Posted inଖେଳ

ପୂର୍ବ ଚୟନକର୍ତ୍ତାଙ୍କ ଖୁଲାସା: ଏପରି ନ ହୋଇଥିଲେ ଟି୨୦ ବିଶ୍ୱକପ୍‌ ଖେଳିଥାନ୍ତେ ଧୋନୀ

ନୂଆଦିଲ୍ଲୀ,୨୧।୨: ୨୦୧୯ ଅଗଷ୍ଟରେ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ।

ଏହାପରେ ଧୋନୀ ଅନେକ ଦିନ ଧରି ପଡ଼ିଆରୁ ଦୂରରେ ରହିଥିଲେ। ହେଲେ ସେ ୨୦୨୦ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବେ ଏବଂ ପରେ ସନ୍ୟାସ ନେବେ ବୋଲି କୁହାଯାଉଥିଲା। କରୋନା ଯୋଗୁ ବିଶ୍ୱକପ୍‌ର ଆୟୋଜନ ହୋଇପାରି ନ ଥିଲା। ଏହା ମଧ୍ୟରେ ଧୋନୀ ସମସ୍ତଙ୍କୁ ଚମକାଇ ଆଇପିଏଲ୍‌ ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ଏବେ ପୂର୍ବ ଚୟନକର୍ତ୍ତା ସରନଦୀପ ସିଂହ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ମହାମାରୀ ଯଦି ହୋଇନ ଥାନ୍ତା ତେବେ ଧୋନୀ ଟି୨୦ ବିଶ୍ୱକପ୍‌ ଖେଳିଥାନ୍ତେ ବୋଲି ସେ କହିଛନ୍ତି।

ସ୍ପୋଟର୍‌ସକିଡା ସହ କଥାବାର୍ତ୍ତାରେ ସରନଦୀପ କହିଛନ୍ତି ଯଦି କରୋନା ମହାମାରୀ ଆସି ନ ଥାନ୍ତା ତେବେ ଧୋନୀ ନିଶ୍ଚିତ ଖେଳିଥାନ୍ତି। ସେ ଟି୨୦ ବିଶ୍ୱକପ୍‌ ନିହାତି ଖେଳିବା ଦରକାର ବୋଲି ଆମେ ମଧ୍ୟ ଭାବୁଥିଲୁ। ସେ ଫିଟ୍‌ ଥିଲେ। ତାଙ୍କର ନଖେଳିବାର କୌଣସି କାରଣ ନ ଥିଲା। ଆମେ ସବୁବେଳେ ଖେଳାଳିଙ୍କ ଫିଟ୍‌ନେସ୍‌କୁ ଦେଖିଥାଏ। ଜଣେ ଖେଳାଳି କେବେ ପର୍ଯ୍ୟନ୍ତ ଖେଳିପାରିବ ସେନେଇ ନଜର ରଖୁ। ମାହି ସବୁଠାରୁ ଅଧିକ ଫିଟ୍‌ ଥିଲେ। ସେ କେବେହେଲେ ଅଭ୍ୟାସ ବନ୍ଦ କରୁ ନ ଥିଲେ। ସେ ଆଘାତ ଲାଗିବା କାରଣରୁ ମ୍ୟାଚ୍‌ ନ ଖେଳିବା ପରିସ୍ଥିତି କେବେ ବି ଉପୁଜି ନ ଥିଲା। ଏଥିଯୋଗୁ ସମସ୍ତେ ତାଙ୍କୁ ବେଶୀ ସମ୍ମାନ ଦେଉଥିଲେ। ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଭାରତୀୟ ଦଳ ପାଇଁ ଧୋନୀ ଯାହା ହାସଲ କରିଥିଲେ, ସେଥିପାଇଁ ଟି୨୦ ବିଶ୍ୱକପ୍‌ରେ ଖେଳିବାକୁ ସେ ହକ୍‌ଦାର ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri