ଚାକିରି ଦେବା ନାଁରେ ଠକେଇ, ୫ ଗିରଫ

ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କାର ସୁନାଗହଣା, ପୋଷ୍ଟ ଅଫିସ୍‌ ଆକାଉଣ୍ଟରେ ଥିବା ୨୮ଲକ୍ଷ ଟଙ୍କା ଡିପୋଜିଟ ଏବଂ ୮୦ ଲକ୍ଷ ଟଙ୍କାର ଜମିବାଡ଼ି କାଗଜପତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ରାମମାନସ ଦେବବ୍ରତ ମଲ୍ଲିକ, ଅଜିତ କୁମାର ପଣ୍ଡା, ସମିତା ପଣ୍ଡା, ଟାଉନ ଥାନା ଅଧୀନ ଟୁଲଙ୍କସାହିର ସମ୍ବିତ କୁମାର ପଣ୍ଡା ଓ ସିଂଲା ଥାନା ଅଧୀନ ସୁଶୀଲ କୁମାର ମହାନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ସଞ୍ଜୀବ ପଣ୍ଡା ଫେରାର ଥିବା ଏସ୍‌ପି ସାଗରିକା ନାଥ କହିଛନ୍ତି।
ଏସ୍‌ପିଙ୍କ ସୂଚନା ଅନଯାୟୀ, ମୁଖ୍ୟ ଅଭିଯୁକ୍ତ ସୋସିଆଲ ମିଡିଆକୁ ବ୍ୟବହାର କରି ଚାକିରି ଅଶାୟୀଙ୍କୁ ପ୍ରଲୋଭନ ଦେଖାନ୍ତି। ଆଶାୟୀଙ୍କ ସହ ପ୍ରଥମ ଦେଖାରେ ସେ ବିଭିନ୍ନ ଜିଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚାଲିଥିବା ପୋଷଣ ଅଭିଯାନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଜିଲା ସଂଯୋଜକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ମୟୂରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧୀନରେ କମ୍ୟୁନିଟି ସଙ୍ଗଠକ ଆଦି ସରକାରୀ ଚାକିରି ସହିତ ଟାଟା ଷ୍ଟିଲ୍‌, ରେଲ୍‌ଓ୍ବେରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କଠାରୁ ୮୦ହଜାରରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି। ଆଶାୟୀମାନେ ମୁଖ୍ୟ ଅଭିଯୁକ୍ତଙ୍କ ସର୍ତ୍ତରେ ରାଜି ହେବା ପରେ ଜାଲ ନିଯୁକ୍ତି ରାକେଟର ସହଯୋଗୀମାନଙ୍କ ସହାୟତାରେ ଭୁବନେଶ୍ୱରରେ ସାର୍ଟିଫିକେଟ ଯାଞ୍ଚ ଓ ନକଲି ସାକ୍ଷାତକାର ଆୟୋଜନ କରାଯାଏ। ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫର୍ମ ଏବଂ ନିଯୁକ୍ତି ପତ୍ରରେ ଜାଲ ସରକାରୀ ଷ୍ଟାମ୍ପ ଓ ଲୋଗୋ ବ୍ୟବହାର କରାଯାଇଛି। ଏମତି ଭାବେ କାଗଜପତ୍ର ପ୍ରସ୍ତୁତ କରାଯାଇଛି, ଯାହାକୁ ଆଶାୟୀମାନେ ଅବିଶ୍ୱାସ କରିପାରିବେ ନାହିଁ ା ଆଶାୟୀଙ୍କଠାରୁ ସାର୍ଟିଫିକେଟ ଯାଞ୍ଚ ବେଳେ କିଛି ଓ ସାକ୍ଷାତକାର ସମୟରେ କିଛି ଏବଂ ବାକି ଟଙ୍କା ନିଯୁକ୍ତିପତ୍ର ଦେବା ସମୟରେ ମୁଖ୍ୟ ଅଭିଯୁକ୍ତ ନେଇଥାନ୍ତି। ତେବେ ନିଯୁକ୍ତିପତ୍ରକୁ ନେଇ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାହା ଜାଲ୍‌ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ଅନୁସନ୍ଧାନରୁ ଏହି ରାକେଟ ଶତାଧିକ ଆଶାୟୀଙ୍କୁ ଠକିଥିବା ଜାଣିବାକୁ ମିଳିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ା ଏହି ଘଟଣାରେ ଲିଙ୍କ୍‌ ବିଷୟରେ ଅନୁସନ୍ଧାନ ପାଇଁ ଦୁଇଟି ପୋଲିସ ଟିମ୍‌ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri