ଆଜି ଉଦ୍‌ଘାଟନ ହେବ ବନ ଶହୀଦ ସ୍ମାରକସ୍ତମ୍ଭ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର (ଆର୍‌ପିଆର୍‌ସି) ପରିସର ଏକାମ୍ର କାନନର ଗୋଲାପ ବଗିଚା ମଧ୍ୟରେ ବନବାହିନୀ ଶହୀଦ ସ୍ମାରକ ସ୍ତମ୍ଭ ସ୍ଥାପନ କରାଯାଇଛି। ବନ ଶହୀଦ ଦିବସ ପାଳନ ଅବସରରେ ରବିବାର ପୂର୍ବାହ୍ନ ୧୦ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଉଦ୍‌ଘାଟନ କରିବେ। ବିଭାଗୀୟ ସଚିବ, ପିସିସିଏଫ୍‌ଙ୍କ ସହ ଅନ୍ୟ ଅତିଥି ଓ ଅଧିକାରୀ ଉପସ୍ଥିତ ରହିବେ। ପ୍ରାୟ ୧୭ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ୨୦୧୯-୨୦ରେ ମଞ୍ଜୁରୀ ମିଳିଥିଲା। ଜଙ୍ଗଲ ନିଆଁ ଲିଭାଇବାବେଳେ ମୃତ୍ୟୁ, ବନ୍ୟପ୍ରାଣୀ ଆକ୍ରମଣଜନିତ ମୃତ୍ୟୁ, ଜଙ୍ଗଲ ସୁରକ୍ଷା ପାଇଁ ମାଫିଆଙ୍କ ବିରୋଧରେ ଲଢ଼ି ମୃତ୍ୟୁ, ମାଓବାଦୀଙ୍କ ଦ୍ୱାରା ମୃତ୍ୟୁ ଭଳି ବିଭିନ୍ନ କାରଣରୁ ଶହୀଦ ହୋଇଥିବା ବନ କର୍ମଚାରୀଙ୍କ ନାମ ଏଥିରେ ସ୍ଥାନ ପାଇଛି। ଏମାନଙ୍କ ମଧ୍ୟରେ ହାତୀ ଆକ୍ରମଣରେ ଶହୀଦ ହୋଇଥିବା ସୋମନାଥ ବେହେରା (ଖୋର୍ଦ୍ଧା), କାମରାଜ ଭୂୟାଁ (ଘୁମୁସର ଉତ୍ତର), ତ୍ରିଲୋଚନ ପ୍ରଧାନ (ଆଠମଲ୍ଲିକ ଟେରିଟୋରି) ରହିଛନ୍ତି। ସେହିପରି କାଠ ମାଫିଆଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଅଶ୍ୱିନୀ କୁମାର ମହାନ୍ତି (ବରଗଡ଼), ଭଗବାନ ମାଝୀ (ଅନୁଗୋଳ), ରାଜନଗରରେ ମାଛ ଟ୍ରଲର ମାଫିଆଙ୍କ ଆକ୍ରମଣରେ ମୃତ ବନ କର୍ମଚାରୀ ଶ୍ୟାମସୁନ୍ଦର ସିଂହ, ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା କେତେଜଣ ବନ କର୍ମଚାରୀଙ୍କୁ ମିଶାଇ ମୋଟ ୨୧ଜଣ ଶହୀଦ ବନ କର୍ମଚାରୀଙ୍କ ନାମ ଏହି ସ୍ତମ୍ଭରେ ସ୍ଥାନ ପାଇଛି। ଏ ସମ୍ପର୍କରେ ଅଣଗେଜେଟେଡ୍‌ ବନ ସେବା ସଂଘ ସମ୍ପାଦକ ଦିଲୀପ କୁମାର ମିଶ୍ର କହିଛନ୍ତି, କର୍ତ୍ତବ୍ୟ ପରାୟଣତା ଏବଂ ସେବାର ନିଦର୍ଶନ ଦେଇ ନିଜର ପ୍ରାଣ ଦେଇଥିବା ବନ କର୍ମଚାରୀଙ୍କ ପ୍ରତି ଏହା ଏକ କ୍ଷୁଦ୍ର ଶ୍ରଦ୍ଧାଞ୍ଜଳି। ଏଥିପାଇଁ ଅନେକ ଦିନ ହେବ ସଂଘ ତରଫରୁ ଆମେ ଚେଷ୍ଟା କରି ଆସିଥିଲୁ। ଦିବଂଗତ ବନ ଶହୀଦଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ପାଇଁ ନିର୍ମିତ ଏହି ସ୍ତମ୍ଭ ବନ କର୍ମଚାରୀଙ୍କ ମନୋବଳ ନିଶ୍ଚୟ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା, କହିଲେ ବିଜେଡି କିଣା ବିକାରେ…

ଭୁବନେଶ୍ୱର,୯।୨: ବିଧାୟିକା ଉପାସନାଙ୍କ ତେରଛା ବାଣର ଜବାବ ରଖିଲେ ସଞ୍ଜୟ ଦାସବର୍ମା। ଦାସବର୍ମା କହିଛନ୍ତି, ବିଜେଡି କିଣାବିକାରେ ବିଶ୍ୱାସ କରେନି।ସେଠାକାର ଜନପ୍ରତିନିଧି ପ୍ରଥମେ ବ୍ରହ୍ମଗିରିବାସୀଙ୍କ ଆକାଂକ୍ଷା ପୂରଣ…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଶେଷ ବେଳକୁ ବିଜେଡିରେ ଥିବେ  କେବଳ ଏହି ୩ ଜଣ: କହୁକହୁ କହିଦେଲେ ବିଧାୟିକା

ଭୁବନେଶ୍ୱର,୯।୨: ଭାଜପା ବିଧାୟିକା ଉପାସନା ମହାପାତ୍ର ବିଜେଡିକୁ ଟାର୍ଗେଟ କରିଛନ୍ତି। କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଭାଜପାରେ ମିଶିବା ପରେ ତେରେଛା ବାଣ ମାରିଲେ ଉପାସନା। ନାଁ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri