କଳାପଥର ପାଇଁ ବିପଦରେ ଜଙ୍ଗଲ ଜମି

ଯାଜପୁର ଅଫିସ,୫ା୬: ସବୁଜିମା ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାରୀସ୍ତରରୁ ଆରମ୍ଭ କରି ବେସରକାରୀସ୍ତର ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମାତ୍ର ବାସ୍ତବପକ୍ଷେ ଦେଖିବାକୁ ଗଲେ ଯେତିକି ଜଙ୍ଗଲ ଅଛି ତା’ର ସୁରକ୍ଷା ଦିଗରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପଥର ବ୍ୟବସାୟୀଙ୍କ ବେଆଇନ କଳାପଥର ଉତ୍ତୋଳନ ଯୋଗୁ ଯାଜପୁର ଜିଲାର ବଳରାମପୁର ସଂରକ୍ଷିତ ଜଙ୍ଗଲ ସମେତ ବିଛାଖଣ୍ଡି, କୁସୁନପୁର, ମୁକୁନ୍ଦପୁର, ନିଶ୍ଚନ୍ତା ଅଭୟାରଣ୍ୟ, ଡଙ୍କାରୀ ଓ ରାହାଡପୁରଠାରୁ ଢେଙ୍କାନାଳ ସୀମାନ୍ତ ପର୍ଯ୍ୟନ୍ତ ଥିବା ସବୁଜିମା ଏବେ ବିଲୁପ୍ତି ପଥରେ। ସରକାରୀସ୍ତରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବରୁ ପ୍ରତ୍ୟହ ବ୍ଲାଷ୍ଟିଂ କରି ପଥର ଉତ୍ତୋଳନ ଜାରି ରହିଛି। ଅନୁରୂପ ଭାବେ କଳିଙ୍ଗନଗର ଅଞ୍ଚଳରେ ଶିଳ୍ପ କାରଖାନା ପକ୍ଷରୁ ଜଙ୍ଗଲ ଜମି ଜବରଦଖଲ କରି ବଡ ବଡ ଅଟ୍ଟାଳିକା ନିର୍ମାଣ ଜଙ୍ଗଲ ସମ୍ପଦକୁ ହ୍ରାସ କରିଛି। ଏହାବାଦ୍‌ ବ୍ୟାସ ସରୋବରରେ ସୃଷ୍ଟି କରାଯାଇଥିବା ଜଙ୍ଗଲ ମଧ୍ୟ ମୋରମ ଲୁଟ ଓ ଝୁମ୍ପୁଡି ଘର ନିର୍ମାଣ ପାଇଁ ଉଜୁଡିବାରେ ଲାଗିଛି। ଜଙ୍ଗଲ ସୃଷ୍ଟି ନାଁରେ ଖର୍ଚ୍ଚ କରାଯାଉଥିବା ଟଙ୍କାର ହିସାବ ଦେଖିଲେ ସରକାରୀ ତାଲିକା ଓ ବାସ୍ତବତା ମଧ୍ୟରେ ତଫାତ୍‌ ରହିଛି।
ଜଙ୍ଗଲ ଧ୍ୱଂସ ସହ କଳାପଥର ଖାଦାନ, ଖଣି ଏବଂ ଶିଳ୍ପାଞ୍ଚଳରେ ଆବଶ୍ୟକ ବନୀକରଣ ହେଉ ନ ଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳ ମରୁଭୂମିରେ ପରିଣତ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ପ୍ରତିବର୍ଷ ଉପରୋକ୍ତ ଅଞ୍ଚଳରେ ବନୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ପ୍ରସ୍ତୁତ ହେଉଥିଲେ ବି ତାହା କାଗଜକଲମରେ ସୀମିତ ରହିଯାଉଛି। ରାଜ୍ୟ ସରକାର କଳକାରଖାନା ଓ ଖଣି ମାଲିକଙ୍କ ସହ ଚୁକ୍ତିନାମା ସମୟରେ ପରିବେଶର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କଳାପଥର ଓ ଖଣି ଖାଦାନ ତଥା କାରଖାନା ପରିବେଶର ସୁରକ୍ଷା ନିୟମକୁ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ବର୍ତ୍ତମାନ ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରେ ପାଖାପାଖି ୪୦ଟି କ୍ବାରୀରୁ କଳାପଥର ଉତ୍ତୋଳନ ପାଇଁ ଅନୁମତି ମିଳିଛି। ଫଳରେ ସମ୍ପୃକ୍ତ ଆଖପାଖ ଅଞ୍ଚଳରେ ଧୂଳିଧୁଆଁ ସମେତ ଅନ୍ୟାନ୍ୟ ପରିବେଶ ପ୍ରଦୂଷଣ ଅଣାୟତ୍ତ ହେବାରେ ଲାଗିଛି। କିନ୍ତୁ ସରକାରୀସ୍ତରରେ ଏହି ଉକ୍ତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୃକ୍ଷରୋପଣ ଉପରେ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ଲିଜ୍‌ଧାରୀମାନେ ଦିନରାତି ଏକ କରି ଅନୁମତିଠାରୁ ଢେର ଗୁଣ ଅଧିକ କଳାପଥର ଉତ୍ତୋଳନରେ ମାତିଥିବାବେଳେ ବୃକ୍ଷରୋପଣକୁ ଭୁଲି ଯାଉଛନ୍ତି। ଏଥିଯୋଗୁ ଆଖପାଖ ଲୋକ ନାହିଁ ନ ଥିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଡ୍‌ନୀ, ଯକ୍ଷ୍ମା ଆଦି ରୋଗରେ ଆକ୍ରାନ୍ତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି। ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ପଞ୍ଚାୟତରେ ଥିବା କୁସୁନପୁର ସଂରକ୍ଷିତ ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରୁ ବେଆଇନ ପଥର ଖାଦାନ ତୁରନ୍ତ ବନ୍ଦ କରିବାକୁ ହାଇକୋର୍ଟ ଗତ ୨୬ା୨ା୨୦୦୬ରେ ଯାଜପୁର ଜିଲାପାଳ, ପୋଲିସ ଅଧୀକ୍ଷକ, ଆଠଗଡ ଡିଏଫ୍‌ଓ ଓ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ଏବେ ବି କାର୍ଯ୍ୟକାରୀ ହେଉନାହିଁ। ଜଙ୍ଗଲ ବିଭାଗୀୟ କେତେକ ଅଧିକାରୀଙ୍କ ସହଯୋଗରେ ଏକାଧିକ କଳାପଥର ଖାଦାନରୁ ଉତ୍ତୋଳନ ଜାରି ରହିଛି। ପଥର ବେପାରୀମାନେ ପାହାଡ଼ ଫଟାଇ ବେଆଇନ କ୍ରଶରଗୁଡିକୁ ପଥର ଯୋଗାଉଛନ୍ତି। ଏହାଦ୍ୱାରା ପାହାଡ଼ ଉପରେ ଥିବା ଐତିହାସିକ ବଳରାମପୁରଗଡ଼ ଗ୍ରାମ ଓ ପାହାଡ଼ ତଳେ ଥିବା ବହୁ ଗ୍ରାମର ଜଳସ୍ତର ଓ ପରିବେଶ ସଙ୍କଟରେ ଗତି କରୁଛି ବୋଲି ଅଭିଯୋଗ ହେଉଛି। ଅତୀତରେ ସଂପୃକ୍ତି ଗ୍ରାମବାସୀ ବେଆଇନ କଳାପଥର ଉତ୍ତୋଳନକୁ ବନ୍ଦ କରିବାକୁ ଉଦ୍ୟମ କରିବାରୁ ଏକ ଗୋଷ୍ଠୀ ସଂଘର୍ଷ ହୋଇଥିଲା। କଳାପଥର ଲୁଟକାରୀଙ୍କୁ ଦମନ କରିବା ପରିବର୍ତ୍ତେ ପୋଲିସ ପରିବେଶ ସୁରକ୍ଷାକାରୀମାନଙ୍କ ସ୍ବରକୁ ଚାପି ଦେଇଥିଲା। କେତେକ ପରିବେଶ ସୁରକ୍ଷାକାରୀଙ୍କୁ ଜେଲ ହାଜତକୁ ମଧ୍ୟ ଯିବାକୁ ପଡିଥିଲା। ସେହିଦିନଠାରୁ ସଂପୃକ୍ତ ଗ୍ରାମବାସୀ ନୀରବି ଯାଇଛନ୍ତି। ଏବେ ଦିନ ଦ୍ୱିପହରରେ ଜଙ୍ଗଲ ଜମିରୁ କଳାପଥର ଉତ୍ତୋଳନ ଜୋରସୋର ଚାଲିଥିବା ଦେଖିବାକୁ ମିଳିଛି। ବ୍ୟାସ ସରୋବରରେ ଦୀର୍ଘ ବର୍ଷ ହେଲା ଜଙ୍ଗଲ ବିଭାଗ ପକ୍ଷରୁ ପ୍ରାୟ ୫୦୦ ଏକର ଜମିରେ ଜଙ୍ଗଲ ସୃଷ୍ଟି ହୋଇଛି। କିନ୍ତୁ ସହରରେ କେତେକ ବସ୍ତି ଅଞ୍ଚଳରେ ନୂତନ ଝୁମ୍ପୁଡି ନିର୍ମାଣ ପାଇଁ ଛୋଟଛୋଟ ଗଛଗୁଡିକୁ କାଟି ଦିଆଯାଉଥିବା ଦେଖିବାକୁ ମିଳିଛି। ପରିବେଶବିତ ସର୍ବେଶ୍ୱର ବେହୁରା କୁହନ୍ତି, ଜଙ୍ଗଲ ଜମିରୁ ବେଆଇନ ଖାଦାନ ବନ୍ଦ କରିବାକୁ ସେ ବହୁ ଉଦ୍ୟମ କରିଛନ୍ତି। ଏଥିପାଇଁ ଏବେ ସାରୋଇ ପାହାଡ଼ରେ ସବୁଜିମା ହସୁଛି। ଏଥିରେ ଗ୍ରାମବାସୀଙ୍କ ବହୁତ ସହଯୋଗ ରହିଛି। କିନ୍ତୁ ଅନ୍ୟାନ୍ୟ ଜଙ୍ଗଲ ଜମିରୁ କଳାପଥର ଖାଦାନ ଯୋଗୁ ପରିବେଶ ନଷ୍ଟ ହେଉଛି। ବାଡ ଫସଲ ଖାଇବା ସଦୃଶ ଜଙ୍ଗଲ ବିଭାଗର କେତେଜଣ କର୍ମଚାରୀ ଏହି ବେଆଇନ କାର୍ଯ୍ୟ ପ୍ରତି ସହଯୋଗୀ ସାଜିଛନ୍ତି। ଏ ସଂକ୍ରାନ୍ତରେ କଟକ ଡିଏଫ୍‌ଓଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗଯୋଗ କରାଯାଇଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri