Posted inଖେଳ

ଏହି କ୍ରିକେଟରଙ୍କୁ ବ୍ରେନ୍‌ ଟ୍ୟୁମର, କରୋନା ଆକ୍ରାନ୍ତ ଜଣାପଡିବା ପରେ ମେଡିକାଲରେ ଭର୍ତ୍ତି

ଢାକା,୧୦।୮: ପୂର୍ବତନ ବାମହାତୀ ବାଂଲାଦେଶୀ ସ୍ପିନର ମୁଶରଫ ହୁସେନ କରୋନା ସଂକ୍ରମିତ ହୋଇଛନ୍ତି। ମୁଶରଫଙ୍କ ପିତା କରୋନା ଆକ୍ରାନ୍ତ ହୋଇଥିବାରୁ ସଂସ୍ପର୍ଶରେ ଆସି ତାଙ୍କୁ କରୋନା ହୋଇଥିବା ଜଣାପଡିଛି। ଏବେ ତାଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି। କରୋନାରୁ ମୁକ୍ତି ପାଇବା ପରେ ସେ ଚଳିତ ବର୍ଷ ଘରୋଇ ସର୍କିଟକୁ ଫେରିବେ ବୋଲି ହୁସେନ ଆଶା କରିଛନ୍ତି। ବାଂଲାଦେଶର ପୂର୍ବତନ ଅଧିନାୟକ ମୁଶରଫି ମୋର୍ତେଜା ଏବଂ ଅନ୍ୟ ଦୁଇ ବାଂଲାଦେଶୀ କ୍ରିକେଟର ନଜମୁଲ ଇସଲାମ ଏବଂ ନାଫି ଇକବାଲଙ୍କୁ ଜୁନ ମାସରେ କରୋନା ଭାଇରସ ପଜିଟିଭ ଥିବା ଜଣାପଡିଥିଲା। ଗତ ବର୍ଷ ହୁସେନଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଥିବା ଜଣାପଡିଥିଲା। ପରେ ତାଙ୍କର ସର୍ଜରୀ ମଧ୍ୟ କରାଯାଇଥିଲା।

୩୮ ବର୍ଷୀୟ ମୁଶରଫ ୨୦୦୮ ରୁ ୨୦୧୬ ପର୍ଯ୍ୟନ୍ତ ବାଂଲାଦେଶ ପାଇଁ ଖେଳାଯାଇଥିବା ୫ଟି ଏକଦିବସୀୟ ମ୍ୟାଚ୍‌ ଖେଲି ୪ଟି ଉଇକେଟ ନେଇଥିଲେ। ଏଥି ସହିତ ସେ ୧୧୨ ପ୍ରଥମ ଶ୍ରେଣୀ ମ୍ୟାଚରେ ୩ ହଜାର ୩୦୫ ରନ ସଂଗ୍ରହ କରିଥିବାବେଳେ ୩୯୨ ଉଇକେଟ ନେଇଥିଲେ। ମୁଶରଫ ୧୦୪ ତାଲିକା ଏ ମ୍ୟାଚ ଖେଳି ୧୭୯୨ ରନ ସ୍କୋର କରି ୧୨୦ଟି ଉଇକେଟ ନେଇଛନ୍ତି। ୫୬ଟି ଟି -୨୦ ମ୍ୟାଚରେ ସେ ୬୨ ରନ ସଂଗ୍ରହ କରି ୬୦ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇ, ପୁଣି ଜଣେ ଅଭିଯୁକ୍ତ ଗିରଫ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପୋଲିସ ସାଇବର ଠକେଇ ପାଇଁ ଚାଲିଥିବା ଅପରେଶନ କବଚକୁ ଜୋରଦାର କରିଛି। ବୁଧବାର ଜିଲା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରଥିଲା। ଗୁରୁବାର…

୫ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍‌ ଶାହା: ରାଜନୀତିରେ ବଢୁଛି ଚର୍ଚ୍ଚା

ଭୁବନେଶ୍ୱର, ୨୭ା୨(ସୁନିତ୍‌ ମିଶ୍ର):ଆସନ୍ତା ୫ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜିଠାରୁ କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ

ଭୁବନେଶ୍ୱର,୨୭।୨(ସୁଚିସ୍ମିତା ସାହୁ): ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା…

ରାଜ୍ୟ ସଭା ନିର୍ବାଚନ: ନାମାଙ୍କନ ଭରିଲେ ହାଇଦ୍ରାବାଦର ସାୟାନା

ଭୁବନେଶ୍ୱର,୨୭।୨(ସୁନିତ୍‌ ମିଶ୍ର):ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଗୁରୁବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ…

ମ୍ୟୁଚୁଆଲ୍‌ ଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ: ଏବେ ୪୦ କ୍ୟାଟେଗୋରିରେ ହେବ ନିବେଶ, ‘ଇକ୍ୱୁଟି ଫଣ୍ଡ’ ଟଙ୍କାରେ…

ନୂଆଦିଲ୍ଲୀ,୨୬।୨: ଭାରତୀୟ ପୁଞ୍ଜି ବଜାର ନିୟନ୍ତ୍ରକ ସେବି (SEBI) ମ୍ୟୁଚୁଆଲ ଫଣ୍ଡ ହାଉସ୍‌ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ବାଧୀନତା ପ୍ରଦାନ କରିଛନ୍ତି। ନିବେଶକଙ୍କ ବିପଦ (Risk) କମାଇବା…

ସମ୍ବଲପୁର କପ୍‌ ଫୁଟବଲ: ସମଲେଶ୍ୱରୀ ସ୍ପୋର୍ଟିଂକୁ ହରାଇ ଫାଇନାଲରେ କେରଳ

ସମ୍ବଲପୁର,୨୬ା୨(ବି.ଶଙ୍କର): ସମଲେଶ୍ୱରୀ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ କେରଳ ଷ୍ଟେଟ୍‌ ଇଲେଷ୍ଟ୍ରିସିଟି ବୋର୍ଡ ବିଜୟୀ…

ଏଚ୍‌ପିଭି ଟିକାକରଣର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୨୬ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୮ ତାରିଖ ଦେଶବ୍ୟାପୀ ହ୍ୟୁମ୍ୟାନ୍‌ ପାଭିଲୋମାଭାଇରସ୍‌ (ଏଚ୍‌ପିଭି) ଟିକାକରଣ ଅଭିଯାନ ରାଜସ୍ଥାନର ଆଜମେରରୁ ଶୁଭାରମ୍ଭ କରିବେ। ୧୪ ବର୍ଷ ବୟସର…

ପ୍ରଥମ ଥର ପାଇଁ ଏଭଳି କାରନାମା  କଲେ ଅଭିଷେକ ଶର୍ମା, ହତବାକ୍‌ ହୋଇଗଲା ଜିମ୍ବାଓ୍ବେ! 

ଚେନ୍ନାଇ,୨୬।୨: ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଖରାପ ଫର୍ମ ଦେଇ ଗତି କରୁଥିବା ଅଭିଷେକ ଶର୍ମା ଶେଷରେ ଜିମ୍ବାୱେ ବିପକ୍ଷରେ ନିଜର ରୌଦ୍ର ରୂପ ଦେଖାଇଛନ୍ତି। ସିକନ୍ଦର ରଜାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri