ବାଲେଶ୍ୱର ଅଫିସ, ୫।୪: ବିଭିନ୍ନ ବିଭାଗରେ ଚାକିରି କରାଇଦେବା ନଁାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ୫ଜଣଙ୍କୁ ବାଲେଶ୍ୱର ସହଦେବଖୁଣ୍ଟା ଥାନା ପୋଲିସ ମଙ୍ଗଳବାର ଗିରଫ ପରେ କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ୩ଲକ୍ଷ ୯ହଜାର ନଗଦ ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କାର ସୁନାଗହଣା, ପୋଷ୍ଟ ଅଫିସ୍ ଆକାଉଣ୍ଟରେ ଥିବା ୨୮ଲକ୍ଷ ଟଙ୍କା ଡିପୋଜିଟ ଏବଂ ୮୦ ଲକ୍ଷ ଟଙ୍କାର ଜମିବାଡ଼ି କାଗଜପତ୍ର ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ରାମମାନସ ଦେବବ୍ରତ ମଲ୍ଲିକ, ଅଜିତ କୁମାର ପଣ୍ଡା, ସମିତା ପଣ୍ଡା, ଟାଉନ ଥାନା ଅଧୀନ ଟୁଲଙ୍କସାହିର ସମ୍ବିତ କୁମାର ପଣ୍ଡା ଓ ସିଂଲା ଥାନା ଅଧୀନ ସୁଶୀଲ କୁମାର ମହାନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅଧୀନ ସୁନ୍ଦରୀ ଗ୍ରାମର ସଞ୍ଜୀବ ପଣ୍ଡା ଫେରାର ଥିବା ଏସ୍ପି ସାଗରିକା ନାଥ କହିଛନ୍ତି।
ଏସ୍ପିଙ୍କ ସୂଚନା ଅନଯାୟୀ, ମୁଖ୍ୟ ଅଭିଯୁକ୍ତ ସୋସିଆଲ ମିଡିଆକୁ ବ୍ୟବହାର କରି ଚାକିରି ଅଶାୟୀଙ୍କୁ ପ୍ରଲୋଭନ ଦେଖାନ୍ତି। ଆଶାୟୀଙ୍କ ସହ ପ୍ରଥମ ଦେଖାରେ ସେ ବିଭିନ୍ନ ଜିଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚାଲିଥିବା ପୋଷଣ ଅଭିଯାନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଜିଲା ସଂଯୋଜକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ମୟୂରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧୀନରେ କମ୍ୟୁନିଟି ସଙ୍ଗଠକ ଆଦି ସରକାରୀ ଚାକିରି ସହିତ ଟାଟା ଷ୍ଟିଲ୍, ରେଲ୍ଓ୍ବେରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦିଅନ୍ତି। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କଠାରୁ ୮୦ହଜାରରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି। ଆଶାୟୀମାନେ ମୁଖ୍ୟ ଅଭିଯୁକ୍ତଙ୍କ ସର୍ତ୍ତରେ ରାଜି ହେବା ପରେ ଜାଲ ନିଯୁକ୍ତି ରାକେଟର ସହଯୋଗୀମାନଙ୍କ ସହାୟତାରେ ଭୁବନେଶ୍ୱରରେ ସାର୍ଟିଫିକେଟ ଯାଞ୍ଚ ଓ ନକଲି ସାକ୍ଷାତକାର ଆୟୋଜନ କରାଯାଏ। ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫର୍ମ ଏବଂ ନିଯୁକ୍ତି ପତ୍ରରେ ଜାଲ ସରକାରୀ ଷ୍ଟାମ୍ପ ଓ ଲୋଗୋ ବ୍ୟବହାର କରାଯାଇଛି। ଏମତି ଭାବେ କାଗଜପତ୍ର ପ୍ରସ୍ତୁତ କରାଯାଇଛି, ଯାହାକୁ ଆଶାୟୀମାନେ ଅବିଶ୍ୱାସ କରିପାରିବେ ନାହିଁ ା ଆଶାୟୀଙ୍କଠାରୁ ସାର୍ଟିଫିକେଟ ଯାଞ୍ଚ ବେଳେ କିଛି ଓ ସାକ୍ଷାତକାର ସମୟରେ କିଛି ଏବଂ ବାକି ଟଙ୍କା ନିଯୁକ୍ତିପତ୍ର ଦେବା ସମୟରେ ମୁଖ୍ୟ ଅଭିଯୁକ୍ତ ନେଇଥାନ୍ତି। ତେବେ ନିଯୁକ୍ତିପତ୍ରକୁ ନେଇ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାହା ଜାଲ୍ ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ଅନୁସନ୍ଧାନରୁ ଏହି ରାକେଟ ଶତାଧିକ ଆଶାୟୀଙ୍କୁ ଠକିଥିବା ଜାଣିବାକୁ ମିଳିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ା ଏହି ଘଟଣାରେ ଲିଙ୍କ୍ ବିଷୟରେ ଅନୁସନ୍ଧାନ ପାଇଁ ଦୁଇଟି ପୋଲିସ ଟିମ୍ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି।
Posted inHome Left, ଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ View All
ଦିଲ୍ଲୀ-ଏନ୍ସିଆର୍ରେ ଭୂକମ୍ପ ଝଟ୍କା: ଭୟରେ ଘରୁ ବାହାରି ଆସିଲେ ଲୋକେ
ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍ସିଆର୍ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍ରେ…
BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ
ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…
ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ
ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…
ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ
ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

