Posted inଜାତୀୟ

ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା, ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ବି ମିଳିଲା ନାହିଁ ଜାମିନ୍‌

ରାଞ୍ଚି,୨୭।୪: ଜମି ଦୁର୍ନୀତି ମାମଲାରେ ଜେଲରେ ଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ବଡ଼ ଝଟ୍‌କା। ତାଙ୍କୁ ନିଜ ବଡ଼ବାପା ରାଜାରାମ ସୋରେନଙ୍କ ଅନ୍ତିମ ସଂସ୍କାର ଏବଂ ଶ୍ରାଦ୍ଧରେ ସାମିଲ ହୋଇପାରିବେ ନାହିଁ। ତାଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି କୋର୍ଟ।

ଏପ୍ରିଲ ୨୭ରେ ହେମନ୍ତଙ୍କ ବଡ଼ବାପାଙ୍କ ଦେହାନ୍ତ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ତାଙ୍କ ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ୧୩ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ଦେବାକୁ ସେ କହିଥିଲେ । ତେବେ କୋର୍ଟରେ ଶୁଣାଣି ବେଳେ ଇଡି ଏହାକୁ ବିରୋଧ କରିଥିଲା। ଶେଷରେ ଏହି ଆବେଦନର ଶୁଣାଣି କରି ରାଞ୍ଚିର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି। ଫଳରେ ସେ ଆଉ ନିଜ ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିବେ ନାହିଁ।

ପ୍ରକାଶ ଯେ, ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାନୁଆରୀ ୩୧ରେ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ପ୍ରାୟ ୩ ମାସ ହେଲା ନ୍ୟାୟିକ ହେପାଜତରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଖ ଅତିକମରେ ୫ ସନ୍ତାନ ଜନ୍ମ ଦିଅନ୍ତୁ: ଦମଦମି ଟକଶାଳାର ମୁଖ୍ୟ

ଚଣ୍ଡିଗଡ଼,୯।୫: ଶିଖମାନଙ୍କର ପ୍ରମୁଖ ସଂଗଠନ ଦମଦମି ଟକଶାଳାର ମୁଖ୍ୟ ଜ୍ଞାନି ହରନାମ ସିଂ ଖସଲା କହିଛନ୍ତି ଯେ ଶିଖଙ୍କ ସଂଖ୍ୟା ହ୍ରାସକୁ ଦୃଷ୍ଟିରେ ରଖି ପ୍ରତ୍ୟେକ...

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇଗଲା ଶ୍ରମିକଙ୍କ ଶରୀର

ଶିବକାଶି,୯।୫: ଗୁରୁବାର ତାମିଲନାଡୁର ଶିବକାଶିରେ ଥିବା ବାଣ କାରଖାନାରେ ବିସ୍ଫୋରଣରେ ପାଞ୍ଚ ଜଣ ମହିଳାଙ୍କ ସମେତ ଆଠ ଜଣ କର୍ମଚାରୀଙ୍କ ମତ୍ୟୁ ଘଟିଥିବା ବେଳେ ଅନ୍ୟ...

କଂଗ୍ରେସର ଦାବି ହରିୟାଣାରେ ମିଳିବ ବହୁମତ

ଚଣ୍ଡିଗଡ଼,୯।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡା ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରିଛନ୍ତି। ସେ ପୁଣି ଥରେ କହିଛନ୍ତି...

କେଜରିଓ୍ବାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରୁଛି ଇଡି

ନୂଆଦିଲ୍ଲୀ,୯।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ସୁପ୍ରିମକୋର୍ଟ...

‘ମୁଁ ତାଙ୍କ ପୁଅ ନୁହେଁ ସେଥିପାଇଁ ମୋତେ…’, ଶରଦ ପାଓ୍ବାରଙ୍କୁ ଭଗବାନ ବୋଲି କହିଲେ ଅଜିତ, ଖେଳିଲେ ଇମୋଶନାଲ କାର୍ଡ

ମୁମ୍ବାଇ,୯।୫: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏନସିପି (ଏସପି) ମୁଖ୍ୟ ଶରଦ ପାୱାରଙ୍କ...

୧୧ରେ ବରଗଡ଼ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବରଗଡ଼,୯ା୫(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୧ତାରିଖ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ମିଳିଥିବା ସୂଚନାନୁଯାୟୀ, ମୋଦି ସେହିଦିନ ବରଗଡ଼ ସହର...

ମୋଦିଙ୍କୁ ମହାରାଷ୍ଟ୍ର ମାଟିରେ କବର ଦେବାକୁ ଧମକ, ସଞ୍ଜୟ ରାଉତଙ୍କ ବିବାଦୀୟ ବୟାନ

ମୁମ୍ବାଇ,୯।୫: ନିଜ ବୟାନ ପାଇଁ ସର୍ବଦା ହେଡଲାଇନରେ ଥିବା ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ...

ଭାଜପାକୁ ଶକ୍ତ ଧକ୍କା

ଚଣ୍ଡିଗଡ଼,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ଭାଜପା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ଭାଜପାର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri