ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ବାର୍ଷିକ ଫଳାଫଳ

ନୂଆଦିଲ୍ଲୀ,୩୦।୪: ଆଇଡିଏଫସି ଫାଷ୍ଟ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ଉକ୍ତ ବୈଠକରେ ବ୍ୟାଙ୍କର ବାର୍ଷିକ ଫଳାଫଳ ସହ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ତ୍ରୈ ମାସିକ ଫଳାଫଳା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।
ଅପରପକ୍ଷରେ ୨୦୨୨-୨୩ ଆର୍ଥକ ବର୍ଷ ପାଇଁ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୨୪୩୭ କୋଟି ଟଙ୍କା ରହିଛି। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷରେ ବ୍ୟାଙ୍କର ମୋଟ ଲାଭ ୧୪୫ କୋଟି ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୨୪୩୭ କୋଟି ଅଧିକ ହୋଇଛି। ବିଶେଷ କରି ବ୍ୟାଙ୍କର କ୍ୟୁ୪ ଆର୍ଥିକ ବର୍ଷ ୨୨ ତୁଳନାରେ କ୍ୟୁ୪ ଆର୍ଥିକ ବର୍ଷ ୨୩ ପାଇଁ ଟିକସ ପରବର୍ତ୍ତୀ ଲାଭ ୮୦୩ କୋଟି ଥିଲା। ଯାହା ୧୩୪% ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ସେହିଭଳି ଗ୍ରାହକଙ୍କ ଜମା ୧,୩୬,୮୧୨ ଟଙ୍କା ଯାହା ୪୭% ପର୍ଯ୍ୟନ୍ତ ୱାଇଓଆଇ ବୃଦ୍ଧି ଘଟିଛି। ଏପରିକି ଋଣ ଓ ଅଗ୍ରୀମ ଥିଲା ୧୬୦୫୯୯ କୋଟି ଯାହା ୨୪% ପର୍ଯ୍ୟନ୍ତ ୱାଇଓଆଇ ସହ ଆସେଟ କ୍ଲାଲିଟିରେ ଉନ୍ନତି ହୋଇଛି। ଗ୍ରସ ଏନପିଏ ୨.୫୧% ଓ ନେଟ ୦.୮୬% ରହିଛି। ଆସେଟ କ୍ଲାଲିଟି ରିଟେଲ ଲୋନରେ ଉନ୍ନତି ଆସିଛି, ଗ୍ରସ ଏନପିଏ ୧.୬୫% ଓ ନେଟ ୦.୫୫% ହୋଇଛି। ବ୍ୟାଙ୍କର ଗ୍ରସ ଓ ଏନପିଏ ଇନଫ୍ରାଷ୍ଟ୍ରକଚର ଫାଇନାନସିଂ ବୁକକୁ ଛାଡି ରନଡାଉନ ମୋଡରେ ୧.୮୪% ଓ ୦.୪% ରହିଛି। ସେହିପରି ଆର୍ଥିକ ବର୍ଷ ୨୨ର ୧୪୫ କୋଟି ତୁଳନାରେ ନେଟ ଲାଭ ୨୪୩୭ କୋଟି ଟଙ୍କା ଓ ତ୍ରୈମାସିକ ନେଟ ଲାଭ କ୍ୟୁ୪ ଆର୍ଥିକ ବର୍ଷ ୨୨ ଠାରୁ ୧୩୪% ୱାଇଓୱାଇ ଅଧିକ ରହିଛି। ଏହା କ୍ୟୁ୪ ଆର୍ଥିକ ବର୍ଷ ୨୩ରେ ୮୦୩ କୋଟି ରହିଛି। ଏହା ଦୃଢ ପରିଚାଳନାରୁ ସମ୍ଭବ ହୋଇପାରିଛି। କ୍ୟୁ୪ ଆର୍ଥିକ ବର୍ଷ ୨୩ରେ ବ୍ୟାଙ୍କର ବାଣିଜ୍ୟ ଅଭିବୃଦ୍ଧି ୨୧୬ ଟଙ୍କାର କୋଟି ଓ ବ୍ୟାଙ୍କ ୭୯ କୋଟି ଉପଯୋଗ କରି କଭରେଜ ଅନୁପାତ ବଢାଇଛି। ଏହାକୁ ଏକକାଳୀନ ସମନ୍ବିତ କରି ନେଟ ଲାଭ ୭୦୪ କୋଟି ଅର୍ଜନ କରିଛି। ନେଟ ସୁଧ ଆୟ ୩୦% ୱାଇଓୱାଇ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୯୭୦୬ କୋଟି ଥିଲା, ଏହା ଆର୍ଥିକ ବର୍ଷ ୨୩ରେ ୧୨,୬୩୫ କୋଟିକୁ ବୃଦ୍ଧି ପାଇଛି। ସେହିପରି ଫି ଓ ଅନ୍ୟାନ୍ୟ ଆୟ ୫୪% ବଢିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୨୬୯୧ ରହିଥିଲା। ଏହା ଆର୍ଥିକ ବର୍ଷ ୨୩ରେ ୪୧୪୨ କୋଟିକୁ ବୃଦ୍ଧି ପାଇଛି। ସେହିପରି ଫି ଓ ଅନ୍ୟାନ୍ୟ ଆୟ ୫୪% ବଢିଛି। କୋର ପରିଚାଳନାରୁ ଲାଭ ଉକ୍ତ ବର୍ଷ ପାଇଁ ୬୭%ଯାହା ପୂର୍ବର ଆର୍ଥିକ ବର୍ଷରେ ୨୭୫୩ କୋଟି ଥିଲା। ଏହା ଆର୍ଥିକ ବର୍ଷ ୨୩ରେ ୪୬୦୭ କୋଟିକୁ ବୃଦ୍ଧି ପାଇଛି। ତ୍ରୈମାସ ପାଇଁ ସମୁଦାୟ ପରିଚାଳନାରୁ ଲାଭ ବୃଦ୍ଧି ୬୧% ହୋଇଛି ଯାହା କ୍ୟୁ୪ ୨୨ରେ ୮୩୬ କୋଟିରୁ କ୍ୟୁ୪ ୨୩ରେ୧୩୪୨କୁ ବୃଦ୍ଧି ପାଇଛି। ବର୍ଷ ପାଇଁ ବ୍ୟବସ୍ଥା ଲାଗି ଆର୍ଥିକ ବର୍ଷ ୨୨ରେ ଟ.୩୧୦୯ ତୁଳନାରେ ଆର୍ଥିକ ବର୍ଷ ୨୩ ପାଇଁ ଟ.୧୬୬୫ କୋଟି ହୋଇଛି। ସେହିପରି ଆରଓଏ ଆର୍ଥିକ ବର୍ଷ ୨୨ରେ ୦.୦୮% ତୁଳନାରେ ୨୩ ବର୍ଷ ଲାଗି ୧.୧୩% ହୋଇ ପାରିଛି। ଆର୍ଥିକ ବର୍ଷ ୨୩ ପାଇଁ ଆରଓଇ ୧୦.୯୫% ହୋଇଛି। ଆର୍ଥିକ ବର୍ଷ ୨୨ ପାଇଁ ଏହା ଥିଲା ୦.୭୫%। ଏ ସମ୍ପର୍କରେ ଆଇଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭି. ବୈଦ୍ୟନାଥନ କହିଛନ୍ତି, ଆମର ଏକ ସଦୃଢ ଭିତିଭୂମି ରହିଛି ଓ ଆମେ ଏଥିପାଇଁ ଲୋକମାନଙ୍କର ନିକଟତର ହୋଇ ପାରିଛୁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର ସଂପତିର ଗୁଣବତା ସର୍ବାଧିକ ରହିଛି। ଆମେ ସର୍ବୋଚ୍ଚ ତ୍ରୈମାସିକ ଲାଭ ହାସଲ କରିପାରିଛୁ। ଆମେ ସବୁବେଳେ ହୀତାଧିକାରୀଙ୍କ ସ୍ବାର୍ଥ ପାଇଁ ଯତ୍ନବାନ ରହିଛୁ, ଆମର ଗ୍ରାହକ ଅଭିମୁଖୀ ଯୋଜନା, ସେବା, ନୈତିକତା ଓ ଗ୍ରାହକଙ୍କ ପ୍ରତି ସମ୍ମାନ ବଜାୟ ରହିବ ଓ ଏକ ସଦୃଢ କର୍ମ ସଂସ୍କୃତି ଉପରେ ବ୍ୟାଙ୍କ ଧ୍ୟାନ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri