ଜଙ୍ଗଲ ଜମି କିସମ ପରିବର୍ତ୍ତନ ଏକ ବାହାନା

ଯାଜପୁର ଅଫିସ,୬ା୪: ବ୍ରାହ୍ମଣୀ ନଦୀ ଉପରେ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଟିଭ ଏଜେନ୍ସି(ଜେଆଇସିଏ) ବା ଜାଇକା ଅଧୀନ ରେଙ୍ଗାଲି ବହୁମୁଖୀ ଯୋଜନା ସାରିବାକୁ ବିଭାଗୀୟ ସମୟସୀମା ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଛି। ୨ ବର୍ଷ ତଳେ ୨୦୨୪ରେ ଏହି ପ୍ରକଳ୍ପ ସାରିବାକୁ ବିଭାଗୀୟ ପ୍ରତିଶ୍ରୁତି ମିଳିଥିବାବେଳେ ଏବେ ତାହା ୨୦୨୬ ଜୁନ ପର୍ଯ୍ୟନ୍ତ ଘୁଞ୍ଚେଇବାକୁ ପ୍ରସ୍ତାବ ଦିଆଯାଇଛି। ଜଙ୍ଗଲ ଜମି କିସମ ପରିବର୍ତ୍ତନ ସମସ୍ୟାକୁ ବାହାନା କରି ଏଭଳି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ରିପୋର୍ଟରେ ସ୍ପଷ୍ଟ ହୋଇଛି। ୩ ଦଶନ୍ଧିରୁ ଊର୍ଦ୍ଧ୍ୱ ହେଲା ଏହି ପ୍ରକଳ୍ପର ପରିକଳ୍ପନା କରାଯାଇ ଶେଷ ହେବାର ନାମ ଧରୁ ନ ଥିବାରୁ ସମ୍ପୃକ୍ତ ଚାଷୀମାନଙ୍କ ମଧ୍ୟରେ ଜଳସେଚନ ଆଶା କ୍ଷୀଣ ହେବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।
ଜାଇକା ଜରିଆରେ ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଓ ଜଳସେଚନ ଏହି ବୃହତ୍‌ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ରହିଛି ା ଏଥିପାଇଁ ରାଇଟ୍‌ ବ୍ୟାଙ୍କ କେନାଲ(ଆରବିସି) ଓ ଲେଫ୍ଟ ବ୍ୟାଙ୍କ କେନାଲ(ଏଲ୍‌ବିସି) ନାମରେ ଦୁଇଟି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ା ଲେଫ୍ଟ ବ୍ୟାଙ୍କ କେନାଲ ଅର୍ଥାତ୍‌ ବାମ ପାର୍ଶ୍ୱ କେନାଲ ଯାଜପୁର ଜିଲାକୁ ପ୍ରବେଶ କରିଛି ା ରେଙ୍ଗାଲି ବାମପାର୍ଶ୍ୱ କେନାଲର ଦୈର୍ଘ୍ୟ ୧୪୧ କିମି ଏବଂ ଏଥିରେ ୧,୧୪,୩୦୦ ହେକ୍ଟର ଜମିରେ ପାଣି ମାଡ଼ିବାକୁ ପରିକଳ୍ପନା କରାଯାଇଛି। ୨୦୧୫ ମାର୍ଚ୍ଚରେ କେନାଲ ସିଷ୍ଟମ କାର୍ଯ୍ୟକାରୀ କରିବାକୁ ଜାଇକା ସହ ୨୨୫୦ କୋଟି ଟଙ୍କାର ଋଣ ଚୁକ୍ତି ହୋଇଥିଲା ା ଏହି କେନାଲ ଜରିଆରେ ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲାର ୩୯,୪୧୬ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ଧାର୍ଯ୍ୟ ହୋଇଥିଲା ା ହେଲେ ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବାରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହି ଲକ୍ଷ୍ୟ ବହୁମାତ୍ରାରେ ପରାହତ ହୋଇଛି। ଏହି କେନାଲର ଆରଡି ୧୦୦.୪୯ କିମିଠାରୁ ୧୦୭ କିମି ପର୍ଯ୍ୟନ୍ତ ସଂଯୋଗ ହୋଇ ପାରିନାହିଁ। ତେଣୁ ଏହି କାର୍ଯ୍ୟକୁ ୨୦୨୩ ଜୁନ ସୁଦ୍ଧା ଶେଷ କରିବାକୁ ବିଭାଗୀୟ ସମୀକ୍ଷା ବୈଠକରେ ପରାମର୍ଶ ଦିଆଯାଇଛି। ଏହାବାଦ୍‌ ଜଙ୍ଗଲ ଜମି କିସମ ପରିବର୍ତ୍ତନ ଡିସେମ୍ବର ସୁଦ୍ଧା ଏବଂ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ ୨୦୨୪ ଜାନୁୟାରୀ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୬୮୬.୫୦ ହେକ୍ଟର ଜଙ୍ଗଲ କିସମ ଜମି ପରିବର୍ତ୍ତନ ହୋଇଛି। ଏହା ସହ ୪୨୩ ହେକ୍ଟର ନୂତନ ଜଙ୍ଗଲ କିସମ ଜମି ପରିବର୍ତ୍ତନ ପ୍ରସ୍ତାବ ଦିଆଯାଉଛି। ଏଥିପାଇଁ ସମ୍ପୃକ୍ତ ଜିଲାପାଳଙ୍କ ଅନୁମତି ନିଆଯାଇ ଆବଶ୍ୟକ ସର୍ଭେ କାର୍ଯ୍ୟ ୨୦୨୩ ମେ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ହୋଇଛି। ଅନ୍ୟପକ୍ଷେ ଡାହାଣ ପାର୍ଶ୍ୱ କେନାଲ ପାଇଁ ୧୬୮୬.୫୦ ହେକ୍ଟର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଅନୁମତି ହାସଲ ହୋଇଛି। ଏହାବାଦ୍‌ ୪୨୩ ହେକ୍ଟର ନୂତନ ଜଙ୍ଗଲ କିସମ ଜମି ପରିବର୍ତ୍ତନ ପ୍ରକ୍ରିୟା ଜାରି ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୦୩ରୁ ଦ୍ୱିତୀୟ ପର୍ଯ୍ୟାୟ ପରିବେଶ ଅନୁମତି ପାଇଁ ଆବେଦନ କରିଥିଲେ ହେଁ ତାହା ଦୀର୍ଘ ୨୦ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ରେଙ୍ଗାଲି ବହୁମୁଖୀ ଯୋଜନା ପାଇଁ ୧୯୯୩ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ମୋଟ ୨୧୫୯.୪୩ ହେକ୍ଟର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ପରିବେଶ ଅନୁମତି ଲୋଡ଼ା ଯାଇଥିଲା ା ସେଥିରୁ ୨୧ା୧୧ା୧୯୯୬ରେ ପ୍ରଥମ ପର୍ଯ୍ୟାୟ ଭାବେ ୨୧୦୭.୪୦୪ ହେକ୍ଟର ଜଙ୍ଗଲ ଜମି ପାଇଁ ପରିବେଶ ଅନୁମତି ମିଳିଥିଲା। ଏହାପରେ ୨୦୦୩ରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ଜମି ପାଇଁ ପରିବେଶ ଅନୁମତି ଦେବାକୁ ଆବେଦନ ହୋଇଥିଲା। ତେବେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ (ଏମ୍‌ଓଇଏଫ୍‌) ୨୧ଟି ସର୍ତ୍ତରେ ଏହାକୁ ଅନୁମତି ଦେବାକୁ ପ୍ରସ୍ତାବ ରଖିଥିଲା। ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସମସ୍ତ ସର୍ତ୍ତକୁ ପାଳନ କରାଯାଇ ଅନୁଗୋଳ, ଢେଙ୍କାନାଳ, ଆଠଗଡ଼, କଟକ ଓ କେନ୍ଦୁଝର ଡିଭିଜନର ୧୨୯୫.୩୮୬୨ ହେକ୍ଟର ଜଙ୍ଗଲ ଜମିକୁ କିସମ ପରିବର୍ତ୍ତନ କରିବାକୁ ପୁଣି ୨୦୧୪ରେ ଆବେଦନ ହୋଇଥିଲା, ଯାହାକି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ା ଏ ସଂକ୍ରାନ୍ତରେ ୨୪ା୩ା୨୦୨୩ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମୀକ୍ଷା ବୈଠକ ହୋଇଥିଲା। ବୈଠକର ରିପୋର୍ଟ ଅନୁସାରେ ଆଗାମୀ ଦିନରେ ଅନୁପାଳନ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ବି.ସି. ରାଉତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri