‘ଫୋର୍‌-ଏମ୍‌’: ମମତାଙ୍କୁ ଆଣି ଦେଲା ବିଜୟ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ ପୁଣି ଥରେ ଶାସନ ଡୋର ହାତେଇବାକୁ ଯାଉଛି। ଶାସକ ତୃଣମୂଳ ୨୧୧ ଆସନରେ ଆଗେଇଥିବାବେଳେ ଭାଜପା ୭୭ ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟରେ ‘ଫୋର୍‌-ଏମ୍‌’ର ଗୁରୁତ୍ୱ ଅଧିକ ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ପ୍ରଥମ ଏମ୍‌ ମତୁଆ ସମ୍ପ୍ରଦାୟଙ୍କୁ ସୂଚିତ କରୁଛି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୂର୍ଣ୍ଣ ଭରସା କରି ପାରିଲେ ନାହିଁ। ଫଳରେ ଭାଜପା ଅପେକ୍ଷା ତୃଣମୂଳକୁ ସେମାନେ ସମର୍ଥନ କଲେ। ସେହିପରି ଦ୍ୱିତୀୟ ଏମ୍‌ ହେଉଛି ରାଜ୍ୟର ମୁସଲମାନ୍‌ ଭୋଟର। ମୁସଲମାନ୍‌ ଭୋଟରଙ୍କୁ ଆକର୍ଷିତ କରିବାରେ ଭାଜପା ଅସଫଳ ରହିବାରୁ ଏହାର ଫାଇଦା ତୃଣମୂଳ ଖାତାକୁ ଯାଇଛି। ସେହିପରି ତୃତୀୟ ଏମ୍‌ ହେଉଛି ରାଜ୍ୟର ମହିଳା ଭୋଟର। ମହିଳା ଭୋଟରମାନେ ମମତା ଦିଦିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଫଳରେ ଦିଦି ପୁଣିଥରେ କ୍ଷମତା ଦଖଲ କରିପାରିଛନ୍ତି। ଚତୁର୍ଥ ଏମ୍‌ ହେଉଛନ୍ତି ନିଜେ ମମତା। ମମତାଙ୍କ ଭାବମୂର୍ତ୍ତି ମଳିନ କରିବାକୁ ଭାଜପା ପ୍ରୟାସ କରି ମଧ୍ୟ ଅସଫଳ ରହିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ଫଳରେ ରାଜ୍ୟରେ ମୋଦି ମ୍ୟାଜିକ୍‌ କାମ କରି ନାହିଁ। ଅପରପକ୍ଷରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ରଣନୀତି କାମ ଦେଇ ନାହିଁ। ଚାଷୀଙ୍କ ଘରେ ବୁଲିବୁଲି ଭୋଜନ କରିବା ଅବା ମୁଠି ଚାଉଳ ସଂଗ୍ରହ ଅସଫଳ ରହିଥିବା ସମୀକ୍ଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବିଧାୟକ- ଜଣେ ଏମ୍‌ପି ଶିନ୍ଦେ ଗୋଷ୍ଠୀଠାରୁ ଦୂରେଇଲେ…

ମୁମ୍ବାଇ,୨୬।୧୧ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ସମର୍ଥକ ବିଧାୟକ ଏବଂ ଏମ୍‌ପିମାନଙ୍କ ସହ ଆସାମ ଗସ୍ତରେ ଅଛନ୍ତି। ଏଠାରେ ସେ ଗୁଆହାଟୀର କାମାକ୍ଷୀ...

ନିର୍ବନ୍ଧର ୩ ଦିନ ପୂର୍ବରୁ ପାଣି ଡ୍ରମରୁ ମିଳିଲା ଯୁବତୀଙ୍କ ମୃତଦେହ

ଖଣ୍ଡଓ୍ବା,୬।୨: ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ତାଙ୍କ ଘରେ ରଖାଯାଇଥିବା ପାଣି ଡ୍ରମରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ ରବିବାର...

ଏଫଆଇଆର୍‌ ନ ରଖିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୪: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛନ୍ତି।...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପାଖରେ ରହିଛି ଆବଶ୍ୟକ ଭୋଟ…

ନୂଆଦିଲ୍ଲୀ, ୩।୭ : ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ସହଯୋଗୀ ତଥା ବନ୍ଧୁ ଦଳର ସମର୍ଥନ ଆବଶ୍ୟକ କରୁଛି। ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀଙ୍କୁ...

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ବୃଦ୍ଧା ମା’, ମୁଖାଗ୍ନୀ ଦେଲେ ୭ମାସର ପୁଅ

ଚଣ୍ଡିଗଡ଼,୨୯।୭: ପଞ୍ଜାବ ବଟାଲା ଗଁାର ପାବଲାରାଲି କାଲନ୍‌ରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ଶହୀଦ ଯବାନଙ୍କୁ ବୃଦ୍ଧା ମା’ କାନ୍ଧରେ କାନ୍ଧେଇଥିବା...

ଭାଷଣ ସର୍ବସ୍ବ କୃଷି ବଜେଟ

ନୂଆଦିଲ୍ଲୀ,୨ା୨: କୃଷିକ୍ଷେତ୍ରରେ ଭାରତର ପ୍ରଦର୍ଶନ ଉତ୍ତମ ଥିବା ନେଇ ପାର୍ଲାମେଣ୍ଟରେ ସୋମବାର ଉପସ୍ଥାପିତ ୨୦୨୨-୨୩ ଆର୍ଥିକ ବର୍ଷର ଇକୋନୋମିକ୍‌ ସର୍ଭେରେ କୁହାଯାଇଛି। ତେବେ ଜଳବାୟୁ ପରିବର୍ତ୍ତନର...

ନୁହରେ ସାମ୍ପ୍ରଦାୟିକ ହିଂସା ସରକାରଙ୍କ ଏକ ଷଡଯନ୍ତ୍ର: ରଣଦୀପ ସୁରଜେୱାଲା

ନୂଆଦିଲ୍ଲୀ,୨।୮: ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାକୁ ନେଇ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ରାଜ୍ୟର ମନୋହର ଲାଲ ଖଟ୍ଟର ସରକାରଙ୍କୁ ଘେରିଛନ୍ତି। ଏଠାରେ ହିଂସା ଘଟିବ...

ଅକ୍ସିଜେନ୍‌ ସିଲିଣ୍ଡର ସହ ୟୁପିଏସ୍‌ସି ପରୀକ୍ଷା ହଲ୍‌ରେ ବସିଲେ ଛାତ୍ରୀ

ନୂଆଦିଲ୍ଲୀ,୩।୬: ଗମ୍ଭୀର ହାଡ଼ ଜନିତ ସମସ୍ୟା ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲେ ମଧ୍ୟ ନିଜର ମନୋବଳକୁ ଦୃଢ ରଖିଛନ୍ତି କେରଳର ୨୪ ବର୍ଷୀୟା...

Advertisement
Archives

Model This Week