ନାବାଳିକା ବଳାତ୍କାର ମାମଲାରେ ଫସିଲେ ପୂର୍ବତନ କ୍ରିକେଟର, ବଢ଼ିଲା ରିମାଣ୍ଡ ଅବଧି

କାଠମାଣ୍ଡୁ,୧୩ା୧୦: ନାବାଳିକା ବଳାତ୍କାର ମାମଲାରେ ନେପାଳ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଛାନେ ଫସିଛନ୍ତି।

ସନ୍ଦୀପଙ୍କ ପୋଲିସ ହେପାଜତକୁ ଆହୁରି ବୃଦ୍ଧି କରାଯାଇଛି। ତାଙ୍କ ଓକିଲ କହିଛନ୍ତି, ତାଙ୍କ ରିମାଣ୍ଡକୁ ଆଉ ୫ ଦିନ ବୃଦ୍ଧି କରାଯାଇଛି।

ଉଲ୍ଲେଖନୀୟ କଥା ହେଉଛି, ନାବାଳିକାଙ୍କୁ ବଳାତ୍କାର ଘଟଣାରେ ସନ୍ଦୀପ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅକ୍ଟୋବର ୬ରେ ଗିରଫ ହୋଇଥିଲେ। ଗିରଫ ପରେ ପୋଲିସ ତାଙ୍କୁ ସୋମବାର କୋର୍ଟରେ ହାଜର କରିଥିଲା। କାଠମାଣ୍ଡୁର ଜିଲା କୋର୍ଟ ପରେ ସନ୍ଦୀପଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଥିଲେ। ଏବେ ତାଙ୍କର ରିମାଣ୍ଡରେ ଆଉ ୫ ଦିନ ବୃଦ୍ଧି କରାଯାଇଛି।

ସନ୍ଦୀପ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଯେତେବେଳେ ସନ୍ଦୀପ କେନିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟରେ ଭାଗ ନେଇଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। କେନିଆ ଗସ୍ତର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଥିବା ଜଣାଯାଇଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସନ୍ଦୀପ ତାଙ୍କୁ ଅଗଷ୍ଟ ୨୧ରେ ଏକ ହୋଟେଲରେ ବଳାତ୍କାର କରିଥିଲେ।

ନେପାଳ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ଲାମିଚାନେ ଜଣେ ଲେଗ୍‌ ସ୍ପିନ ବୋଲର। ସେ ସଚିନ ତେନ୍ଦୁଲକର ଏବଂ ସଚିନ ଓ୍ବାର୍ନଙ୍କୁ ତାଙ୍କ ଆଦର୍ଶ ବୋଲି ମାନିଥାନ୍ତି। ସେ ହେଉଛନ୍ତି ଏକମାତ୍ର ନେପାଳ କ୍ରିକେଟର ଯିଏକି ଆଇପିଏଲ ଖେଳିଛନ୍ତି। ସେ ୨୦୧୮ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଓଡିଆଇ ଡେବ୍ୟୁ କରିଥିଲେ। ସେହିପରି ଜୁଲାଇ ୨୦୨୨ରେ ସ୍କଟଲାଣ୍ଡ ବିପକ୍ଷରେ ତାଙ୍କର ଶେଷ ଓଡିଆଇ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଶପଥ ନେଲେ ପୁଟିନ୍‌

ମସ୍କୋ, ୧୩ା୪: କିଛି ଦିନ ହେଲା ନୀରବ ରହିଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମଙ୍ଗଳବାର ୟୁକ୍ରେନ୍‌ ବିଜୟର ଶପଥ ନେଇଛନ୍ତି। ୟୁକ୍ରେନ୍‌ରେ ରୁଷିଆ ଯୁଦ୍ଧର...

ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌: ଶୁଟ୍‌ ଆଉଟରେ ଜିତିଲା ଭାରତ

ଭୁବନେଶ୍ୱର, ୨୦।୧(କ୍ରୀଡ଼ା ପ୍ରତିନିଧି)- ନିର୍ଦ୍ଧାରିତ ସମୟ ଖେଳ ୩-୩ରେ ସମାନ ରହିଲା। ଫଳାଫଳ ନିର୍ଣ୍ଣୟ ପାଇଁ ଶୁଟ୍‌ ଆଉଟର ସହାୟତା ନିଆଗଲା। ଏହି ପର୍ଯ୍ୟାୟରେ ଚାପର...

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର...

ଲକ୍ଷ୍ନୌରେ ‘କର ବା ମର’ ମୁକାବିଲା ଖେଳିବ ଭାରତ

ନୂଆଦିଲ୍ଲୀ,୨୮।୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।...

ପିପିିଇ କିଟ୍‌ ଖୋଲିବା ପରେ ବାହାରୁଛି ଲିଟର ପରିମାଣର ଝାଳ: ଭିଡିଓ ଭାଇରଲ

ବେଜିଂ,୧୩।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ଶିକାର ପାଲଟି ଗଲେଣି।...

ଫଳ ଝୁଲାଇଲା ଝୁଲା ରାଜ୍ୟ

ଓ୍ବାଶିଂଟନ,୫ା୧୧(ପି.ଟି./ଆଇଏଏନ୍‌ଏସ୍‌): ଆମେରିକାରେ ଭୋଟ ଗଣତି ଜାରି ରହିଥିବାରୁ ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ କିଏ ବିଜୟୀ ହେବେ ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। ତେବେ ଉଭୟ ରିପବ୍ଲିକାନ୍‌...

ନିର୍ବାଚନ ଲଢ଼ିବେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌, ୩୧ା୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ୍‌ ୨୦୨୪ ନିର୍ବାଚନ ଲଢ଼ିପାରନ୍ତି ବୋଲି କହିଛନ୍ତି। ସେ କ୍ଷମତାକୁ ଆସିଲେ ୨୦୨୧ ଜାନୁୟାରୀ ୬ରେ ହୋଇଥିବା...

ବହୁ କଷ୍ଟରେ ଜିତିଲା ପାକିସ୍ତାନ

ଢାକା,୧୯।୧୧: ସ୍ଥାନୀୟ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଟି୨୦ ମ୍ୟାଚରେ ପାକିସ୍ତାନ ୪ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା...

Advertisement
Archives

Model This Week