ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଘରର ୩ୟ କିସ୍ତି ଟଙ୍କା ମଞ୍ଜୁର କରିବା ପାଇଁ ଅଭିଯୋଗକାରୀ ପଦମପୁର ଥାନା ଅଧୀନ ସତିଭଟା ଗ୍ରାମର ଅର୍ଜୁନ ଲୁହାରଙ୍କଠାରୁ ୭,୦୦୦ ଟଙ୍କା ବେଆଇନ ଅର୍ଥ ଦାବି ଓ ଗ୍ରହଣ କରିଥିବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଥାନା କେସ୍ ନଂ. ୮୪, ତା. ୨୧.୧୧.୨୦୧୭ ରୁଜୁ ହୋଇଥିଲା।
ଏହି ମାମଲାରେ ଛବିଳ ବାରିହାଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ (RI) ଏବଂ ୨୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ହେଲେ ତାଙ୍କୁ ଅତିରିକ୍ତ ୩ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ।
ଏହି ମାମଲାରେ ଅଭିଯୋଗ ପକ୍ଷରୁ ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର (Special P.P.) ରବି ନାରାୟଣ ଭୋଇ ଏବଂ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର (Addl. P.P.) ଗୌର ମୋହନ ଦାଶ ମାମଲା ପରିଚାଳନା କରିଥିଲେ।

