ପୁନଃରୁଦ୍ଧାର ହେବ ଜଙ୍ଗଲ:୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ ବହୁତ ବଡ଼ ଯୋଜନା ସହ ତାକୁ କାର୍ଯ୍ୟକ୍ଷମ କରିବା ପାଇଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଏବଂ ତାଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି।
ପ୍ରକାଶ ଯେ, ଉକ୍ତ ବନାଞ୍ଚଳର କାଟିଙ୍ଗିଆ ସେକ୍ସନ ଅଧୀନରେ ରହିଥିବା ଗୁଡିକିଆ ଗ୍ରାମର ବଡ଼ପଦର ଜଙ୍ଗଲରେ ବନ ମହୋତ୍ସବ ପାଳନ କରି ସ୍ଥାନୀୟ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ସମ୍ପର୍କରେ ଅବଗତ କରାଯାଇ ବୃକ୍ଷରୋପଣ କରାଯାଇଥିଲା। ଏହା ଜଙ୍ଗଲ ସୃଷ୍ଟି କରିବା ସହ ସାଧାରଣ ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ ହୋଇପାରିବ। ତେଣୁ ବିଭାଗ ବିଭିନ୍ନ ଫଳ ବୃକ୍ଷ ସହ ଔଷଧୀୟ ବୃକ୍ଷକୁ ରୋପଣ କରାଇଥିଲେ। ମୋଟ ୫୦ ହେକ୍ଟର ଜମିରେ ୧୦ ହଜାର ବୃକ୍ଷ ରୋପଣ କାର୍ଯ୍ୟକୁ ଗୁରୁବାରଠାରୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟରେ ବାଲିଗୁଡା ବନଖଣ୍ଡ କାର୍ଯ୍ୟାଳୟର ଏଏସିଏଫ ମନୋରଞ୍ଜନ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଥାନୀୟ ଲୋକଙ୍କୁ ଗଛ ବଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଗଛ ଆମକୁ ଜୀବନ ଦେବ, ଗଛ ଲଗାଇ ପରିବେଶକୁ ସ୍ବଚ୍ଛ ରଖିବାକୁ ସେ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସେ ଶୁଭାରମ୍ଭ କରିଥିବାବେଳେ ବ୍ରାହ୍ମଣୀଗାଁ ବନପାଳ ଯୋଗେଶ୍ୱର ଧାରୁଆ , ଗଦାପୁର ବନପାଳ ଦାୟିତ୍ୱରେ ଥିବା ସନ୍ତୋଷ ପଟ୍ଟନାୟକ ଓ କାଟିଙ୍ଗିଆ ଦାୟିତ୍ୱରେ ଥିବା ବନପାଳ ଆଶିଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri