ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ସୁନ୍ଦରଗଡ଼/ସବ୍‌ଡେଗା,୨ା୮ (ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ତଳସରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସଂପାଦକ ଡା. ପ୍ରଫୁଲ୍ଲ କୁମାର ମାଝିଙ୍କ କାର୍‌ ସୋମବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରୁ ଡା. ମାଝି ଓ ତାଙ୍କ ଡ୍ରାଇଭର ଦୀପକ ରକ୍ଷା ପାଇ ଯାଇଛନ୍ତି।
ପ୍ରକାଶ ଯେ, ପୂର୍ବତନ ବିଧାୟକ ଡା. ମାଝି ସୁନ୍ଦରଗଡରୁ ତାଙ୍କ କାର ( ନଂ ଓଡି-୦୨ଆର୍‌ – ୬୨୪୦) ଯୋଗେ ସବୁଦିନ ପରି ତଳସରା ସ୍ବାସ୍ଥ୍ୟକେନ୍ଦ୍ରକୁ ରୋଗୀ ଦେଖିବା ପାଇଁ ଯାଉଥିଲେ। ତେବେ କରମଡିହି -ସବ୍‌ଡେଗା ରାଜ୍ୟ ରାଜପଥ ୨୪ର ବଡ଼ମାଲ ଛକ ନିକଟବର୍ତ୍ତୀ ବୁଲାଣିଆ ରାସ୍ତାରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୬ ଫୁଟ ତଳକୁ ଖସି ପଡିଥିଲା। ଏହି ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଗାଡିରେ ଥିବା ମାଝି ଓ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଭୟେ ସୁସ୍ଥ ଥିବା ଜାଣିବାକୁ ମିଳିଛି। ରାସ୍ତାରେ ଯାଉଥିବା ବେଳେ ସାଇକେଲରେ ଆସୁଥିବା ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିବା ପୂର୍ବତନ ବିଧାୟକ ମାଝି କହିବା ସହ ସେହି ସ୍ଥାନରେ ରାସ୍ତା ଅବସ୍ଥା ଖରାପ ଥିବା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ଲଳିତାଙ୍କୁ ମିଳିନି ଆବାସ ଯୋଜନାରେ ଘର

ଲାଠୋର, ୯ା୧୦ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ଚାଉଲଡିଆ ଗ୍ରାମର ଭିନ୍ନକ୍ଷମ ଲଳିତା ରଣା(୩୫)। ସ୍ବାମୀ ଶୋଭାକର ରଣା(୪୫), ଗୋଟିଏ...

କମ୍ପାନୀ ଅଧିକାରୀଙ୍କ ପାଇଁ ନାକେଦମ ପ୍ରଶାସନ, ଆପାର୍ଟମେଣ୍ଟ ସିଲ୍‌

ଛତ୍ରପୁର,୨ା୪(ଡି.ଏନ.ଏ)- ବାହାର ରାଜ୍ୟରୁ ଫେରିି ନିଜ ତଥ୍ୟ ଲୁଚାଇଥିବା ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ନାକେଦମ ହୋଇଛି। ସମ୍ପୃକ୍ତ...

ଲଡୁବାବାଙ୍କ ମନ୍ଦିରର ଭୋଗ ଅନନ୍ୟ

ଶରଣକୁଳ,୧୫ା୫(ଡି.ଏନ.ଏ.): ଓଡ଼ିଶାର ପ୍ରସିଦ୍ଧ ଶୈବକ୍ଷେତ୍ର ଶରଣକୁଳ ଲଡୁବାବାଙ୍କ ମନ୍ଦିର ପରିଚାଳନା ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାରୁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରି ବେଶ୍‌ ଆନନ୍ଦ ଉପଭୋଗ...

କପା ନେଲେ, ଟଙ୍କା ଦେଲେନି

ମୁରିବାହାଲ,୨୭ା୩(ଡି.ଏନ.ଏ.):ବଲାଙ୍ଗୀର ଜ଼ିଲା ମୁରିବାହାଲ ଥାନା ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିତ୍ରାମୁଣ୍ଡା ଓ ଝିକିଡୁଙ୍ଗରି ଗ୍ରାମର କପା ଚାଷୀ ଠକାମିର ଶିକାର ହୋଇଛନ୍ତି। ଏହି ଦୁଇ...

ଗୋଟିଏ ରାତିରେ ୫ ଘରୁ ଲୁଟ୍‌

ଦିଗପହଣ୍ଡି,୯ା୯(ଡି.ଏନ.ଏ.)-ଦିଗପହଣ୍ଡି ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଶନିବାର ବିଳମ୍ବିତ ରାତିରେ ଏହି ଥାନା ଅଞ୍ଚଳର ୫ ଘରୁ ଚୋରି ହୋଇଥିବା...

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କ.ନୂଆଗଁା,୨୪ା୭(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ସାରଙ୍ଗ ଗଡ଼ ଥାନା ଅଞ୍ଚଳରେ ବୁଧବାର ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବନେଗଁାର ଜମ୍ବେବ ପ୍ରଧାନ...

ବରଗଡ଼ରେ ଓଡ଼ିଶା ବନ୍ଦଡାକରାକୁ ସମର୍ଥନ

ବରଗଡ଼ ଅଫିସ,୧୫।୨: କେନ୍ଦ୍ର ସରକାରଙ୍କ ତୈଳ ଓ ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ଓଡ଼ିଶା ବନ୍ଦ...

ଜଗତସିଂହପୁରରେ ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ: ୧୪୩ରେ ପହଞ୍ଚିଲା ମୋଟ ସଂକ୍ରମିତ ସଂଖ୍ୟା

ଜଗତ୍‌ସିଂହପୁର ଅଫିସ, ୧୩ା୬: ଜଗତ୍‌ସିଂହପୁର ଜିଲାରେ ଶନିବାର ପୁଣି ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲିକୁଦା ବ୍ଲକ ଅଞ୍ଚଳର...

Advertisement
Archives

Model This Week