ମାନବାଧିକାର କମିଶନ ସଦସ୍ୟା ପରିଚୟ ଦେଇ ଠକେଇ, ୩ ଅଟକ

ବଲସକୁମ୍ପା,୨୬ା୧୨: କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ବେସରକାରୀ ଭାବେ ଚାଷୀମାନଙ୍କଠାରୁ ବିଭିନ୍ନ ପ୍ରମାଣପତ୍ର ସଂଗ୍ରହ କରି ପଞ୍ଜୀକରଣ କରୁଥିବା ଅଭିଯୋଗରେ ପୋଲିସ ୨ଜଣ ଯୁବକଙ୍କ ସମେତ ଜଣେ ମହିଳାଙ୍କୁ ଅଟକ ରଖିଛି। ତେବେ ମହିଳା ଜଣଙ୍କ ନିଜକୁ ଜଣେ ମାନବାଧିକାର କମିଶନ୍‌ର ସଦସ୍ୟା ବୋଲି ପରିଚୟ ଦେଇ ଏପରି କରୁଥିଲେ ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଶନିବାର ସକାଳେ ଝାଡ଼ବଲସକୁମ୍ପା ଗ୍ରାମର ଅଜୟ କୁମାର ବେହେରା ଓ ଜୀବନ କୁମାର ବେହେରା ଖଜୁରିପଡ଼ାସ୍ଥିତ ଉରୁମୁଣ୍ଡା ଗ୍ରାମରେ ବେସରକାରୀ ଫର୍ମ ମାଧ୍ୟମରେ ଚାଷୀ ପଞ୍ଜୀକରଣ କରିବାକୁ କହି ବିଭିନ୍ନ ପ୍ରମାଣପତ୍ର ସହିତ ୩୦ ଟଙ୍କା ଲେଖାଏଁ ଆଦାୟ କରି ଅନେକ ଫର୍ମ ପୂରଣ କରିଥିଲେ। ଏହାକୁ ସନ୍ଦେହ କରି ଗ୍ରାମବାସୀ ଖଜୁରିପଡ଼ା ଅତିରିକ୍ତ କୃଷି ଅଧିକାରୀ ପ୍ରତିଭା ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ। ସୂଚନାପାଇ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ଉରୁମୁଣ୍ଡା ଗ୍ରାମରେ ପହଞ୍ଚି ସତ୍ୟାସତ୍ୟ ପରଖିବା ପରେ ଜିଲା ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଜିଲା କୃଷି ଅଧିକାରୀ ଏପରି ଘଟଣାକୁ ଅସ୍ବୀକାର କରିବା ସହିତ ପୋଲିସରେ ଜଣାଇବାକୁ କହିଥିଲେ। ଖଜୁରିପଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇ ଯୁବକଙ୍କୁ ଅଟକ ରଖିଥିଲା। ତେବେ ସେମାନଙ୍କୁ ଏହି କାମରେ ଆଲୋକପ୍ରଭା ସାହୁ ନିୟୋଜିତ କରିଥିବା କହିବା ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଡାକି ଅଟକ ରଖଥିଲା। ଆଲୋକପ୍ରଭା ନିଜକୁ ଜାତୀୟ ମାନବାଧିକାର କମିଶନ୍‌ର ରାଜ୍ୟ ସଭାନେତ୍ରୀ ବୋଲି ପରିଚୟ ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ପ୍ରମାଣପତ୍ର ଯାଞ୍ଚ କରିବା ପରେ ସବୁ ନକଲି ବୋଲି ଜଣାପଡ଼ିଥିଲା। ଏ ନେଇ ପୋଲିସ ୧୫୬/୨୨ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri