‘ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ’

ଭୁବନେଶ୍ୱର,୧୫।୩(ବ୍ୟୁରୋ):ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ସରକାର ତୁରନ୍ତ ଓ ସକ୍ରିୟ ପଦକ୍ଷେପ ନେଇଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ତ ପ୍ରକାର ନିରନ୍ତର ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି।
ଜଙ୍ଗଲ ନିଆଁ ସଂକ୍ରାନ୍ତରେ ରବିବାର ସୂଚନା ଦେଇ ସେ କହିଛନ୍ତି, ଗତ ମାସେ ହେବ ରାଜ୍ୟର ଅନେକ ଜଙ୍ଗଲରେ ନିଆଁ ଲାଗିଛି। ଏହାକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପିସିସିଏଫ୍‌ କାର୍ଯ୍ୟାଳୟର ଏଫ୍‌ଆଇଟିଜିସି ସେଲ୍‌ ମାଧ୍ୟମରେ ରାତ୍ରି ପାଟ୍ରୋଲିଂ ସମେତ କ୍ଷେତ୍ର ଅଧିକାରୀଙ୍କ ଅଗ୍ନି ନିର୍ବାପକ ପ୍ରୟାସ ଉପରେ ୨୪ ଘଣ୍ଟିଆ ତଦାରଖ କରାଯାଉଛି। ବିଟ୍‌-ଗାର୍ଡଙ୍କ ସହ ସମସ୍ତ ସ୍ତରର ବନକ୍ଷେତ୍ର କର୍ମଚାରୀଙ୍କୁ ଡେରାଡୁନ୍‌ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆରୁ ପ୍ରାପ୍ତ ବନାଗ୍ନି ସତର୍କ ସୂଚନା ଦିଆଯାଉଛି। ଫରେଷ୍ଟ ଫାୟାର୍‌ ପଏଣ୍ଟ୍‌ଗୁଡ଼ିକ ସମ୍ପର୍କରେ ସୂଚନା ମିଳିବା ପରେ ଅବିଳମ୍ବେ ତାହାକୁ ନିର୍ବାପିତ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନର ତଥ୍ୟ ଓ ଫଟୋ ପ୍ରଦତ୍ତ ପଞ୍ଜୀକୃତ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ମୁଖ୍ୟାଳୟ ଦ୍ୱାରା ବନାଗ୍ନି ନିୟନ୍ତ୍ରଣ ପ୍ରସ୍ତୁତିର ଅନ୍‌ଲାଇନ୍‌ ମନିଟରିଂ ପାଇଁ ସହାୟକ ହେଉଛି। ଫଳରେ ରାଜ୍ୟର ଆଉ କ୍ରମାଗତ ବନାଗ୍ନି ଦୃଶ୍ୟ ଦୃଷ୍ଟିଗୋଚର ହୋଇନାହିଁ। ୯୫ ପ୍ରତିଶତରୁ ଅଧିକ କ୍ଷେତ୍ର ଅଧିକାରୀଙ୍କ ତଥ୍ୟରୁ ଏହା ଜଣାପଡୁଛି। ସେହିଭଳି ଏଫ୍‌ଏସ୍‌ଆଇ ଆଲର୍ଟ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜଙ୍ଗଲଗୁଡ଼ିକରେ କ୍ରମାଗତ ନିଆଁ ଲାଗିବା ଘଟଣା ପ୍ରାୟତଃ ନାହିଁ। ତେବେ ଅଗ୍ନିକାଣ୍ଡ ପରିସ୍ଥିତିକୁ ହ୍ରାସ କରିବା ପାଇଁ ବିଶେଷ କରି ଚିହ୍ନଟ ହୋଇଥିବା ବନାଗ୍ନି ପ୍ରବଣ ଅଞ୍ଚଳରେ ବର୍ଦ୍ଧିତ ମାନବ ଶକ୍ତି ଏବଂ ଭିତ୍ତିଭୂମିକୁ ଆବଶ୍ୟକସ୍ଥଳେ ସ୍ଥାନାନ୍ତର କରି ନିୟୋଜିତ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।
ସେପଟେ ଶିମିଳପାଳ ଓ ରାଜ୍ୟରେ ବନାଗ୍ନି ସ୍ଥିତିର ଅନୁଧ୍ୟାନରେ ଆସିଥିବା କେନ୍ଦ୍ରୀୟ ଟିମ୍‌ ସୋମବାର ସରକାରଙ୍କ ସହ ଆଲୋଚନା କରିବେ। ଏହି ଟିମ୍‌ ପ୍ରଥମେ ଶିମିଳିପାଳ ଯାଇ ତଦାରଖ କରିବା ପରେ କୁଲଡିହା ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ରବିବାର ସ୍ଥାନୀୟ ବନକ୍ଷେତ୍ର ଅଧିକାରଙ୍କ ସହ ଚନ୍ଦକା ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି। ଏ ସମସ୍ତ ବିଷୟରେ କେନ୍ଦ୍ରୀୟ ଟିମ୍‌ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସନ୍ଦୀପ ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?