Posted inଜାତୀୟ

ଭାରତର ସୌର ମିଶନ ‘ଆଦିତ୍ୟ-ଏଲ୍‌୧’ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କଲେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରପୃଷ୍ଠରେ ବିଜୟ ହାସଲ ପରେ ସୂର୍ଯ୍ୟ ନମସ୍କାର କରିବାକୁ ଯାଉଛି ଆଦିତ୍ୟ-ଏଲ୧। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରଚିଛି ଇସ୍ରୋ। ତେବେ ପୁଣି ଇସ୍ରୋର ସୌର ମିଶନ ବିଶ୍ୱର ନଜରକୁ ନିଜ ଆଡକୁ ଟାଣି ଆଣିଛି। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଲଞ୍ଚ ପ୍ୟାଡରୁ ଉତ୍‌କ୍ଷେପଣ ହୋଇଛି ଆଦିତ୍ୟ- ଏଲ୧। ପ୍ରାୟ ୪ମାସ ଅର୍ଥାତ୍‌ ୧୨୭ଦିନର ଯାତ୍ରା କରି ଏହା ଲାଙ୍ଗ୍ରେସ ପଏଣ୍ଟ ୧ରେ ଅବସ୍ଥାପିତ ହେବ।

ଭାରତର ମହାକାଶ ମିଶନର ସଫଳତାକୁ ଦେଖି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନର ପୂର୍ବତନ କମାଣ୍ଡର କ୍ରିସ ହାଡଫିଲ୍ଡ ଇସ୍ରୋକୁ ପ୍ରଶଂସା କରିଛନ୍ତି। ଏଏନଆଇର ରିପୋର୍ଟ ଅନୁଯାୟୀ, କ୍ରିସ ହାଡଫିଲ୍ଡ କହିଛନ୍ତି, ‘ମହାକାଶ ବାଣିଜ୍ୟ, ଜିପିଏସ ଉପଗ୍ରହ, ପାଣିପାଗ ଉପଗ୍ରହ, ଟେଲି ଯୋଗାଯୋଗ, ଚନ୍ଦ୍ରରେ ଅନୁସନ୍ଧାନ, ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ, ଏସବୁ ଏକ ଜୀବନକାଳର ସମୟ ସୀମାରୁ ବହୁତ କମ ସମୟ ମଧ୍ୟରେ ଘଟିଛି। ତେଣୁ ଏହା ଏକ ସ୍ପେସ ପ୍ରତିସ୍ପର୍ଦ୍ଧା ନୁହେଁ, ଏହା ସମସ୍ତଙ୍କ ପାଇଁ ମହାକାଶରେ ଅନୁସନ୍ଧାନ କରିବାକୁ ଏକ ନୂତନ ସୁଯୋଗ ଆଣିଦେଇଛି। ତେବେ ଏହି ଦୈଡରେ ଟେକ୍ନୋଲୋଜିକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ବଢାଇବା ଓ ସ୍ପେସ ବ୍ୟବସାୟକୁ ଲାଭଦାୟକ କରିବା ପାଇଁ ପ୍ରତିଯୋଗିତା ଚାଲିଛି। ଭାରତ ପ୍ରକୃତରେ ଏହା କରିବାକୁ ଏକ ଦୃଢ ସ୍ଥିତିରେ ଅଛି’।


Enter your email to get our daily news in your inbox.

All Right Reserved By Dharitri.Com

‘ଆଉ ବ୍ଲେମ ଗେମ୍‌ ନୁହେଁ…’: ଆମେରିକାର ଆକ୍ରମଣ ପରେ ରାଗିଲାଣି ଇରାନ, କହିଛି ‘ଆମେରିକାର ବିଫଳ ରାଷ୍ଟ୍ରପତି…’

ତେହରାନ,୨୭।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ପରେ, ଆମେରିକା ଅନେକ ଇରାନୀ…

IND vs IRE 1st T20I: ଭାରତ ପରାଜୟର ୩ ପ୍ରମୁଖ କାରଣ: ଆୟର୍ଲାଣ୍ଡ ବିପକ୍ଷରେ କାହିଁକି ହାରିଲା ଭାରତ? ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଇତିହାସରେ ଜୁନ ୨୬ (ଶୁକ୍ରବାର) ଏକ କଳା ଦିନ ଭାବରେ ଲିପିବଦ୍ଧ ହୋଇପାରେ। ଏହି ଦିନ, ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ…

ମୌସୁମୀ ବର୍ଷାରେ ବିଳମ୍ବ, ଚାଷୀ ହତାଶ: ଜଳସେଚନ ସୁବିଧା ନାହିଁ

ନୂଆପଡ଼ା,୨୭ା୬ (ମକାରୁ ବେମାଲ):ନୂଆପଡା ଏକ କୃଷିପ୍ରଧାନ ଜିଲା। ଜିଲାର ୯୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ଜଳସେଚିତ ଅଞ୍ଚଳକୁ ବାଦଦେଲେ ଅଣଜଳସେଚିତ ଅଞ୍ଚଳରେ ଚାଷୀ…

ମହାନଦୀ ଶୁଖିଲା, ସଙ୍କଟରେ ଜୀବନ ଜୀବିକା: ବର୍ଷାକୁ ଚାହିଁ ବସିଛନ୍ତି ଚାଷୀ

ଅମରପାଲି,୨୭ା୬(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲାର ଜୀବନରେଖା ଭାବେ ପରିଚିତ ମହାନଦୀ ଏବେ ଅନେକ ସ୍ଥାନରେ ଶୁଖିଲା ପଡ଼ିଥିବା ଦେଖାଯାଉଛି। ବିଶେଷକରି ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର ନଦୀକୂଳିଆ ଗ୍ରାମଗୁଡ଼ିକର…

‘ହିଂସାର ମୁକାବିଲା ସମାନ ଭାଷାରେ ଦିଆଯିବ’ – ଇରାନକୁ କଡ଼ା ଚେତାବନୀ ଦେଲେ ଆମେରିକାର ଉପରାଷ୍ଟ୍ରପତି

ଓ୍ବାଶିଂଟନ,୨୭।୬: ହର୍ମୁଜ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଉତ୍ତେଜନା ଦେଖାଦେଇଛି, ଯାହା ଦୁଇ ଦେଶ ମଧ୍ୟରେ…

ସରିବାକୁ ଯାଉଛି ଧାନ କିଣାବିକା ଅବଧି: ମଣ୍ଡିରେ ପଡିଛି ୪ଲକ୍ଷ ୩୮ହଜାର ବସ୍ତାଧାନ

ପଦ୍ମପୁର, ୨୭।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଗତ ଖରିଫ ଭଳି ଚଳିତବର୍ଷ ରବିରେ ମଧ୍ୟ ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀ ବିଭିନ୍ନ ସମସ୍ୟାର…

ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା,…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri