ଫଳକରେ ବିପଦସଙ୍କୁଳ ଲେଖି ଭୁଲିଗଲେ

ନୟାଗଡ଼ ଅଫିସ,୧।୫: ଆବଶ୍ୟକ ସ୍ଥାନରେ ସେତୁ ନିର୍ମାଣ ନ କରିବା ଓ ବିପଦସଙ୍କୁଳ ସେତୁକୁ ଭାଙ୍ଗି ନୂଆ ସେତୁ ନିର୍ମାଣ କରିବାକୁ ସରକାର ଭୁଲି ଯାଇଛନ୍ତି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏହାକୁ ବିରୋଧ କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଏନେଇ ପୂର୍ତ୍ତ ବିଭାଗ ସଚିବ, ନୟାଗଡ଼ ଜିଲାପାଳ, ଓଡ଼ିଶା ସେତୁ ନିର୍ମାଣ ବିଭାଗ, ନୟାଗଡ଼ ପୂର୍ତ୍ତ ବିଭାଜନ ନିର୍ବାହୀ ଯନ୍ତ୍ରୀ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ଗାଁ , ରଣପୁର ଓ ଖଣ୍ଡପଡ଼ା ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌.ମୁରଲୀଧରନ୍‌ ଏବଂ ଜଷ୍ଟିସ ଜି. ଶତପଥୀଙ୍କ ଖଣ୍ଡପୀଠ ଉକ୍ତ ଅଭିଯୋଗକୁ ବିଚାରକୁ ନେଇ ଜୁଲାଇ ୧ ସୁଦ୍ଧା କ’ଣ ପଦକ୍ଷେପ ନିଆଯାଇଛି ଆବେଦନକାରୀଙ୍କୁ ଅବଗତ କରାଇବାକୁ ନୟାଗଡ଼ ଜିଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲର ସୂଚନା ଅନୁଯାୟୀ, ନୟାଗଡ଼ ଜିଲାର ଶରଣକୁଳ ଲଡୁବାବାଙ୍କ ଧାମରୁ ଶ୍ରୀକ୍ଷେତ୍ର ପୁରୀକୁ ପଡିଥିବା ନୂଆ ଜଗନ୍ନାଥ ସଡ଼କର ଡିମିଶର ପନ୍ଦାରିଛକସ୍ଥିତ ଦୁଆଣ୍ଟ ନଦୀ ପୋଲ ଭୁଶୁଡିବାର ଇତିମଧ୍ୟରେ ସାଢ଼େ ୧୬ ମାସ ବିତି ଯାଇଛି। ହେଲେ ନୂଆ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ପାରିନି ।
କିନ୍ତୁ ମଝିରେ ଟଙ୍କା ମଞ୍ଜୁର ହୋଇଛି ବୋଲି ସୋସିଆଲ ମିଡିଆରେ ବାହାବା ନିଆଯାଉଛି । ନୂଆ ସେତୁ ନିର୍ମାଣ କରାଯାଉ ନ ଥିବାରୁ ବର୍ଷାଋତୁରେ ଗୋଡିପଡା, ଡମସାହି, ପଞ୍ଚୁମୁ, ଡିମଶର ପରି ୫୦ରୁ ଊର୍ଦ୍ଧ୍ୱ ଗାଁ  ବିଚ୍ଛିନ୍ନ ହୋଇ ରହୁଛି ।
ଅନ୍ୟପକ୍ଷେ ନଦୀ ମଧ୍ୟସ୍ଥ ଅସ୍ଥାୟୀ ରାସ୍ତା ବିପଦସଙ୍କୁଳ ଅବସ୍ଥାରେ ରହିଛି । ଦୁଆଣ୍ଟ ପୋଲ ଦବିବା ପରେ ଏଠାକାର ଅଞ୍ଚଳର ଲୋକଙ୍କ ଦୁଃଖ ବଢ଼ିଛି । ପ୍ରାୟ ୩୮ ବର୍ଷ ତଳେ ତତ୍କାଳୀନ ରଣପୁର ବିଧାୟକ ରମାକାନ୍ତ ମିଶ୍ର ଦୁଆଣ୍ଟ ନଦୀର ପୋଲକୁ ଉଦ୍‌ଘାଟନ କରିଥିଲେ । ପୋଲଟି ବହୁ ବର୍ଷର ପୁରୁଣା ହୋଇଥିଲେ ହେଁ ଭଲ ଥିଲା ।
ବାଲି ବ୍ୟବସାୟୀମାନେ ନଦୀ ଶର୍ଯ୍ୟାକୁ ଖୋଳି ବାଲି ନେଇ ଯିବା ପରେ ବନ୍ୟାଜଳ ପୋଲର ର଼୍ୟାଫ୍ଟ ଫାଉଣ୍ଡେଶନର ପାର୍ଶ୍ୱରେ ସୃଷ୍ଟି ହୋଇଥିବା ଗାତରେ ଜମି ରହିଥିଲା । ର଼୍ୟାଫ୍ଟ ଫାଉଣ୍ଡେଶନର ଗର୍ତ୍ତକୁ ମରାମତି ନେଇ ସ୍ଥାନୀୟ ଲୋକ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରିଥିଲେ ହେଁ ପୂର୍ତ୍ତ ବିଭାଗ ଅଣଦେଖା କରିଥିଲା । ଏଣୁ ୨୦୨୧ ଡିସେମ୍ବର୨୯ରେ ପୋଲଟି ଦବି ଯାତାୟତ ବନ୍ଦ ହୋଇଗଲା। ଯଦିଓ ପୋଲଟି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ନାହିଁ ତେବେ ଧିରେ ଧିରେ ଦବି ଚାଲିଛି । ପୂର୍ତ୍ତ ବିଭାଗ ପକ୍ଷରୁ ପୋଲକୁ ବିପଦ ସଙ୍କୁଳ ଘୋଷଣା କରାଯାଇ ନାମଫଳକ ଲଗାଯାଇ ରାସ୍ତା ବନ୍ଦ କରାଯାଇଛି । ତେବେ ବିପଦସଙ୍କୁଳ ସେତୁରେ ଯାତାୟତ ଚାଲିଛି ।
ସେହିପରି ରଣପୁର ବ୍ଲକ ରଣପୁର ରାଜସୁନାଖଳା ରାସ୍ତାର ସଡ଼କର ଚମ୍ପତିପୁର ନିକଟରେ ମନ୍ଦାକିନୀ ସେତୁ ପରିତ୍ୟକ୍ତ ହୋଇ ପଡି ରହିଛି । ୬ ବର୍ଷ ହେଲା ବିପଦସଙ୍କୁଳ ହୋଇ ପଡିଥିଲେ ମଧ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ‘ସେତୁ ବିପଦ ସଙ୍କୁଳ’ ବୋର୍ଡ ମାରି ଦାୟିତ୍ୱ ଶେଷ କରି ଦିଆଯାଇଛି ।
ବିପଦସଙ୍କୁଳ ପୋଲରେ ଯାନବାହାନ ଯାତାୟତ କରୁଛି । ବନ୍ଧମୁଣ୍ଡା ପଞ୍ଚାୟତର ରାଅଁାଳା ପୋଲଟିକୁ ମଧ୍ୟ ଅବହେଳା କରାଯାଇଥିବା ଅଭିଯୋଗ ରହିଛି । ତେବେ ଏହାର ସଂଯୋଗ ରାସ୍ତା ନିକଟରେ ଶେଷ ହୋଇଥିବା ଦେଖାଯାଇଛି । ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତ କୁଆଁରିଆଁ ନଦୀ ଉପରେ ଥିବା ମଙ୍ଗରାଜପୁର ଗିରିଡିପଲ୍ଲୀ ପୋଲ ବହୁ ଦିନ ହେବ ନିର୍ମାଣ ଚାଲିଥିଲେ ମଧ୍ୟ କାମ ଶେଷ ହେଉନି । କାମ ଶୀଘ୍ର ଶେଷ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଅଣଦେଖା କରାଯାଉଛି । ନୂଆଗାଁ  ବ୍ଳକ ଜଗନ୍ନାଥପ୍ରସାଦ ସୋରଡା ରାସ୍ତାର ବେଲପା ନାଳ ଉପରେ ଆଦୌ ପୋଲ ନାହିଁ । ପୋଲଟିଏ ନିର୍ମାଣ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି ।
ଏନେଇ ଆବେଦନକାରୀ ଦିଲ୍ଲୀପ କୁମାର ସାମନ୍ତରାୟ କୁହନ୍ତି, ସରକାର ଓ ପ୍ରଶାସନ ଲୋକଙ୍କ ଅସୁବିଧାକୁ ଭୁଲି ଯାଉଛନ୍ତି । ସେତୁ ନିର୍ମାଣରେ କାହିଁକି କଚ୍ଛପ ଗତି ହେଉଛି, ଆବଶ୍ୟକ ସ୍ଥାନରେ କାହିଁକି ସେତୁ ନିର୍ମାଣ ହେଉନି ଓ ବିପଦସଙ୍କୁଳ ସେତୁକୁ ଭଙ୍ଗା ଯାଇ ନୂଆ ପୋଲ କାହିଁକି ତିଆରି ହେଉନି ସେନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି । ସନ୍ତୋଷ ଜନକ ଉତ୍ତର ନ ମିଳିଲେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?