Posted inଖେଳ

ଏହି କ୍ରିକେଟରଙ୍କୁ ବ୍ରେନ୍‌ ଟ୍ୟୁମର, କରୋନା ଆକ୍ରାନ୍ତ ଜଣାପଡିବା ପରେ ମେଡିକାଲରେ ଭର୍ତ୍ତି

ଢାକା,୧୦।୮: ପୂର୍ବତନ ବାମହାତୀ ବାଂଲାଦେଶୀ ସ୍ପିନର ମୁଶରଫ ହୁସେନ କରୋନା ସଂକ୍ରମିତ ହୋଇଛନ୍ତି। ମୁଶରଫଙ୍କ ପିତା କରୋନା ଆକ୍ରାନ୍ତ ହୋଇଥିବାରୁ ସଂସ୍ପର୍ଶରେ ଆସି ତାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏବେ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି। କରୋନାରୁ ମୁକ୍ତି ପାଇବା ପରେ ସେ ଚଳିତ ବର୍ଷ ଘରୋଇ ସର୍କିଟକୁ ଫେରିବେ ବୋଲି ହୁସେନ ଆଶା କରିଛନ୍ତି। ବାଂଲାଦେଶର ପୂର୍ବତନ ଅଧିନାୟକ ମୁଶରଫି ମୋର୍ତେଜା ଏବଂ ଅନ୍ୟ ଦୁଇ ବାଂଲାଦେଶୀ କ୍ରିକେଟର ନଜମୁଲ ଇସଲାମ ଏବଂ ନାଫି ଇକବାଲଙ୍କୁ ଜୁନ ମାସରେ କରୋନା ଭାଇରସ ପଜିଟିଭ ଥିବା ଜଣାପଡିଥିଲା। ଗତ ବର୍ଷ ହୁସେନଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଥିବା ଜଣାପଡିଥିଲା। ପରେ ତାଙ୍କର ସର୍ଜରୀ ମଧ୍ୟ କରାଯାଇଥିଲା।

୩୮ ବର୍ଷୀୟ ମୁଶରଫ ୨୦୦୮ ରୁ ୨୦୧୬ ପର୍ଯ୍ୟନ୍ତ ବାଂଲାଦେଶ ପାଇଁ ଖେଳାଯାଇଥିବା ୫ଟି ଏକଦିବସୀୟ ମ୍ୟାଚ୍‌ ଖେଲି ୪ଟି ଉଇକେଟ ନେଇଥିଲେ। ଏଥି ସହିତ ସେ ୧୧୨ ପ୍ରଥମ ଶ୍ରେଣୀ ମ୍ୟାଚରେ ୩ ହଜାର ୩୦୫ ରନ ସଂଗ୍ରହ କରିଥିବାବେଳେ ୩୯୨ ଉଇକେଟ ନେଇଥିଲେ। ମୁଶରଫ ୧୦୪ ତାଲିକା ଏ ମ୍ୟାଚ ଖେଳି ୧୭୯୨ ରନ ସ୍କୋର କରି ୧୨୦ଟି ଉଇକେଟ ନେଇଛନ୍ତି। ୫୬ଟି ଟି -୨୦ ମ୍ୟାଚରେ ସେ ୬୨ ରନ ସଂଗ୍ରହ କରି ୬୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ପରିବାରର ୧୬ ବଖରା ପୋଡି ପାଉଁଶ, ଗୋରୁ-ଛେଳି ଜୀବନ୍ତ ଦଗ୍ଧ

ତିହିଡି଼,୫୧(ସଞ୍ଜିତ ବଳ):ତିହିଡି଼ ତହସିଲ ପୀରହାଟ ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଛତ୍ରପଦା ଗ୍ରାମର ପଣ୍ଡିତସାହିରେ ରବିବାର ବିଳମ୍ବିତ ରାତିରେ ଭୟବହ ଅଗ୍ନିକାଣ୍ଡ ଘଟିଛି l ଏଥିରେ...

ଭାଜପାଠାରୁ କାହିଁକି ଅଲଗା ହେଲେ ଅଜିତ ପାଓ୍ବାର? ନିଜେ କହିଲେ ଏହାର କାରଣ

ମୁମ୍ବାଇ,୫।୧: ମୁମ୍ବାଇ ନଗର ନିଗମ ନିର୍ବାଚନ (BMC ନିର୍ବାଚନ ୨୦୨୬) ପୂର୍ବରୁ, ମହାରାଷ୍ଟ୍ରର ସମସ୍ତ ରାଜନୈତିକ ନେତାମାନେ ସେମାନଙ୍କ ଦଳ ପାଇଁ ବିଜୟ ସୁନିଶ୍ଚିତ କରିବା...

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri