ଦୁଇ କୋଟି ଟଙ୍କା ପାଇଁ ୪ ଜଣଙ୍କୁ ମୁଣ୍ଡ ଜାମିନ ଘଟଣା: ଗଞ୍ଜେଇ ଗଛ ଜବତ ମାମଲାରେ ମହିଳା ଗଲେ ଜେଲ୍‌ ,ସ୍ବାମୀ ଫେରାର

ଦିଗପହଣ୍ଡି/ଚିକିଟି,୨୯।୧(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଦୁଇ କୋଟି ଟଙ୍କା ଦାବି କରି ୪ ଜଣଙ୍କୁ ଅପହରଣ ଓ ମୁଣ୍ଡ ଜାମିନ ଘଟଣାରେ ଗଞ୍ଜାମ ଜିଲା କେ.ନୂଆଗାଁ ଥାନାରେ ଅଟକ ରଖାଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର ପାତ୍ରପୁର କୋର୍ଟକୁ ଚାଲାଣ କରିଛଛି।ସେ ହେଲେ କେ.ନୂଆଗାଁ ଥାନା ଭୋଳାସିଙ୍ଗି ଗ୍ରାମର ପୃଥ୍ବୀରାଜ ସାହୁ। ଥାନା ମାମଲା ନଂ.୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଅବସ୍ଥାରେ ଜେଲରେ ତାଙ୍କ ଟି.ଆଇ ପରେଡ଼ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ ରଞ୍ଜିତ ମହାପାତ୍ର କହିଛନ୍ତି। ସେହିଭଳି ୩ ଅପହୃତଙ୍କୁ ଚିକିଟି ଗଡ ଗ୍ରାମ ଖୁଆଡ଼ସାହିସ୍ଥିତ ଏକ ଘର ବାରି ପଟେ ଥିବା ଏକ ପରିତ୍ୟକ୍ତ କୁଡିଆରୁ ପୋଲିସ ଉଦ୍ଧାର କରିଥିଲା। କୁଡିଆ ସଂଲଗ୍ନ ପ୍ରାୟ ୧ ଏକର ଜମିରେ କଟା ଯାଇଥିବା ଗଞ୍ଜେଇ ଗଛ ଗୁଡ଼ିକୁ ପୋଲିସ ଟିମ୍‌ ଜବତ କରିଥିଲେ। ଏ ନେଇ ଆଇଆଇସି କିଶୋର କୁମାର ସାମଲଙ୍କ ଏତଲା କ୍ରମେ ଥାନା ମାମଲା ନଂ.୪୨/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ନୂତନ ପାତ୍ର ଫେରାର ଥିବାବେଳେ ତାଙ୍କ ସ୍ତ୍ରୀ ସୁନୀତା ବେହେରାଙ୍କୁ ଗଞ୍ଜେଇ ଗଛ ଜବତ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ପୋଲିସ ସୋମବାର ବିଳମ୍ବିତ ସାରେ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟକୁ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଆଇଆଇସି କହିଛନ୍ତି,ଗତ ରବିବାର ସକାଳେ ହାତଗୋଡ଼ ବାନ୍ଧି ମୁଣ୍ଡ ଜାମିନ ରଖାଯାଇଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟ ବିହାରର ରବୀନ୍ଦ୍ର କୁମାର, କଟକ ଜିଲା ଗୋବିନ୍ଦପୁର ଗ୍ରାମର ବ୍ରହ୍ମାନନ୍ଦ ପାତ୍ର, କଟକ ତୁଳସୀପୁର ମଠ ସାହିର ଅହମ୍ମଦ ଖାନ, ଭୁବନେଶ୍ୱର ପହାଳ ଥାନା ଗଡ ନହରକଣ୍ଟା ଗ୍ରାମର ଅମରଜିତ୍ ସାମନ୍ତସିଂହାର ପ୍ରମୁଖ ୪ ଜଣଙ୍କୁ ପୋଲିସ ଉଦ୍ଧାର କରିଥିଲେ। ଏନେଇ ଏତଲା କ୍ରମେ ପୋଲିସ ମକଦ୍ଦମା ରୁଜୁ କରିଥିଲେ। ଅଭିଯୁକ୍ତ ପୃଥ୍ବୀରାଜ ଏବଂ ତାଙ୍କ ସହଯୋଗୀ ମାନେ ରବୀନ୍ଦ୍ରଙ୍କୁ ଏକ ବ୍ୟବସାୟିକ ସଂସ୍ଥା ପାଇଁ ଋଣ ଆବଶ୍ୟକ ଥିବା ବାହାନାରେ ବ୍ରହ୍ମପୁର ଡ଼କାଇଥିଲେ। ଗତ ଗୁରୁବାର ରବୀନ୍ଦ୍ର ଏବଂ ପୋଲିସ ଉଦ୍ଧାର କରିଥିବା ୩ ଯୁବକ ବ୍ରହ୍ମପୁରରେ ପହଞ୍ଚିଥିଲେ। ସେମାନଙ୍କୁ କୌଶଳକ୍ରମେ ଅପହରଣ କରାଯିବା ପରେ ନିସ୍ତୁକ ମାଡ଼ ମାରି ୨ କୋଟି ଟଙ୍କା ମାଗିଥିଲେ। ଟଙ୍କା ନଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏହି ଘଟଣାରେ ଚିକିଟି ଏବଂ ବ୍ରହ୍ମପୁର ଅଞ୍ଚଳର ୫ରୁ ଊଦ୍ଧର୍‌ବ ପେଶାଦାର ଅପରାଧି ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅପହୃତ ୪ ଜଣଙ୍କ ମଧ୍ୟରୁ ଅମରଜିତ୍‌ ରବିବାର ଭୋର ପ୍ରାୟ ୪ ଟାରେ କୌଶଳ କ୍ରମେ ଖସି ଆସି ନିକଟରେ ଥିବା ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ତହସିଲଦାରଙ୍କ କ୍ୱାର୍ଟର ଭିତରେ ପଶି ଆମକୁ ରକ୍ଷାକର ସେମାନେ ଆମକୁ ମାରି ଦେବେ ବୋଲି ଚିତ୍କାର କରିଥିଲେ। ତହସିଲଦାର ବଶ୍ୱରଞ୍ଜନ କଂଅର ବାହାରକୁ ଆସି ଦେଖିବା ବେଳକୁ ଅମରଜିତ୍‌ ବାରମ୍ବାର ଚେତା ହରାଇ ବସୁଥିଲେ। ପରେ ତହସିଲଦାର କେ.ନୂଆଗାଁ ଥାନା ଆଇଆଇସି କିଶୋର କୁମାର ସାମଲ ଏବଂ ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ। ପୋଲିସ ଟିମ୍‌ ସେଠାରେ ପହଞ୍ଚି ଅମରଜିତ୍‌ଙ୍କ ସୂଚନା କ୍ରମେ ଉକ୍ତ ପରିତ୍ୟକ୍ତ କୁଡିଆରେ ଚଢାଉ କରିବା ସହ ଗୋଡ଼ ହାତ ବନ୍ଧା ଅବସ୍ଥାରେ ୩ ଜଣଙ୍କୁ ଉଦ୍ଧାର କରିବା ସହ ଗଞ୍ଜେଇ ଗଛ ସବୁ କଟାଯାଇ ଗଦା ହୋଇଥିବା ଦେଖିଥିଲେ। ଅବକାରୀ ଟିମ୍‌କୁ ଖବର ଦେବାପରେ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ପହଞ୍ଚି ସେଗୁଡିକୁ ନଷ୍ଟ କରିଥିଲେ। ଅପହରଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୋଲିସ ୪ଟି ସ୍ବତନ୍ତ୍ର ସ୍କୁଆର୍ଡ ଗଠନ କରି ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ସିଂହ ରାଶିର ପ୍ରବେଶରେ ଘଟିବ ବୁଦ୍ଧାଦିତ୍ୟ ରାଜଯୋଗ! ଏହି ରାଶିଙ୍କୁ ଧନଲାଭରୁ କ୍ୟାରିୟର ଯାଏ ଫିଟିଯିବ ଭାଗ୍ୟ…

ଗ୍ରହମାନଙ୍କର ରାଜକୁମାର ବୁଧ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି| ୨୨ ଅଗଷ୍ଟ ୨୦୨୬ ସନ୍ଧ୍ୟା ୭ଟା ୨୪ ମିନିଟ୍‌ରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ…

ଦେବୀ ମିଶ୍ରଙ୍କ ଗାଡ଼ିକୁ ପିଟିଲା ଟ୍ରକ, ତା’ପରେ..

ଭୁବନେଶ୍ୱର,୨୦।୮: କଟକ ଜିଲା ନରସିଂହପୁର ମୁଖ୍ୟ ରାସ୍ତା କମଳାଦେଇପୁର ଛକ ନିକଟରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri