Posted inଖେଳ

୪ଥର ଅଲିମ୍ପିକ ପଦକ ବିଜେତାଙ୍କ ପରଲୋକ

ଓ୍ବାଶିଂଟନ,୧୫।୪(ଏପି): ଅଲିମ୍ପିକ୍ସରେ ୪ଥର ପଦକ ହାସଲ କରିଥିବା ଆମେରିକୀୟ ଆଥ୍‌ଲେଟ କୋନ ଫିଣ୍ଡଲେ ୯୦ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ରୋଇଂ ଓ ସେଲିଂରେ ସେ ଅଲିମ୍ପିକ ପଦକ ହାସଲ କରିଥିଲେ। ଦୁଇଥର ବିଜେତା ରହିଥିବା ଆମେରିକାର କପ୍‌ କ୍ରିୟୁର ସେ ସଦସ୍ୟ ଥିଲେ। ସାନ ମାଟେଓର ନର୍ଦ୍ଦର୍ନ କାଲିଫର୍ନିଆ ସହରର ଏକ ହସ୍ପିଟାଲରେ ସେ ମଙ୍ଗଳବାର ପରଲୋକ ଗମନ କରିଥିଲେ। ୧୯୫୬ ମେଲବୋର୍ନ ଓ ୧୯୬୪ ଟୋକିଓ ଅଲିମ୍ପିକ୍ସରେ କକ୍ସଡ ପେୟାର ରୋଇଂ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୧୯୬୦ ରୋମ ଅଲିମ୍ପିକ୍ସରେ ସେ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ସେ ସେଲିଂରେ ଅଂଶଗ୍ରହଣ କରି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ୧୯୭୪ ଓ ୧୯୭୭ରେ ସେ ଆମେରିକା କପ୍‌ କ୍ରିୟୁ ବିଜେତା ଦଳର ସଦସ୍ୟ ଥିଲେ। ରୋଇଂରେ ସେ ଏକାଧିକ ଅନ୍ତର୍ଜାତୀୟ ପଦକ ହାସଲ କରିଥିଲେ। ୨୦୦୭ରେ ସେ ୟୁଏସ୍‌ ରୋଇଂ ମ୍ୟାନ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ। ରୋଇଂ କୋଚ୍‌ ହିସାବରେ ମଧ୍ୟ ସେ ସଫଳତା ହାସଲ କରିଥିଲେ। ସେ ୟୁଏସ୍‌ ରୋଇଂ, ୟୁଏସ୍‌ ସେଲିଂ, ଷ୍ଟାନଫର୍ଡ ଓ ୟୁଏସ୍‌ସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। କୋଚିଂ ଦେବା ପରେ ସେ ବୋଟ୍‌ ଲିଜିଂ ବ୍ୟବସାୟ ଆରମ୍ଭ କରି ବେଶ୍‌ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ଏସୀୟ କ୍ରୀଡ଼ା: ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଭାରତ ପାଇଁ ୨୦ତମ ସ୍ବର୍ଣ୍ଣ ପଦକ ଜିତିଲେ ଅମନ ସେହରାୱତ

ନୂଆଦିଲ୍ଲୀ,୩।୧୦: ଅମନ ସେହରାୱତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ୫୭ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ ବିଶ୍ୱର ଏକ ନମ୍ବର କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଏହି…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?