ରେଳବିଭାଗରେ ଚାକିରି ନାଁରେ ଠକେଇ ଘଟଣା: ଜେଲରେ ଥିବା ଅଭିଯୁକ୍ତଙ୍କ ନାମରେ ପୁଣି ମାମଲା

ବ୍ରହ୍ମପୁର ଅଫିସ,୧୫।୫: ରେଳ ବିଭାଗରେ ଚାକିରି ଦେବାକୁ କହି ଟଙ୍କା ଠକେଇ କରି ବିଚାର ବିଭାଗ ହାଜତରେ ଥିବା ଅଭିଯୁକ୍ତ ଗଣେଶ ହୋତାଙ୍କ ନାମରେ ପୁଣି ଦୁଇଟି ଅଭିଯୋଗ ହୋଇଛି। ଗୋଷାଣୀନୂଆଗଁା ଥାନାରେ ଅଭିଯୁକ୍ତ ଗଣେଶ କୁମାର ହୋତାଙ୍କ ନାମରେ ପୃଥକ ଭାବେ ଦୁଇଟି ଠକେଇ ମାମଲା ରୁଜୁ ହୋଇଛି। ପୋଲିସ ଏହି ମାମଲାରେ ଗଣେଶଙ୍କୁ ଯୋଡିବା ପାଇଁ କୋର୍ଟରେ ରିମାଣ୍ଡ ରିପୋର୍ଟ ଦେବ ବୋଲି କହିଛି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲା ମେର୍ଦ୍ଧଆପୁଟ୍‌ ଥାନା ଅନ୍ତର୍ଗତ ପାଡ଼ାଗ୍ରାମର ପ୍ରଭାକର ମାଝିଙ୍କୁ ରେଳ ବିଭାଗରେ ଚାକିରି ଦେବାକୁ ଗଣେଶ ପ୍ରତିଶ୍ରୁତି ଦେଇଥିଲେ। ଏହି ବାବଦକୁ ପ୍ରଭାକରଙ୍କ କକା ଗିରି ମାଝିଙ୍କୁ ସେ ୯୮ ହଜାର ଟଙ୍କା ମାଗିଥିଲେ। ପରେ ଗିରି ପର୍ଯ୍ୟାୟ କ୍ରମେ ୧୯ ହଜାର ୫ ଶହ, ୩୧ ହଜାର ଓ ୧୫ ହଜାର ଏଭଳି ଫୋନ ପେ’ରେ ଟଙ୍କା ଦେବା ସହ ଗଣେଶଙ୍କ ହିଲପାଟଣା ଘରକୁ ଯାଇ ବିଭିନ୍ନ ସମୟରେ ମୋଟ ୯୮ ହଜାର ଟଙ୍କା ଦେଇଥିଲେ। ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ପ୍ରଭାକରଙ୍କୁ ରେଳ ବିଭାଗ ପକ୍ଷରୁ କୌଣସି ନିଯୁକ୍ତି ମିଳି ନ ଥିଲା। ଏନେଇ ପ୍ରଭାକର ଓ ଗିରି ବିଭିନ୍ନ ସମୟରେ ପଚାରିଥିଲେ ମଧ୍ୟ ଗଣେଶ ତାଙ୍କୁ ଠକିବାରେ ଲାଗିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଲାଞ୍ଜିପଲ୍ଲୀ କେଶବନଗରର ଜି. ଜ୍ଞାନରଞ୍ଜନ ରେଡ୍ଡୀଙ୍କୁ ମଧ୍ୟ ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି ଅଭିଯୁକ୍ତ ଗଣେଶ ମୋଟ ୩୩ ହଜାର ଟଙ୍କା ତାଙ୍କଠାରୁ ନେଇଥିଲେ। ଏନେଇ ଜ୍ଞାନରଞ୍ଜନ ବିଭିନ୍ନ ସମୟରେ ଗଣେଶଙ୍କୁ ଚାକିରି ବିଷୟରେ ପଚାରିବା ସହ ଟଙ୍କା ଫେରାଇବାକୁ କହିଥିଲେ। କିନ୍ତୁ ଅଭିଯୁକ୍ତ ତାଙ୍କ ଟଙ୍କା ଫେରସ୍ତ କରିବା ବଦଳରେ ତାଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ। ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣି ଗୋଷାଣୀନୂଆଗଁା ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ଅଭିଯୋଗ ପରେ ପୋଲିସ ନଂ ୭୭/୨୨ ଏବଂ ୭୯/୨୨ରେ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ କିଛି ମାସ ପୂର୍ବେ ହିଲପାଟଣାର ଗୋଧୂଳି ନାୟକଙ୍କୁ ରେଳ ବିଭାଗରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ଗଣେଶ ୪୦ ହଜାର ଟଙ୍କା ଠକି ନେଇଥିଲେ। ଏହି ମାମଲାରେ ଗୋଷାଣୀନୂଆଗଁା ପୋଲିସ ଗତ ୧୨ ତାରିଖରେ ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ଭଞ୍ଜନଗର,୧୦।୭(ଡି.ଏନ୍‌.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ...

କୋଭିଡ୍‌ ହସ୍ପିଟାଲକୁ ଗଞ୍ଜାମ ଜିଲାପାଳଙ୍କ ଅଚାନକ ଗସ୍ତ: ପରିଦର୍ଶନ ପରେ କହିଲେ ‘ଏମ୍‌କେସିଜିରେ ଅକ୍ସିଜେନ ଅଭାବ ଖବର ମିଥ୍ୟା’

ଛତ୍ରପୁର,୨୪।୪(ଡି.ଏନ.ଏ.)-ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ବ୍ରହ୍ମପୁର ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲକୁ ଅଚାନକ ପରିଦର୍ଶନ କରିବାକୁ ଯାଇଥିଲେ। ପିପିଇ କିଟ୍‌ ପିନ୍ଧି ଜିଲାପାଳ ଉକ୍ତ...

ଖଟିଆରେ ବୁହା ହେଲେ ଗୁରୁତର ମହିଳା

ଦିଗପହଣ୍ଡି,୭ା୭(ଡି.ଏନ.ଏ.)-ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଘାସିଆମ୍ବ ଗାଁରେ ଶନିବାର ସକାଳ ପ୍ରାୟ ୮ଟାରେ ଜଣେ ମହିଳା ବଗଡ଼କୁ କାମ କରିବାକୁ...

କୃମି ଔଷଧ ଖାଇ ୫ ଛାତ୍ରୀ ଅସୁସ୍ଥ

ଧରାକୋଟ, ୧୦ା୨ (ଡି.ଏନ୍‌.ଏ): ଜାତୀୟ କୃମି ନାଶକ ଦିବସ ଅବସରରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଶୁକ୍ରବାର ବ୍ଲକର ସମସ୍ତ ବିଦ୍ୟାଳୟରେ କୃମି ନାସକ ଔଷଧ...

ସଙ୍ଗରୋଧ କେନ୍ଦ୍ରରେ ଅସନ୍ତୋଷ: ୨ ଅନ୍ତେବାସୀଙ୍କ ବିରୋଧରେ ଏତଲା ଦେଲେ ସରପଞ୍ଚ

ଭଞ୍ଜନଗର,୨୭।୫(ଡି.ଏନ.ଏ)-ତାରସିଂ ଥାନା ଗାଲେରୀ ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଅନ୍ତେବାସୀମାନେ ବୁଧବାର ହୋହଲ୍ଲା କରିବା ସହ ଖାଦ୍ୟ ଗ୍ରହଣ କରିନଥିଲେ। ଏହାପରେ ପ୍ରଶାସନର ହସ୍ତକ୍ଷେପ ପରେ...

ଅବ୍ୟବସ୍ଥାରେ ପୁରାତନ ଭାରତୀ ବିଦ୍ୟାପୀଠ

ଗଞ୍ଜାମ,୨୬ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ ବଜାରଠାରେ ବହୁ ପୁରାତନ ଭାରତୀ ବିଦ୍ୟାପୀଠ ଅବସ୍ଥିତ। ଏହି ସ୍କୁଲକୁ ୬୭ ପୂରି ୬୮ବର୍ଷ ଚାଲିଛି। ବର୍ତ୍ତମାନ ଏହି...

ଗିରିଶୋଲା ଡକାୟତି ଘଟଣାରେ ୨ ଗିରଫ

ଭଞ୍ଜନଗର,୧୭।୬(ଡି.ଏନ.ଏ)-ବେଲଗୁଣ୍ଠା ଫାଣ୍ଡି ଗିରିଶୋଲାରେ ଗତ ୧୨ ତାରିଖ ରାତିରେ ହୋଇଥିବା ଚୋରି ଘଟଣାରେ ପୋଲିସ ସୋମବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗନ୍ନାଥ ନାଇକ...

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌...

Advertisement
Archives

Model This Week