ବନ୍ୟଜନ୍ତୁ, ପକ୍ଷୀ ପ୍ରେମରେ ପରିବାରର ୪ ସଦସ୍ୟ

ପାରାଦୀପ, ୯।୧(ସ୍ବ.ପ୍ର.): ବନ୍ୟପ୍ରାଣୀ ଓ ପକ୍ଷୀ ବହୁ ସମୟରେ ଶିକାରୀମାନଙ୍କ ଶିକାର ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ଲୋକେ ଯତ୍ନବାନ ହେଉନାହାନ୍ତି। ଏପରିସ୍ଥଳେ ଜଗତ୍‌ସିଂହପୁର ଜିଲାର ପାରାଦୀପର ଗୋଟିଏ ପରିବାରର ୪ ଜଣ ସଦସ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଓ ପକ୍ଷୀଗଣନାରେ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପକ୍ଷୀଗଣନାରେ ଗୋଟିଏ ପରିବାରର ଏତେଜଣ ସଦସ୍ୟ ସାମିଲ ହେବା ରାଜ୍ୟରେ ପ୍ରଥମ ଘଟଣା ବୋଲି ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି। କେନ୍ଦ୍ରାପଡା ଜିଲା ମହିପାଳ ଗ୍ରାମର ମଧୁସ୍ମିତ ପତି (୫୪), ସାନଭାଇ ବିରଜା ପ୍ରସାଦ ପତି(୫୦) ଏବଂ ମଧୁସ୍ମିତଙ୍କ ୨ ପୁଅ ଶାଶ୍ବତ(୨୩)ସୌରଭ (୧୮) ଦୀର୍ଘବର୍ଷ ହେବ ବନ୍ୟପ୍ରାଣୀଙ୍କ ସେବାରେ ନିୟୋଜିତ ହୋଇଛନ୍ତି।

ମଧୁସ୍ମିତ ପିପିଏଲ୍‌ କମ୍ପାନୀ ପାରାଦୀପରେ ଚାକିରି କରୁଥିବାବେଳେ ଏପରି ସେବାରେ ନିୟୋଜିତ ହୋଇଥିଲେ। ୧୯୯୬ରେ ଏକ ଏନ୍‌ଜିଓ ନେଚର କ୍ଲବ ଗଠନ କରି ଭିତରକନିକା ଅଭୟାରଣ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଉପରେ କାମ ଆରମ୍ଭ କରିଥିଲେ। ତାଙ୍କୁ ୨୦୧୧ରେ ପକ୍ଷୀ ଓ ଅଲିଭ ରିଡ୍‌ଲେ କଇଁଛ ଗଣନାରେ ସାମିଲ କରାଯାଇଥିଲା। ସେଦିନଠାରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବଡ଼ଭାଇଙ୍କ ଏପରି କାର୍ଯ୍ୟରେ ସାନଭାଇ ବିରଜା ଅନୁପ୍ରାଣିତ ହୋଇ ଉଚ୍ଚଶିକ୍ଷା (ବିଟେକ୍‌)ଛାଡି ଏଥିରେ ସାମିଲ ହୋଇଥିଲେ। ସେ ଏହି କାମରେ ଏତେ ମଜ୍ଜିଗଲେ ଯେ ଆଉ ସାଂସାରିକ ଜୀବନକୁ ଫେରିନାହାନ୍ତି। ଅବିବାହିତ ରହି ଘଞ୍ଚ ଜଙ୍ଗଲରେ ବନ୍ୟସଂରକ୍ଷଣ ଉପରେ କାମ କରୁଛନ୍ତି। ଏପରିକି ଜଙ୍ଗଲରେ ବିପଦରେ ପଡ଼ିଥିବା ଅନେକ ଜନ୍ତୁଙ୍କୁ ଉଦ୍ଧାର କରିଛନ୍ତି। ଅନେକ ସମୟରେ ବିଷଧର ସାପକୁ ଖାଲି ହାତରେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି। ବାପା ଓ ଦାଦାଙ୍କ ଏଭଳି କାମ ଦେଖି ଶାଶ୍ବତଙ୍କ ମଧ୍ୟ ଜଙ୍ଗଲ ନିଶା ଘାରିଥିଲା। ସେ ୧୩ ବର୍ଷରୁ ଜଙ୍ଗଲ ପ୍ରତି ଆକର୍ଷତ ହୋଇଥିଲେ। ସ୍କୁଲ ଛୁଟି ସମୟରେ ଅଧକାଂଶ ସମୟ ଜଙ୍ଗଲ କାଟି ଫଟୋ ଉଠାଉଥିଲେ। ବିଶେଷ କରି ପକ୍ଷୀଙ୍କ ସମ୍ପର୍କରେ ତାଙ୍କର ଅଧିକ ରୁଚି ଥିଲା।

ସୁନ୍ଦରବନରେ ସେ ପକ୍ଷୀ ଓ ବାଘ ଫଟୋ ଉଠାଇ ବନ ବିଭାଗର ଦୃଷ୍ଟିଆକର୍ଷଣ କରିଥିଲେ। ୨୦୧୩ରୁ ତାଙ୍କୁ ପକ୍ଷୀ ଗଣନାରେ ସାମିଲ କରାଯାଇଛି। ତାଙ୍କର ଏହି କୃତିତ୍ୱ ଉଚ୍ଚଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଦେଇଛି। ବନ୍ୟଜନ୍ତୁ ସଂରକ୍ଷଣ ଉପରେ ସେ ଆମେରିକାର ଏ.ଆର୍‌. ୟୁନିଭରସିଟି କେମ୍ବ୍ରିଜ୍‌ରେ ଅଧ୍ୟୟନ କରୁଛନ୍ତି। ସେ ପକ୍ଷୀ ଓ ବାଘ ଉପରେ ବହୁ କ୍ଷୁଦ୍ର ଫିଲ୍ମ ନିର୍ମାଣ କରିଛନ୍ତି। ତାଙ୍କ ସାନଭାଇ ସୌରଭଙ୍କୁ ମଧ୍ୟ ବନ୍ୟପ୍ରାଣୀଙ୍କ ଫଟୋ ଉଠାଇବା ନିଶା ଘାରିଛି। ଜଣେ ପୋଖତ ଫଟୋଗ୍ରାଫର ଭଳି ଜଙ୍ଗଲରେ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ପାଣି କାଦୁଅରେ ପଶି ଫଟୋ ଉଠାଇ ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି। ଧରିତ୍ରୀ ସମେତ ଅନେକ ଗଣମାଧ୍ୟମରେ ତାଙ୍କର ଫଟୋ ଓ ଖବର ପ୍ରକାଶ ପାଇଛି। ସବୁଠାରୁ ବଡ଼କଥା ହେଲା ସେ ଉଡ଼ନ୍ତା ଚଢ଼େଇକୁ ଦେଖି ତା’ର ନାମ କହି ଦେଇପାରନ୍ତି। ତାଙ୍କୁ ମଧ୍ୟ ୪ ବର୍ଷ ହେଲା ପକ୍ଷୀଗଣନାରେ ସାମିଲ କରାଯାଇଛି। ପରିବାରର ଏହି ସଦସ୍ୟମାନେ ବନବିଭାଗ ଦ୍ବାରା ଭିନ୍ନ ଭିନ୍ନ ସ୍ଥାନରେ ଗଣନା କରୁଛନ୍ତି।

ଏସମ୍ପର୍କରେ ମଧୁସ୍ମିତ ପତି କୁହନ୍ତି, ପୃଥିବୀର ସନ୍ତୁଳନ ରକ୍ଷା ପାଇଁ ସମସ୍ତ ଜୀବଜନ୍ତୁ ସହ ପ୍ରକୃତିର ସୁରକ୍ଷା ଅପରିହାର୍ଯ୍ୟ। ଏବେଠାରୁ ଆମେ ପ୍ରୟାସ ନ କଲେ ପୃଥିବୀ ଧ୍ବଂସ ହୋଇଯିବାର ଆଶଙ୍କା ରହିଛି । ଜଙ୍ଗଲ ଓ ପରିବେଶ ବିଭାଗର ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ମନୋଜ କୁମାର ମହାପାତ୍ର କୁହନ୍ତି, ମଧୁସ୍ମିତ ପରିବାର ସଦସ୍ୟଙ୍କ ଏପରି ଉଦ୍ୟମ ଆଗାମୀ ଯୁବପିଢ଼ୀଙ୍କ ପାଇଁ ଆଦର୍ଶ। ଡାକ୍ତର, ଇଞ୍ଜିନିୟର ହେବା ଅପେକ୍ଷା ବନ ସୁରକ୍ଷା ପାଇଁ ମନୋନିବେଶ କଲେ ପ୍ରକୃତିର ସୁରକ୍ଷା ହେବା ସହ ନିଜର ମଧ୍ୟ କ୍ୟାରିୟର ଗଢ଼ିହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri