ଜଙ୍ଗଲ, ଦ୍ୱୀପପୁଞ୍ଜ ମନ୍ତ୍ରଣାକକ୍ଷ

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା,୧୯।୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାରେ ୪୮କି.ମି. ସମୁଦ୍ରତଟ। ସମୁଦ୍ରତଟରେ ୬୮୨ବର୍ଗକି.ମି. ଜାତୀୟ ଉଦ୍ୟାନ ଭିତରକନିକା। ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାରେ ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା, ରାଜନଗର ଓ ମହାକାଳପଡା ଥାନା ରହିଛି। ୫ ଥାନା ଓ ତଟ ସୁରକ୍ଷା ବାହିନୀ, ବନ ବିଭାଗର ନଜର ସତ୍ତ୍ୱେ ସମୁଦ୍ର ପଥ ଦେଇ କେନ୍ଦ୍ରାପଡ଼ାରୁ ବାଂଲାଦେଶ ପର୍ଯ୍ୟନ୍ତ ଅବାଧ ଯାତାୟାତ ଚାଲିଛି। ମାତ୍ର ୮ରୁ ୧୦ ଘଣ୍ଟା ମଧ୍ୟରେ ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପଥ ଖୋଲାଥିବାରୁ ଅନୁପ୍ରବେଶକାରୀ ଭାରତକୁ କେନ୍ଦ୍ରାପଡ଼ା ଜିଲା ମଧ୍ୟଦେଇ ପଶି ଆସୁଛନ୍ତି। ସେହିପରି ଜିଲାରୁ ଅବାଧରେ ସାମୁଦ୍ରିକ ଜୀବ ଓ ବନ୍ୟ ପ୍ରାଣୀ ଚୋରା ଚାଲାଣ ହେଉଛି। ସମୁଦ୍ରର ଶାମୁକା, ନୀଳ କଙ୍କଡ଼ାଠାରୁ ଆରମ୍ଭ କରି ଗୋ ମହିଷାଦି ଚାଲାଣ ହେଉଛି। ଅପରପକ୍ଷରେ ଅନୁପ୍ରବେଶକାରୀ ଜଙ୍ଗଲ ଜମି ବ୍ୟବହାର କରି ସ୍ଥାନୀୟ ଅଧିବାସୀର ପରିଚୟ ହାସଲ ସହ ବିଭିନ୍ନ ଅପରାଧରେ ସାମିଲ ହେଉଛନ୍ତି। ବିଶେଷକରି ମହାକାଳପଡ଼ା ବ୍ଲକ ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି। ସଡ଼କ ଯୋଗାଯୋଗ ପଥ ନ ଥିବା ଓ ଏହି ଅଞ୍ଚଳ ଜଙ୍ଗଲ ମଧ୍ୟରେ ବହୁ ଭାଗ ଥିବାରୁ ସାଧାରଣ ଲୋକଙ୍କ ନଜର ହଟାଇ ଅଶାନ୍ତ ପରିବେଶ ସୃଷ୍ଟି କରୁଛନ୍ତି। ଏପରି କି ଗହୀରମଥା ସାମୁଦ୍ରିକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ ଏହା ମଧ୍ୟରେ ଥିବା ବାବୁବାଲି, ଅଗରନାଶୀ, ଷୋଳମୁହାଣ, ମାଦଳୀ, ଲଞ୍ଚ ଘୋଲା ଆଦି ଦ୍ୱୀପପୁଞ୍ଜ ଅପରାଧୀଙ୍କ ମନ୍ତ୍ରଣାସ୍ଥଳ ପାଲଟିଛି। ଏହା ଜିଲା ତଥା ଦେଶ ପାଇଁ କ୍ଷତିକାରକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ସ୍ଥାନୀୟ ଅଞ୍ଚଳର ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଅରବିନ୍ଦ ରାଉତ ପ୍ରମୁଖ ଏହି ଅଞ୍ଚଳ କ୍ରମାଗତ ଭାବେ ଅପରାଧପ୍ରବଣ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି, କରୋନା ସଂକ୍ରମଣ କଟକଣା ଜିଲାରେ ଜାରି ରହିଥିଲେ ମଧ୍ୟ ବର୍ଷ ଆରମ୍ଭରୁ ଅଦ୍ୟାବଧି ମହାକାଳପଡ଼ା ଓ ରାଜନଗର ବ୍ଲକର ୫ ଥାନାରେ ଶତାଧିକ ମହିଳା ଓ ଯୁବତୀଙ୍କ ନିଖୋଜ ମାମଲା ରୁଜୁ ହୋଇଛି। ଏଥିମଧ୍ୟରୁ ୯୫ ପ୍ରତିଶତ ମାମଲାକୁ ପ୍ରେମ ବ୍ୟାପାର କହି ତଦନ୍ତ ହେଉ ନ ଥିବା ବେଳେ ବାସ୍ତବରେ ଶ୍ରମିକ ଚାଲାଣ ପରି ଘଟଣା ପରବର୍ତ୍ତୀ କାଳରେ ଜଣାପଡୁଛି। ପର୍ଯ୍ୟାପ୍ତ ଜଙ୍ଗଲ ଜମିକୁ ଜିଲା ପ୍ରଶାସନ ପକ୍ଷରୁ ତନଖି କରାଯାଉ ନ ଥିବାରୁ ଜବରଦଖଲ ବଢିବା ସହ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ହେଉଛି। ଏହାକୁ ନେଇ ଉଠୁଥିବା କଳିକୁ ନେଇ ବହୁବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଗୁଳିଗୋଳାର ବ୍ୟବହାର ହେଉଛି। ଏପରି କି ୨୦୦୧ରେ ବନିପାଳରେ ଏକ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଘଟଣା ଜଣାପଡିଥିବା ବେଳେ ୨୦୦୨ରେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ଗୁଳି ମାରି କେତେଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳରେ ଅନୁପ୍ରବେଶ ଏକ ସମସ୍ୟା ହୋଇଛି। ଖୋଲାମେଲା ସମୁଦ୍ର ତଟ ପାଇଁ ଅପରାଧୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ୩ ସାମୁଦ୍ରିକ ଥାନାରେ ବୋଟ୍‌ ଓ କର୍ମଚାରୀ ଅଭାବ ତଟ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତି ଥାନାରେ ୮୧ କର୍ମଚାରୀ ଓ ଉଚ୍ଚ ଇଞ୍ଜିନଯୁକ୍ତ ବୋଟ୍‌ ନ ଥିବାରୁ ଅନୁପ୍ରବେଶକୁ ରୋକାଯାଇ ପାରୁ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି ଯେ, ସାମୁଦ୍ରିକ ଥାନାଗୁଡିକର ଭିତ୍ତିଭୂମି ସୁଦୃଢ଼ ପ୍ରକ୍ରିୟା ଜାରି ରହିଛି। କର୍ମଚାରୀ ଅଭାବକୁ ପୂରଣ କରାଯାଉଛି। ତନ୍ତିଆପାଳ ସାମୁଦ୍ରିକ ଥାନାରେ ବୋଟ ନାହିଁ। ଏଥିସହ ଉଚ୍ଚ ଅଶ୍ୱଶକ୍ତି ବିଶିଷ୍ଟ ବୋଟ୍‌ ପାଇଁ ଚିଠି ଲେଖା ଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri