ପୂର୍ବତନ କଲେଜ ଅଧ୍ୟକ୍ଷ ଗିରଫ

ଢେଙ୍କାନାଳ ଅଫିସ, ୧୨।୩: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା ବୀରାଶାଳା ଆଞ୍ଚଳିକ ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଅଟଳ ବିହାରୀ ବାରିକ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଜାଲ ପ୍ରମାଣପତ୍ର ଦେଇ ଅଧ୍ୟକ୍ଷ ପଦବୀ ହାତେଇବା ଏବଂ ଶିକ୍ଷାନୁଷ୍ଠାନର ୪ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୫ବର୍ଷ ହେଲା ସେ ପୋଲିସ ଆଖିରେ ଧୂଳିଦେଇ ଫେରାର ଥିଲେ। ଯାଜପୁର ଜିଲା ସୁକିନ୍ଦା ଥାନା ବରଡ଼ିସ୍ଥିତ ନିଜସ୍ବ ଘରେ ଆତ୍ମଗୋପନ କରି ରହିଥିବା ସୂଚନା ପାଇ ଶନିବାର ଏକ ପୋଲିସ ଟିମ୍‌ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ବୀରାଶାଳା ଆଞ୍ଚଳିକ ଡିଗ୍ରୀ କଲେଜରେ ୨୦୦୮ରୁ ୨୦୧୮ ଯାଏ ଅଧ୍ୟକ୍ଷ ପଦବୀରେ ରହିଥିଲେ ଅଟଳବିହାରୀ। ସେ ଛତିଶଗଡ଼ର ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର (ପିଜି) ପାସ୍‌ କରିଥିବା କହି ଜାଲ ପ୍ରମାଣପତ୍ର ଦାଖଲ କରି କଲେଜ ଅଧ୍ୟକ୍ଷ ପଦବୀକୁ କରାୟତ୍ତ କରିଥିଲେ। କେବଳ ଏତିକି ନୁହେଁ, ଶିକ୍ଷାନୁଷ୍ଠାନର ଉନ୍ନୟନ ବାବଦ ବହୁ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ତାଙ୍କ ସହକର୍ମୀ ଏବଂ ଛାତ୍ରୀଛାତ୍ର କାମାକ୍ଷାନଗର ଉପଖଣ୍ଡ ଦାୟିତ୍ୱରେ ଥିବା ସେତେବେଳର ଉପଜିଲାପାଳ କଳ୍ପତରୁ ବେହେରାଙ୍କ ନିକଟରେ ଅଭିଯୋଗ କରିଥିଲେ। ତତ୍କାଳୀନ ଜିଲାପାଳ ବେହେରା ସୂଚନା ଅଧିକାର ଆଇନ ବଳରେ ଏ ସଂକ୍ରାନ୍ତ ତଥ୍ୟ ଲୋଡ଼ିଥିବା ବେଳେ ହସ୍ତଗତ ହୋଇଥିବା ସୂଚନାରୁ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହୋଇଥିଲା। ଏହାପରେ ଅଟଳବିହାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଙ୍କଡ଼ାହାଡ଼ ଥାନାରେ ଏକ ମାମଲା (ନଂ ୫୧/୧୮) ରୁଜୁ କରାଯାଇଥିଲା। ଏହାପରେ ଦୀର୍ଘ ୫ବର୍ଷ ହେଲା ଅଭିଯୁକ୍ତ ଫେରାର ଥିଲେ। ପୋଲିସ ତାଙ୍କୁ ଧରିବା ଲାଗି ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳୁ ନ ଥିଲା। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ଏସ୍‌ଡିପିଓ ରଞ୍ଜନ କୁମାର ଦେଙ୍କ ନେତୃତ୍ୱରେ ଥାନାଧିକାରୀ ନିର୍ମଳା ଗୋଚ୍ଛାୟତ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଶନିବାର ତାଙ୍କୁ ବରଡ଼ିସ୍ଥିତ ବାସଭବନରୁ ଗିରଫ କରିଥିଲେ। ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଗୋଚ୍ଛାୟତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି।...

ଲାଗିଲା ପୋଷ୍ଟର: କରୋନା ସଂକ୍ରମଣର ବାହକ ନ ହେବାକୁ ମାଓବାଦୀଙ୍କୁ ଆହ୍ବାନ

କୋକସରା, ୩୧।୩,(ଡି.ଏନ.ଏ.): କଳାହାଣ୍ଡି ଓ ନବରଙ୍ଗପୁର ଜଲା ସୀମାନ୍ତ ଆମପାଣି ଘାଟି ବିରିମୁହାଣ ଛକ ସମେତ ଆନ୍ଦିଝରନ, ଝୁଲେନବର, କୁଟ୍ରୁଠାରେ ମାଓବାଦୀଙ୍କ ଉଦ୍ଦେଶ୍ୟରେ ଫୋଷ୍ଟର ଲାଗିଛି।...

ଚିକିତ୍ସା ନ ପାଇ ରୋଗୀ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ୍‌, ୨।୮: ଅସୁସ୍ଥ ହୋଇ ଶୁକ୍ରବାର ରାତିରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ...

ଫାଟିଲାଣି ଜୀରା ନଦୀ ବ୍ରିଜ୍‌

ଭେଡ଼େନ,୨୧।୪ (ଡ଼ି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ଧୁବେନପାଲି ଓ ଜାଣ୍ଡୋଲ ମଝିରେ ଜୀରା ନଦୀରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ...

ଖୋଲିଲା ଧାର୍ମିକସ୍ଥଳ: ନୀତିକାନ୍ତୀ ସମ୍ପନ୍ନ ପରେ ଦର୍ଶନ କଲେ ଭକ୍ତ

ସୋନପୁର,୮।୧: ୯ ମାସର ବ୍ୟବଧାନ ପରେ ସୁବର୍ଣ୍ଣପୁର ଜିଲାର ଧାର୍ମିକସ୍ଥଳଗୁଡିକ ଜନସାଧାରଣଙ୍କ ଦର୍ଶନ ଓ ଉପାସନା ପାଇଁ ଶୁକ୍ରବାର ଖୋଲିଛି। ଜିଲାର ଇଷ୍ଟଦେବୀ ସୁରେଶ୍ୱରୀଙ୍କ ସମେତ...

ନିମ୍ନମାନର ରାସ୍ତା କାମ ବନ୍ଦ କଲେ ଗ୍ରାମବାସୀ

କୋକସରା, ୨୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ପୂର୍ତ୍ତ ବିଭାଗ ଅଧୀନ ସାନପୋଡ଼ାଗୁଡାଠାରୁ ଗୋତମୁଣ୍ଡା ରାସ୍ତାର ଏବେ ଦୋହରୀକରଣ ଚାଲିଛି। ଏଥିଲାଗି ସୂଚନା ଫଳକ ଲଗା...

ଇକୋ ପାର୍କ ଖୋଲିବାକୁ ଅପେକ୍ଷା

ଜି.ଉଦୟଗିରି,୨ା୧(ଡି.ଏନ୍‌.ଏ.):ଜି.ଉଦୟଗିରି ସହରରେ ଚଳିତ ବର୍ଷ ଶୀତ ଲୁଚକାଳି ଖେଳିବା ପରି ମନେହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଶନିବାର ୭.୪ ଡିଗ୍ରୀ...

ଏକ୍ସ-ରେ ମେଶିନ ଅଚଳ, ରୋଗୀ ହନ୍ତସନ୍ତ

ଫୁଲବାଣୀ ଅଫିସ, ୬ା୮: ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସ-ରେ ମେଶିନ ଦୁଇ ଦିନ ହେବ ଅଚଳ ହୋଇପଡିଛି । ଫଳରେ ରୋଗୀ ନାହିଁ ନ...

Advertisement
Archives

Model This Week