ଫଳକରେ ବିପଦସଙ୍କୁଳ ଲେଖି ଭୁଲିଗଲେ

ନୟାଗଡ଼ ଅଫିସ,୧।୫: ଆବଶ୍ୟକ ସ୍ଥାନରେ ସେତୁ ନିର୍ମାଣ ନ କରିବା ଓ ବିପଦସଙ୍କୁଳ ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ କରିବାକୁ ସରକାର ଭୁଲି ଯାଇଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏନେଇ ପୂର୍ତ୍ତ ବିଭାଗ ସଚିବ, ନୟାଗଡ଼ ଜିଲାପାଳ, ଓଡ଼ିଶା ସେତୁ ନିର୍ମାଣ ବିଭାଗ, ନୟାଗଡ଼ ପୂର୍ତ୍ତ ବିଭାଜନ ନିର୍ବାହୀ ଯନ୍ତ୍ରୀ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ଗାଁ , ରଣପୁର ଓ ଖଣ୍ଡପଡ଼ା ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ମୁରଲୀଧରନ୍‌ ଏବଂ ଜଷ୍ଟିସ ଜି. ଶତପଥୀଙ୍କ ଖଣ୍ଡପୀଠ ଉକ୍ତ ଅଭିଯୋଗକୁ ବିଚାରକୁ ନେଇ ଜୁଲାଇ ୧ ସୁଦ୍ଧା କ’ଣ ପଦକ୍ଷେପ ନିଆଯାଇଛି ଆବେଦନକାରୀଙ୍କୁ ଅବଗତ କରାଇବାକୁ ନୟାଗଡ଼ ଜିଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲର ସୂଚନା ଅନୁଯାୟୀ, ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ନଦୀ ପୋଲ ଭୁଶୁଡିବାର ଇତିମଧ୍ୟରେ ସାଢ଼େ ୧୬ ମାସ ବିତି ଯାଇଛି। ହେଲେ ନୂଆ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ପାରିନି ।
କିନ୍ତୁ ମଝିରେ ଟଙ୍କା ମଞ୍ଜୁର ହୋଇଛି ବୋଲି ସୋସିଆଲ ମିଡିଆରେ ବାହାବା ନିଆଯାଉଛି । ନୂଆ ସେତୁ ନିର୍ମାଣ କରାଯାଉ ନ ଥିବାରୁ ବର୍ଷାଋତୁରେ ଗୋଡିପଡା, ଡମସାହି, ପଞ୍ଚୁମୁ, ଡିମଶର ପରି ୫୦ରୁ ଊର୍ଦ୍ଧ୍ୱ ଗାଁ  ବିଚ୍ଛିନ୍ନ ହୋଇ ରହୁଛି ।
ଅନ୍ୟପକ୍ଷେ ନଦୀ ମଧ୍ୟସ୍ଥ ଅସ୍ଥାୟୀ ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଦୁଆଣ୍ଟ ପୋଲ ଦବିବା ପରେ ଏଠାକାର ଅଞ୍ଚଳର ଲୋକଙ୍କ ଦୁଃଖ ବଢ଼ିଛି । ପ୍ରାୟ ୩୮ ବର୍ଷ ତଳେ ତତ୍କାଳୀନ ରଣପୁର ବିଧାୟକ ରମାକାନ୍ତ ମିଶ୍ର ଦୁଆଣ୍ଟ ନଦୀର ପୋଲକୁ ଉଦ୍‌ଘାଟନ କରିଥିଲେ । ପୋଲଟି ବହୁ ବର୍ଷର ପୁରୁଣା ହୋଇଥିଲେ ହେଁ ଭଲ ଥିଲା ।
ବାଲି ବ୍ୟବସାୟୀମାନେ ନଦୀ ଶର୍ଯ୍ୟାକୁ ଖୋଳି ବାଲି ନେଇ ଯିବା ପରେ ବନ୍ୟାଜଳ ପୋଲର ର଼୍ୟାଫ୍ଟ ଫାଉଣ୍ଡେଶନର ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଗାତରେ ଜମି ରହିଥିଲା । ର଼୍ୟାଫ୍ଟ ଫାଉଣ୍ଡେଶନର ଗର୍ତ୍ତକୁ ମରାମତି ନେଇ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ ପୂର୍ତ୍ତ ବିଭାଗ ଅଣଦେଖା କରିଥିଲା । ଏଣୁ ୨୦୨୧ ଡିସେମ୍ବର୨୯ରେ ପୋଲଟି ଦବି ଯାତାୟତ ବନ୍ଦ ହୋଇଗଲା। ଯଦିଓ ପୋଲଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ନାହିଁ ତେବେ ଧିରେ ଧିରେ ଦବି ଚାଲିଛି । ପୂର୍ତ୍ତ ବିଭାଗ ପକ୍ଷରୁ ପୋଲକୁ ବିପଦ ସଙ୍କୁଳ ଘୋଷଣା କରାଯାଇ ନାମଫଳକ ଲଗାଯାଇ ରାସ୍ତା ବନ୍ଦ କରାଯାଇଛି । ତେବେ ବିପଦସଙ୍କୁଳ ସେତୁରେ ଯାତାୟତ ଚାଲିଛି ।
ସେହିପରି ରଣପୁର ବ୍ଲକ ରଣପୁର ରାଜସୁନାଖଳା ରାସ୍ତାର ସଡ଼କର ଚମ୍ପତିପୁର ନିକଟରେ ମନ୍ଦାକିନୀ ସେତୁ ପରିତ୍ୟକ୍ତ ହୋଇ ପଡି ରହିଛି । ୬ ବର୍ଷ ହେଲା ବିପଦସଙ୍କୁଳ ହୋଇ ପଡିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ‘ସେତୁ ବିପଦ ସଙ୍କୁଳ’ ବୋର୍ଡ ମାରି ଦାୟିତ୍ୱ ଶେଷ କରି ଦିଆଯାଇଛି ।
ବିପଦସଙ୍କୁଳ ପୋଲରେ ଯାନବାହାନ ଯାତାୟତ କରୁଛି । ବନ୍ଧମୁଣ୍ଡା ପଞ୍ଚାୟତର ରାଅଁାଳା ପୋଲଟିକୁ ମଧ୍ୟ ଅବହେଳା କରାଯାଇଥିବା ଅଭିଯୋଗ ରହିଛି । ତେବେ ଏହାର ସଂଯୋଗ ରାସ୍ତା ନିକଟରେ ଶେଷ ହୋଇଥିବା ଦେଖାଯାଇଛି । ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ କୁଆଁରିଆଁ ନଦୀ ଉପରେ ଥିବା ମଙ୍ଗରାଜପୁର ଗିରିଡିପଲ୍ଲୀ ପୋଲ ବହୁ ଦିନ ହେବ ନିର୍ମାଣ ଚାଲିଥିଲେ ମଧ୍ୟ କାମ ଶେଷ ହେଉନି । କାମ ଶୀଘ୍ର ଶେଷ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି । ନୂଆଗାଁ  ବ୍ଳକ ଜଗନ୍ନାଥପ୍ରସାଦ ସୋରଡା ରାସ୍ତାର ବେଲପା ନାଳ ଉପରେ ଆଦୌ ପୋଲ ନାହିଁ । ପୋଲଟିଏ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି ।
ଏନେଇ ଆବେଦନକାରୀ ଦିଲ୍ଲୀପ କୁମାର ସାମନ୍ତରାୟ କୁହନ୍ତି, ସରକାର ଓ ପ୍ରଶାସନ ଲୋକଙ୍କ ଅସୁବିଧାକୁ ଭୁଲି ଯାଉଛନ୍ତି । ସେତୁ ନିର୍ମାଣରେ କାହିଁକି କଚ୍ଛପ ଗତି ହେଉଛି, ଆବଶ୍ୟକ ସ୍ଥାନରେ କାହିଁକି ସେତୁ ନିର୍ମାଣ ହେଉନି ଓ ବିପଦସଙ୍କୁଳ ସେତୁକୁ ଭଙ୍ଗା ଯାଇ ନୂଆ ପୋଲ କାହିଁକି ତିଆରି ହେଉନି ସେନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସନ୍ତୋଷ ଜନକ ଉତ୍ତର ନ ମିଳିଲେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri