ଆଜି ଉଦ୍‌ଘାଟନ ହେବ ବନ ଶହୀଦ ସ୍ମାରକସ୍ତମ୍ଭ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍‌ପିଆର୍‌ସି) ପରିସର ଏକାମ୍ର କାନନର ଗୋଲାପ ବଗିଚା ମଧ୍ୟରେ ବନବାହିନୀ ଶହୀଦ ସ୍ମାରକ ସ୍ତମ୍ଭ ସ୍ଥାପନ କରାଯାଇଛି। ବନ ଶହୀଦ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନ ୧୦ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଉଦ୍‌ଘାଟନ କରିବେ। ବିଭାଗୀୟ ସଚିବ, ପିସିସିଏଫ୍‌ଙ୍କ ସହ ଅନ୍ୟ ଅତିଥି ଓ ଅଧିକାରୀ ଉପସ୍ଥିତ ରହିବେ। ପ୍ରାୟ ୧୭ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ୨୦୧୯-୨୦ରେ ମଞ୍ଜୁରୀ ମିଳିଥିଲା। ଜଙ୍ଗଲ ନିଆଁ ଲିଭାଇବାବେଳେ ମୃତ୍ୟୁ, ବନ୍ୟପ୍ରାଣୀ ଆକ୍ରମଣଜନିତ ମୃତ୍ୟୁ, ଜଙ୍ଗଲ ସୁରକ୍ଷା ପାଇଁ ମାଫିଆଙ୍କ ବିରୋଧରେ ଲଢ଼ି ମୃତ୍ୟୁ, ମାଓବାଦୀଙ୍କ ଦ୍ୱାରା ମୃତ୍ୟୁ ଭଳି ବିଭିନ୍ନ କାରଣରୁ ଶହୀଦ ହୋଇଥିବା ବନ କର୍ମଚାରୀଙ୍କ ନାମ ଏଥିରେ ସ୍ଥାନ ପାଇଛି। ଏମାନଙ୍କ ମଧ୍ୟରେ ହାତୀ ଆକ୍ରମଣରେ ଶହୀଦ ହୋଇଥିବା ସୋମନାଥ ବେହେରା (ଖୋର୍ଦ୍ଧା), କାମରାଜ ଭୂୟାଁ (ଘୁମୁସର ଉତ୍ତର), ତ୍ରିଲୋଚନ ପ୍ରଧାନ (ଆଠମଲ୍ଲିକ ଟେରିଟୋରି) ରହିଛନ୍ତି। ସେହିପରି କାଠ ମାଫିଆଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଅଶ୍ୱିନୀ କୁମାର ମହାନ୍ତି (ବରଗଡ଼), ଭଗବାନ ମାଝୀ (ଅନୁଗୋଳ), ରାଜନଗରରେ ମାଛ ଟ୍ରଲର ମାଫିଆଙ୍କ ଆକ୍ରମଣରେ ମୃତ ବନ କର୍ମଚାରୀ ଶ୍ୟାମସୁନ୍ଦର ସିଂହ, ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା କେତେଜଣ ବନ କର୍ମଚାରୀଙ୍କୁ ମିଶାଇ ମୋଟ ୨୧ଜଣ ଶହୀଦ ବନ କର୍ମଚାରୀଙ୍କ ନାମ ଏହି ସ୍ତମ୍ଭରେ ସ୍ଥାନ ପାଇଛି। ଏ ସମ୍ପର୍କରେ ଅଣଗେଜେଟେଡ୍‌ ବନ ସେବା ସଂଘ ସମ୍ପାଦକ ଦିଲୀପ କୁମାର ମିଶ୍ର କହିଛନ୍ତି, କର୍ତ୍ତବ୍ୟ ପରାୟଣତା ଏବଂ ସେବାର ନିଦର୍ଶନ ଦେଇ ନିଜର ପ୍ରାଣ ଦେଇଥିବା ବନ କର୍ମଚାରୀଙ୍କ ପ୍ରତି ଏହା ଏକ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳି। ଏଥିପାଇଁ ଅନେକ ଦିନ ହେବ ସଂଘ ତରଫରୁ ଆମେ ଚେଷ୍ଟା କରି ଆସିଥିଲୁ। ଦିବଂଗତ ବନ ଶହୀଦଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ପାଇଁ ନିର୍ମିତ ଏହି ସ୍ତମ୍ଭ ବନ କର୍ମଚାରୀଙ୍କ ମନୋବଳ ନିଶ୍ଚୟ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri