ଜଙ୍ଗଲ ସୁରକ୍ଷା ପାଇଁ ରାଜରାସ୍ତାରେ ବସିଲେ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଜୀବନ ଯାଉ ପଛେ ସାହାଜଖୋଲ ଜଙ୍ଗଲ ବଞ୍ଚିଥାଉ ଏହି ନାରା ଦେଇ ଗୁରୁବାର ଧର୍ମଗଡ ବନାଞ୍ଚଳ ସାହାଜଖୋଲ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ କୋକସରା ବ୍ଲକ ଆମପାଣି ଫରେଷ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଜାତୀୟ ରାଜପଥ ୨୬ ଅବରୋଧ କରାଯାଇଥିଲା। ଏଥି ସହ ଆମପାଣି ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟରେ ତାଲା ପକାଇ କମିଟି ସଭାପତି ହେମନ୍ତ ମାଝିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ପ୍ରତିବାଦ କରିଥିଲେ।

ରାସ୍ତା ଅବରୋଧ ଫଳରେ ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ ମଧ୍ୟରେ ଗାଡି ଚଳାଚଳ ଠପ ହୋଇଥିଲା। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଜଙ୍ଗଲ ସୁରକ୍ଷା ପାଇଁ ଶାନ୍ତି କମିଟିର ନିଷ୍ପତ୍ତି କଳାହାଣ୍ଡି ଜଙ୍ଗଲ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ନ ହେବା, ଅବାଧ ମକାଚାଷ, ଜଙ୍ଗଲରେ କାଠ ମାଫିଆଙ୍କ ପ୍ରାଦୁର୍ଭାବ, ନୂତନ ଜଙ୍ଗଲ ସୃଷ୍ଟି ନାଁରେ ବନୀକରଣରେ ଦୁର୍ନୀତି ଆଦି ଅଭିଯୋଗ ନେଇ ଜଙ୍ଗଲ ସୁରକ୍ଷା କମିଟି ଆନ୍ଦୋଳନକୁ ଓହ୍ଲାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଆମପାଣି ଥାନା ଅଧିକାରିଣୀ ବିଜୟଲକ୍ଷ୍ମୀ ହିକ୍କା ଓ ପୋଲିସ କର୍ମଚାରୀ ସହ ଆଇଆର୍‌ବି ଯବାନ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ଜିଲାସ୍ତରୀୟ ଅଧିକାରୀ ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ରାସ୍ତା ଅବରୋଧରୁ ହଟିବୁ ନାହିଁ ବୋଲି ଅଡି ବସିଥିଲେ। ପରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ପହଞ୍ଚି ଆନ୍ଦୋଳନରେ ବସିଥିବା କର୍ମକର୍ତ୍ତା ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏକ ଘଣ୍ଟା ସମୟ ଦେଇ ରାସ୍ତା ଅବରୋଧ ହଟାଇଥିଲେ।

ପରେ ଘଟଣାସ୍ଥଳରେ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ମଲ୍ଲିକ ଓ ଅତିରିକ୍ତ ଜିଲାପାଳ ଶ୍ରୀକାନ୍ତ ଶତପଥୀ ପହଞ୍ଚି ଜଙ୍ଗଲ ସୁରକ୍ଷା କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସାହାଜଖୋଲ ଜଙ୍ଗଲର ସୁରକ୍ଷା, ଅବାଧ ମକାଚାଷ ଓ ଅନଧିକୃତ ଭାବେ ରହି ଜଙ୍ଗଲକୁ କାଟି ମକାଚାଷ କରୁଥିବା ସୀମାନ୍ତ ଜିଲାର ଲୋକଙ୍କ ଉପରେ କଳାହାଣ୍ଡି ଜିଲା ଜଙ୍ଗଲ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଆନ୍ଦୋଳନରେ ବନ ସୁରକ୍ଷା ମହାସଂଘ ସଭାପତି ହେମନ୍ତ କୁମାର ମାଝି, ଉପସଭାପତି ତ୍ରିନାଥ ପୋଟା, କାର୍ଯ୍ୟକାରୀ ସଭାପତି ଭବେଶ ଗଇନ୍ତା, ସମ୍ପାଦକ ଭଜମନ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ନାଏକ, ସାଙ୍ଗଠନିକ ସମ୍ପାଦକ ନିରଞ୍ଜନ ବାଗ, ସାଙ୍ଗଠନିକ ସମ୍ପାଦିକା ହେମାଙ୍ଗିନି ହଂସ, କୋଷାଧ୍ୟକ୍ଷ ଭୁଜବଲ ସୋରି ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ୫୨ ବନ ସୁରକ୍ଷା ସମିତିର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?