ଭଞ୍ଜନଗର,୬।୩(ଡି.ଏନ.ଏ): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଚଳିତ ବର୍ଷର ସୋମବାର ୧୫୭ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗଛି। ସେଥିମଧ୍ୟରୁ ରବିବାର ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ନିଆଁ ଲାଗିଥିବା ବେଳେ ସୋମବାର ୧୯ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିଛି । ସାଟେଲାଇଟ୍ ମାଧ୍ୟମରେ ନିଆଁକୁ ବୈଜ୍ଞାନିକମାନେ ଚିହ୍ନଟ କରୁଛନ୍ତି । ଏହାପରେ ବନ ବିଭାଗକୁ ସୂଚନା ଦିଆଯାଉଛି। ତେଣୁ ବିଭାଗ କର୍ମଚାରୀ ସମସ୍ତ ରେଡ୍ ପଏଣ୍ଟକୁ ନିୟନ୍ତ୍ରଣ କରୁଛନ୍ତି । ପୂର୍ବରୁ ସାଟେଲାଇଟ୍ ବ୍ୟବସ୍ଥା ନ ଥିଲା। ତେଣୁ ନିଆଁ ଲିଭିଲା କି ନାହିଁ ଜାଣି ହେଉନଥିଲା। ସାଟେଲାଇଟ୍ ମାଧ୍ୟମରେ ସମସ୍ତ ତଥ୍ୟ ବର୍ତ୍ତମାନ ଜଣାପଡ଼ିଯାଉଛି। ବିଗତ କିଛିଦିନ ହେବ ଭଞ୍ଜନଗରରେ ତାପମାତ୍ରା ମଧ୍ୟ ବଢ଼ିଛି। ମୁଜାଗଡ଼, ତାରସିଂ ଏବଂ କେନ୍ଦ୍ରୀୟ ବନାଞ୍ଚଳରେ ଜଙ୍ଗଲ ପୋଡ଼ି ବୃଦ୍ଧି ଯୋଗୁ ରବିବାର ଓ ସୋମବାର ଭଞ୍ଜନଗର ସହର ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟାହ୍ନ ୧୨ଟା ଯାଏ ଆକାଶ ନିଆଁ ମୟ ଥିଲା। ଏଥିଯୋଗୁ ଶାରୀରିକ ସ୍ତରରେ ଦୁର୍ବଳ ଥିବା ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ମାର୍ଚ୍ଚ ପହିଲାରୁ ଏହିଭଳି ଅବସ୍ଥା ହୋଇଥିବା ବେଳେ ଆଗକୁ ବର୍ଷା ସୂଚନା ନାହିଁ । ଅପ୍ରେଲ ଆଡ଼କୁ ପରିସ୍ଥିତି ଅସମ୍ଭାଳ ହେବାର ସମ୍ଭାବନା ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅନ୍ୟପଟେ ଜଙ୍ଗଲ ପୋଡ଼ିଯୋଗୁ ବନ୍ୟପ୍ରାଣୀ ବିପଦରେ ପଡୁଛନ୍ତି । ପରିବେଶ ଦୁଷିତ ହେଉଛି । ଜଙ୍ଗଲର ତିନୋଟି ସ୍ତର ମଧ୍ୟରୁ ଦୁଇଟି ସ୍ତର ବିଶେଷ କ୍ଷତିଗ୍ରସ୍ତ ହେଉଛି। ତୃତୀୟସ୍ତରରେ ଥିବା ବଡ଼ବଡ଼ ଗଛ ଗୁଡ଼ିକ ଅଗ୍ନିକାଣ୍ଡରେ ବିଶେଷ କ୍ଷତିଗ୍ରସ୍ତ ହେଉନଥିଲେ ମଧ୍ୟ ଶୁଖିଲା ଗଛ ଗୁଡ଼ିକ ପୋଡ଼ିଯାଉଛି। ଜଙ୍ଗଲ ପୋଡ଼ି ଯୋଗୁ ଶହ ଶହ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଗଲାଣି। ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ଜଙ୍ଗଲ ନିକଟବର୍ତ୍ତି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ସହ ବନ ବିଭାଗର ଅଧିକାଶଂ କର୍ମଚାରୀ ବିଗତ କିଛିବର୍ଷ ହେବ ଆଉ ସମ୍ପର୍କ ରଖୁନାହାନ୍ତି। ଜଙ୍ଗଲ ଏବଂ ବନ ସୁରକ୍ଷା ସମିତିର ବିକାଶ ପାଇଁ ଆସୁଥିବା ଅର୍ଥକୁ ନେଇ ବିଭିନ୍ନ ସମୟରେ ଭିଏସ୍ଏସ୍ ଏବଂ ବନ ବିଭାଗ କର୍ମଚାରୀ ମଧ୍ୟରେ ବିବାଦ ରହୁଛି। ଫଳରେ ଭିଏସ୍ଏସ୍ କର୍ମକର୍ତ୍ତା ଏବଂ ବନ କର୍ମଚାରୀ ମଧ୍ୟରେ ସମ୍ପର୍କରେ ଦୁରତା ବଢ଼ୁଛି । ଜଙ୍ଗଲରେ ଶିକାର କିମ୍ବା ନିଆଁ ଲାଗିଲେ ଲୋକେ ବିଭାଗୀୟ କର୍ମଚାରୀଙ୍କୁ ତୁରନ୍ତ ସୂଚନା ଦେଉନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ବିଳମ୍ବରେ ଜାଣି ପଦକ୍ଷେପ ନେବା ବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯେଉଁଠି ଧୂଆଁକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ ସେଠି ବାରମ୍ବାର ରେଡ ପଏଣ୍ଟ ଆସୁଛି। ଧୂଆଁ ନିୟନ୍ତ୍ରଣକୁ ଆସିଲେ ଗ୍ରୀନ୍ ପଏଣ୍ଟ ଆସୁଛି। ପରିସ୍ଥିତି ଅସମ୍ଭାଳ ଆଡ଼କୁ ଯିବାପରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଚାପରେ କର୍ମଚାରୀମାନେ ବର୍ତ୍ତମାନ ଲୋକଙ୍କ ସହ ସୁସମ୍ପର୍କ ରଖି ଦିନ ରାତି ଗୋଟେ କରି ଧୂଆଁକୁ ଦମନ କରିବା ପାଇଁ ଲାଗିପଡ଼ିଛନ୍ତି । ଡିଏଫ୍ଓ ସୁଦର୍ଶନ ବେହେରା ପ୍ରତ୍ୟକ୍ଷ ଭାବେ ଧୂଆଁକୁ କିଭଳି ଦମନ କରାଯିବ ସେନେଇ ପଦକ୍ଷେପ ନେଉଛନ୍ତି । ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ସୁରେଶ ସ୍ବାଇଁ କହିଛନ୍ତି ଯେ ସମନ୍ବୟ ଅଭାବରୁ ଏହି ଅବସ୍ଥା ଉପୁଜିଛି । ଫାୟାର ଲାଇନ ଅଧିକରୁ ଅଧିକ କାଟିବାର ଆବଶ୍ୟକତା ଥିଲା। ନଚେତ ଗୁଡ଼ ପାଣି ପକାଇଥିଲେ ଏତେଟା ଜଙ୍ଗଲ ପୋଡ଼ିନଥାନ୍ତା। ଗୁଡ଼ ପାଣି ପକାଇଲେ ଉଇ ଧରିଦେବ । ଫଳରେ ଧୂଆଁ ଆଗକୁ ମାଡ଼ିପାରିବ
ନାହିଁ । ଗଞ୍ଜାମ ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଳପାଣି ଶତପଥି କହିଛନ୍ତି, ଜଙ୍ଗଲ ପୋଡ଼ି ମନୁଷ୍ୟକୃତ । ଅସାବଧାନତା ହିଁ ଜଙ୍ଗଲ ପୋଡ଼ିର ମୁଖ୍ୟ କାରଣ । ବନ ସୁରକ୍ଷା ସମିତି ଏବଂ ବନ ବିଭାଗ ମଧ୍ୟରେ ସମନ୍ବୟ ରହିଲେ ଧୂଆଁକୁ ନିୟନ୍ତ୍ରଣ କରିହେବ ।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍ରେ
ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…
ଭିଏଚ୍ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ
ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍ଘାଟନୀ…
ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ
ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…
ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ
ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…
ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ
ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

