Posted inଖେଳ

ପୂର୍ବ ଚୟନକର୍ତ୍ତାଙ୍କ ଖୁଲାସା: ଏପରି ନ ହୋଇଥିଲେ ଟି୨୦ ବିଶ୍ୱକପ୍‌ ଖେଳିଥାନ୍ତେ ଧୋନୀ

ନୂଆଦିଲ୍ଲୀ,୨୧।୨: ୨୦୧୯ ଅଗଷ୍ଟରେ ଭାରତୀୟ ଟିମ୍‌ର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ।

ଏହାପରେ ଧୋନୀ ଅନେକ ଦିନ ଧରି ପଡ଼ିଆରୁ ଦୂରରେ ରହିଥିଲେ। ହେଲେ ସେ ୨୦୨୦ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବେ ଏବଂ ପରେ ସନ୍ୟାସ ନେବେ ବୋଲି କୁହାଯାଉଥିଲା। କରୋନା ଯୋଗୁ ବିଶ୍ୱକପ୍‌ର ଆୟୋଜନ ହୋଇପାରି ନ ଥିଲା। ଏହା ମଧ୍ୟରେ ଧୋନୀ ସମସ୍ତଙ୍କୁ ଚମକାଇ ଆଇପିଏଲ୍‌ ପୂର୍ବରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ। ଏବେ ପୂର୍ବ ଚୟନକର୍ତ୍ତା ସରନଦୀପ ସିଂହ ଧୋନୀଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି। ମହାମାରୀ ଯଦି ହୋଇନ ଥାନ୍ତା ତେବେ ଧୋନୀ ଟି୨୦ ବିଶ୍ୱକପ୍‌ ଖେଳିଥାନ୍ତେ ବୋଲି ସେ କହିଛନ୍ତି।

ସ୍ପୋଟର୍‌ସକିଡା ସହ କଥାବାର୍ତ୍ତାରେ ସରନଦୀପ କହିଛନ୍ତି ଯଦି କରୋନା ମହାମାରୀ ଆସି ନ ଥାନ୍ତା ତେବେ ଧୋନୀ ନିଶ୍ଚିତ ଖେଳିଥାନ୍ତି। ସେ ଟି୨୦ ବିଶ୍ୱକପ୍‌ ନିହାତି ଖେଳିବା ଦରକାର ବୋଲି ଆମେ ମଧ୍ୟ ଭାବୁଥିଲୁ। ସେ ଫିଟ୍‌ ଥିଲେ। ତାଙ୍କର ନଖେଳିବାର କୌଣସି କାରଣ ନ ଥିଲା। ଆମେ ସବୁବେଳେ ଖେଳାଳିଙ୍କ ଫିଟ୍‌ନେସ୍‌କୁ ଦେଖିଥାଏ। ଜଣେ ଖେଳାଳି କେବେ ପର୍ଯ୍ୟନ୍ତ ଖେଳିପାରିବ ସେନେଇ ନଜର ରଖୁ। ମାହି ସବୁଠାରୁ ଅଧିକ ଫିଟ୍‌ ଥିଲେ। ସେ କେବେହେଲେ ଅଭ୍ୟାସ ବନ୍ଦ କରୁ ନ ଥିଲେ। ସେ ଆଘାତ ଲାଗିବା କାରଣରୁ ମ୍ୟାଚ୍‌ ନ ଖେଳିବା ପରିସ୍ଥିତି କେବେ ବି ଉପୁଜି ନ ଥିଲା। ଏଥିଯୋଗୁ ସମସ୍ତେ ତାଙ୍କୁ ବେଶୀ ସମ୍ମାନ ଦେଉଥିଲେ। ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଭାରତୀୟ ଦଳ ପାଇଁ ଧୋନୀ ଯାହା ହାସଲ କରିଥିଲେ, ସେଥିପାଇଁ ଟି୨୦ ବିଶ୍ୱକପ୍‌ରେ ଖେଳିବାକୁ ସେ ହକ୍‌ଦାର ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଯାତ୍ରୀଙ୍କୁ ଝଟ୍‌କା! ୨୨% ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୮ା୫: ଇନ୍ଧନ ମୂଲ୍ୟ ଅତ୍ୟଧିକ ବୃଦ୍ଧି ଯୋଗୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ଏହାର ଘରୋଇ ବିମାନ ଉଡ଼ାଣ ଅସ୍ଥାୟୀ ଭାବେ ୨୨ ପ୍ରତିଶତ ହ୍ରାସ କରିଛି।…

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri