କଣ୍ଟ୍ରୋଲ ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ

ବୋଲଗଡ଼,୨୨ା୫(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ। ତେବେ ପ୍ରଶାସନର ସଚେତନତା ଅଭାବରୁ ହିତାଧିକାରୀମାନେ ଉକ୍ତ ଫର୍ଟିଫାଏଡ ଚାଉଳକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ଡାବରଧୁଆପାଟଣା ଓ ଆଖପାଖ ପଞ୍ଚାୟତର କେତେଜଣ ହିତାଧିକାରୀ କଣ୍ଟ୍ରୋଲ ଚାଉଳରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ଆଣିବା ସହ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ବ୍ଲକ ସାଧାରଣ ବଣ୍ଟନ ଅଧିକାରୀ ସାଗରିକା ମାହାଲି କହିଛନ୍ତି, ଏହା ପ୍ଲାଷ୍ଟିକ ନୁହେଁ, ଫର୍ଟିଫାଏଡ ଚାଉଳ। ପ୍ରତି କେଜିଏ ଚାଉଳରେ ଦଶ ଗ୍ରାମ ପୁଷ୍ଟିକର ଭିଟାମିନ ମିଶ୍ରଣ କରାଯାଇଛି। ସାଧାରଣ ଚାଉଳକୁ ମେଶିନ ମାଧ୍ୟମରେ ଗୁଣ୍ଡ କରି ସେଥିରେ ଲୌହସାର, ଫଲିକ ଏସିଡ୍‌ ଓ ଭିଟାମିନ ବି-୧୨ ଆଦି ବୈଜ୍ଞାନିକ ପଦ୍ଧତିରେ ମିଶାଯାଇଛି, ଯାହାକି ରକ୍ତହୀନତା ଓ ପୁଷ୍ଟିହୀନତା ଦୂର କରିବାରେ ସହାୟକ ହୁଏ। ସରକାର ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରାମର୍ଶରେ ଏହି ଫର୍ଟିଫାଏଡ ଚାଉଳ ଟେକ୍ନୋଲୋଜି ମାଧ୍ୟମରେ ପ୍ରସ୍ତୁତ କରି ବାଣ୍ଟୁଛନ୍ତି। ତେବେ ଏନେଇ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାନଯାଇ କେବଳ କେତେକ ବଣ୍ଟନ କେନ୍ଦ୍ରରେ ପ୍ରଚାରପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିବାରୁ ହିତାଧିକାରୀ ଜାଣି ନ ପାରି ଉକ୍ତ ଚାଉଳ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି। ତେବେ ଏହି ଚାଉଳ ରନ୍ଧାଯାଇ ଅଙ୍ଗନଓ୍ବାଡି କେନ୍ଦ୍ର, ସ୍କୁଲରେ ମଧ୍ୟାହ୍ନଭୋଜନ ଓ ଆହାର କେନ୍ଦ୍ରରେ ଉପଲବ୍ଧ ହେଉଛି। ସଚେତନତା ଅଭାବରୁ କେତେଜଣ ହିତାଧିକାରୀ କଣ୍ଟ୍ରୋଲ ଚାଉଳରେ ପ୍ଲାଷ୍ଟିକ ଚାଉଳ ମିଶିଥିବା ସନ୍ଦେହ କରୁଛନ୍ତି ବୋଲି ମାହାଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri