ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀଦଣ୍ଡ

ବେଜିଂ, ୬ା୧: ଚାଇନାର ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଲାଇ ଜିଆଓମିନ୍‌ଙ୍କୁ ତିଆନଜିନ୍‌ସ୍ଥିତ ଏକ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଲାଇଙ୍କ ନାମରେ ୨୬୦ ଡଲାର ମିଲିୟନ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ରହିଥିଲା। କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ସଦସ୍ୟ ଲାଇ ଷ୍ଟେଟ ବ୍ରଡକାଷ୍ଟର ଚାଇନା ସେଣ୍ଟ୍ରାଲ ଟେଲିଭିଜନ (ସିସିଟିଭି) ସମ୍ମୁଖରେ ନିଜ ଦୋଷ ମାନିଥିଲେ। ଏହି ଦୃଶ୍ୟ ଟେଲିଭିଜନରେ ପ୍ରସାରଣ କରାଯାଇଥିଲା। ନିଜ ପଦବୀର ଦୁରୁପଯୋଗ କରି ସେ ବିପୁଳ ପରିମାଣର ଅର୍ଥ, ସୌଖୀନ କାର୍‌, ସୁନା ଇଟା ଆଦି ଲାଞ୍ଚ ନେବା ସହ ବ୍ୟାପକ ମାତ୍ରାରେ ଦୁର୍ନୀତିରେ ସାମିଲ ଥିଲେ ବୋଲି କୋର୍ଟ କହିଛନ୍ତି। ତେବେ ଉକ୍ତ ଟଙ୍କାକୁ ସେ ଆଦୌ ଖର୍ଚ୍ଚ କରି ନ ଥିବା ଲାଇ କହିଥିଲେ। ହଂକଂ ତାଲିକାଭୁକ୍ତ ଚାଇନା ହୁଆରଙ୍ଗ ଆସେଟ ମ୍ୟାନେଜମେଣ୍ଟ କୋ. ପୂର୍ବତନ ଚେୟାରମ୍ୟାନ୍‌ ଲାଇ ବିବାହିତ ସତ୍ତ୍ୱେ ବେଆଇନ ଭାବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା ଏବଂ ତାଙ୍କ ଔରସରୁ ସନ୍ତାନ ଜନ୍ମ ନେବା ଘଟଣାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ

ବେଜିଂ,୧୮।୮: ରୁଷିଆ ପରେ ଚାଇନା କରୋନା ଭାଇରସ ପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାସହ ସେ ଏହି ଭ୍ୟାକ୍ସିନକୁ ଟ୍ରାଏଲ ମଧ୍ୟ...

ପୋଲିଓ କବଳରୁ ଏବେବି ମୁକ୍ତ ହୋଇନାହିଁ ପାକିସ୍ତାନ

ଇସ୍‌ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ...

ବିଶ୍ୱର ଏପରି ୫ଟି ସ୍ଥାନ, ଯେଉଁଠି ହୁଏନି ରାତି

ବିଶ୍ୱରେ ଅନେକ ଅଦ୍ଭୁତ ସ୍ଥାନ ରହିଛି, ଯାହାକୁ ବିଶ୍ୱାସ କରି ପାରିବା କଷ୍ଟକର ହୁଏ। କିନ୍ତୁ ସତ୍ୟ କଣ ଜାଣିବା ପରେ ଆଶ୍ଚର୍ଯ୍ୟ ମଧ୍ୟ ଲାଗେ।...

ନଓ୍ବାଜ ଶରିଫ ରହୁଥିବା ଜେଲ୍‌ରେ ରହିବେ ହାଫିଜ୍‌

ଇସ୍‌ଲାମାବାଦ,୧୮।୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ସଂସ୍ଥାପକ ହାଫିଜ ସୟିଦଙ୍କୁ ବୁଧବାର ପଞ୍ଜାବ ଅଞ୍ଚଳରୁ ଗିରଫ କରାଯାଇଛି। ପାକିସ୍ତାନର...

ଶାନ୍ତି ଦୂତଙ୍କ ସହ ତାଲିବାନର ଆଲୋଚନା

କାବୁଲ,୧୮।୮ : ଆଫଗାନିସ୍ତାନର ନିର୍ବାଚିତ ସରକାରଙ୍କୁ ତଡ଼ିବା ପରେ ତାଲିବାନ ଏବେ ସରକାର ଗଢ଼ିବା ଦିଗରେ ଆଗେଇଛି। ଏଥିଲାଗି ପୂର୍ବତନ ରାଷ୍ଟ୍ରପତି ହାମିଦ କାର୍ଜାଇଙ୍କୁ ଭେଟିଛନ୍ତି...

ଟ୍ରମ୍ପଙ୍କ ଶୋଚନୀୟ ପରାଜୟ ଘଟିବ

ଓ୍ବାଶିଂଟନ,୨୩ା୫: ଅଣାୟତ୍ତ କରୋନା ସଙ୍କଟ ଏବଂ ଅର୍ଥନୈତକ ଅବନତି ଯୋଗୁ ଆସନ୍ତା ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଐତିହାସିକ ପରାଜୟ...

ପୁଣି ମାଡ଼ି ଆସୁଛି ବିପଦ, ଆରମ୍ଭ ହେଲାଣି ଚତୁର୍ଥ ଲହର…

ଜେନେଭା,୩୧।୭: କରୋନା ମହାମାରୀର ଦ୍ୱିତୀୟ ଲହର ପୃଥିବୀର କେତେକ ଦେଶରେ ଥମି ନ ଥିବାବେଳେ କିଛି ଦେଶରେ ତୃତୀୟ ଲହର ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ...

ଆମେରିକାରେ କମିଛନ୍ତି ବିଦେଶୀ ବିଦ୍ୟାର୍ଥୀ

ଓ୍ବାଶିଂଟନ୍‌, ୨୧ା୩: ଆମେରିକାରେ ୨୦୨୦ରେ ଅଧ୍ୟୟନ କରୁଥିବା ବାହାର ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୦୧୯ଠାରୁ କମ୍‌ ରହିଛି। ଗତ ବର୍ଷ ସେଠାରେ ପଢ଼ୁଥିବା ବିଦେଶୀ ପିଲାଙ୍କ...

Advertisement
Archives

Model This Week