସେଣ୍ଟ୍ରାଲ ବା କେନ୍ଦ୍ରୀୟ ବ୍ୟାଙ୍ଗଗୁଡ଼ିକ ସେମାନଙ୍କର ନିଜସ୍ବ ଡିଜିଟାଲ ମୁଦ୍ରା ପ୍ରଚଳନ କରିବେ କି ନାହିଁ ସେ ବିଷୟରେ ବିଚାର କରୁଛନ୍ତି। ସମସ୍ତଙ୍କୁ...

ବିଶ୍ବାସ ମୂଳେ ଏ ଜଗତ

ଡ. ମନୋରଞ୍ଜନ ପ୍ରଧାନ କୁହାଯାଏ ବିଶ୍ବାସ ମୂଳେ ଏ ଜଗତ। ଜୀବନର ଅନେକ କାର୍ଯ୍ୟ ଓ ସିଂହ ଭାଗ ସମୟ ଅନ୍ୟ ଉପରେ ବିଶ୍ୱାସ ଅନୁସାରେ...

ଆମ ପିଲା ଓ ପ୍ରାଣୀ ନିର୍ଯାତନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପିଲାମାନେ ନିଜକୁ ବୁଝିବା ପାଇଁ ଓ ଜଟିଳ ପରିସ୍ଥିତିର ମୁକାବିଲା ପାଇଁ ରୋଲ୍‌ପ୍ଲେ (ଚରିତ୍ରରେ ଅଭିନୟ)ର ଉପଯୋଗ କରିଥାନ୍ତି। ସେମାନେ...

ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର...

ଆଉ କେତେ ଝୁଣ୍ଟିବା

ଶ୍ୱେତପଦ୍ମାସିନୀ ମହାନ୍ତି   ଦେଢ଼ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି, କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟାବିସ୍ତାର କରି ତାଣ୍ଡବ ଖେଳାଇଦେଇଛି। ଯେତେବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ,...

Advertisement
Archives

Model This Week