ରେଳବିଭାଗରେ ଚାକିରି ନାଁରେ ଠକେଇ ଘଟଣା: ଜେଲରେ ଥିବା ଅଭିଯୁକ୍ତଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୫।୫: ରେଳ ବିଭାଗରେ ଚାକିରି ଦେବାକୁ କହି ଟଙ୍କା ଠକେଇ କରି ବିଚାର ବିଭାଗ ହାଜତରେ ଥିବା ଅଭିଯୁକ୍ତ ଗଣେଶ ହୋତାଙ୍କ ନାମରେ ପୁଣି ଦୁଇଟି ଅଭିଯୋଗ ହୋଇଛି। ଗୋଷାଣୀନୂଆଗଁା ଥାନାରେ ଅଭିଯୁକ୍ତ ଗଣେଶ କୁମାର ହୋତାଙ୍କ ନାମରେ ପୃଥକ ଭାବେ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ଗଣେଶଙ୍କୁ ଯୋଡିବା ପାଇଁ କୋର୍ଟରେ ରିମାଣ୍ଡ ରିପୋର୍ଟ ଦେବ ବୋଲି କହିଛି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲା ମେର୍ଦ୍ଧଆପୁଟ୍‌ ଥାନା ଅନ୍ତର୍ଗତ ପାଡ଼ାଗ୍ରାମର ପ୍ରଭାକର ମାଝିଙ୍କୁ ରେଳ ବିଭାଗରେ ଚାକିରି ଦେବାକୁ ଗଣେଶ ପ୍ରତିଶ୍ରୁତି ଦେଇଥିଲେ। ଏହି ବାବଦକୁ ପ୍ରଭାକରଙ୍କ କକା ଗିରି ମାଝିଙ୍କୁ ସେ ୯୮ ହଜାର ଟଙ୍କା ମାଗିଥିଲେ। ପରେ ଗିରି ପର୍ଯ୍ୟାୟ କ୍ରମେ ୧୯ ହଜାର ୫ ଶହ, ୩୧ ହଜାର ଓ ୧୫ ହଜାର ଏଭଳି ଫୋନ ପେ’ରେ ଟଙ୍କା ଦେବା ସହ ଗଣେଶଙ୍କ ହିଲପାଟଣା ଘରକୁ ଯାଇ ବିଭିନ୍ନ ସମୟରେ ମୋଟ ୯୮ ହଜାର ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଭାକରଙ୍କୁ ରେଳ ବିଭାଗ ପକ୍ଷରୁ କୌଣସି ନିଯୁକ୍ତି ମିଳି ନ ଥିଲା। ଏନେଇ ପ୍ରଭାକର ଓ ଗିରି ବିଭିନ୍ନ ସମୟରେ ପଚାରିଥିଲେ ମଧ୍ୟ ଗଣେଶ ତାଙ୍କୁ ଠକିବାରେ ଲାଗିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଲାଞ୍ଜିପଲ୍ଲୀ କେଶବନଗରର ଜି. ଜ୍ଞାନରଞ୍ଜନ ରେଡ୍ଡୀଙ୍କୁ ମଧ୍ୟ ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି ଅଭିଯୁକ୍ତ ଗଣେଶ ମୋଟ ୩୩ ହଜାର ଟଙ୍କା ତାଙ୍କଠାରୁ ନେଇଥିଲେ। ଏନେଇ ଜ୍ଞାନରଞ୍ଜନ ବିଭିନ୍ନ ସମୟରେ ଗଣେଶଙ୍କୁ ଚାକିରି ବିଷୟରେ ପଚାରିବା ସହ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କ ଟଙ୍କା ଫେରସ୍ତ କରିବା ବଦଳରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣି ଗୋଷାଣୀନୂଆଗଁା ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ଅଭିଯୋଗ ପରେ ପୋଲିସ ନଂ ୭୭/୨୨ ଏବଂ ୭୯/୨୨ରେ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ କିଛି ମାସ ପୂର୍ବେ ହିଲପାଟଣାର ଗୋଧୂଳି ନାୟକଙ୍କୁ ରେଳ ବିଭାଗରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ଗଣେଶ ୪୦ ହଜାର ଟଙ୍କା ଠକି ନେଇଥିଲେ। ଏହି ମାମଲାରେ ଗୋଷାଣୀନୂଆଗଁା ପୋଲିସ ଗତ ୧୨ ତାରିଖରେ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ, ଚର୍ଚ୍ଚାରେ କଂଗ୍ରେସର ଗୋଷ୍ଠୀକନ୍ଦଳ

ପୁରୁଷୋତ୍ତମପୁର,୮।୧୦(ସବିତା ମିଶ୍ର): ଓଡ଼ିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଦେଖିବାକୁ ମିଳିଛି । କାଳୀମନ୍ଦିର ଛକରେ କଂଗ୍ରେସ ଓ ସିପିଆଇ କର୍ମୀମାନେ ପିକେଟିଂ କରି ଗାଡ଼ିମୋଟର…

ଦିଗପହଣ୍ଡିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସହ ଅନେକ ଦାବି ନେଇ ବନ୍ଦ ପାଳନ

ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି, ସିପିଆଇ,ସିପିଆଇ(ଏମ) ଏବଂ ଇଣ୍ଡି ମେଣ୍ଟର ଅନ୍ୟାନ୍ୟ ସମସ୍ତ ଦଳ ପକ୍ଷରୁ ଗୁରୁବାର ବନ୍ଦ ଡାକରା ଦିଆଯାଇଥିବା ଓଡ଼ିଶା…

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି: ରମ୍ଭାରେ ଇଣ୍ଡିଆ ବ୍ଲକର ଓଡ଼ିଶା ବନ୍ଦ ପ୍ରଭାବ

ରମ୍ଭା, ୮।୧୦ (ବିଦ୍ୟାଧର ସାହୁ): ବିଭିନ୍ନ ଦାବି ନେଇ ଇଣ୍ଡିଆ ବ୍ଲକ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଗଞ୍ଜାମ ଜିଲାର ରମ୍ଭା ଅଞ୍ଚଳରେ ଦେଖିବାକୁ…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଗଞ୍ଜାମରେ ଓଡ଼ିଶା ବନ୍ଦର ପ୍ରଭାବ: କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ ବିରୋଧୀ

ଗଞ୍ଜାମ,୮।୧୦(ବିଦ୍ୟାଧର ସାହୁ):ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ଗଞ୍ଜାମରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ ସିପିଆଇ(ଏମ) ସମେତ ବାମପନ୍ଥୀ ଦଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?