ଓଡ଼ିଶାର ୮୦ ସ୍ଥାନରେ ବ୍ୟାପିଲାଣି ଜଙ୍ଗଲ ନିଆଁ

ଭୁବନେଶ୍ୱର, ୮।୪(ଅସମାପିକା ସାହୁ)ରାଜ୍ୟରେ ଜାରି ରହିଥିବା ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ମଣିଷଙ୍କ ସହ ଜୀବଜନ୍ତୁ ବି ପ୍ରଭାବିତ ହେଉଛନ୍ତି। ବନାଞ୍ଚଳରେ ରହିଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିବା ଆରମ୍ଭ ହୋଇଥିବାବେଳେ ଜଙ୍ଗଲ ନିଆଁ କାଳ ସାଜିଛି। ବିଶେଷକରି ବନ୍ୟପ୍ରାଣୀମାନେ ପାଣି ପାଇଁ ଡହଳବିକଳ ହେବା ସହ ନିଆଁ ଭୟରେ ଗାଁମୁହାଁ ହେଉଛନ୍ତି। ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ବିଭିନ୍ନ ଅଭୟାରଣ୍ୟ, ଜଙ୍ଗଲ ଓ ଚିଡ଼ିଆଖାନାରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ବନଖଣ୍ଡ ଅଧିକାରୀ, ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗର ସୂଚନାନୁସାରେ, ଜଙ୍ଗଲରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜଙ୍ଗଲ ମଧ୍ୟରେ ୧୨୦ଟି ନୂଆ ଜଳାଶୟ ଖୋଳାଯାଇଛି। ୨୭୦ଟି ପୁରୁଣା ଜଳାଶୟର ପୁନରୁଦ୍ଧାର ମଧ୍ୟ କରାଯାଇଛି। ଅଧିକ ଜଳ ସଙ୍କଟ ଥିବା ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ଜଳାଶୟରେ ପାଣି ଭରିବାକୁ କୁହାଯାଇଛି। ପାଣି ସନ୍ଧାନରେ ବନ୍ୟଜନ୍ତୁ ଯେପରି ଗାଁ ମୁହାଁ ନ ହେବେ ସେନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏହାସତ୍ତ୍ୱେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଜଳସଙ୍କଟ ସହ ନିଆଁ ଲାଗୁଥିବାରୁ ବନ୍ୟପ୍ରାଣୀ ଓ ଜଙ୍ଗଲ ସମ୍ପଦର ସୁରକ୍ଷା ବର୍ତ୍ତମାନ ସମୟରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି।
ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ତଥ୍ୟାନୁସାରେ, ଶନିବାର ରାତି ୮ଟା ଭିତରେ ଦେଶର ୪୯୪ଟି ସ୍ଥାନରେ ବଡ଼ ଧରଣର ବନାଗ୍ନି ହୋଇଛି। ଆସାମରେ ସର୍ବାଧିକ ୯୩ଟି ସ୍ଥାନରେ ବନାଗ୍ନି ନଜରକୁ ଆସିଥିବାବେଳେ ଓଡ଼ିଶାରେ ୮୦ ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିବା ସୂଚନା ଦିଆଯାଇଛି। ସେପଟେ ଗତ ମାର୍ଚ୍ଚ ୩୦ରୁ ୭ଦିନ ଭିତରେ ଓଡ଼ିଶାରେ ତୃତୀୟ ସର୍ବାଧିକ ବନାଗ୍ନି ଘଟଣା ଘଟିଥିଲା। ଏହି ସମୟ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୨୯୯ ସ୍ଥାନରେ ନିଆଁ ଲାଗିଥିବାବେଳେ ଛତିଶଗଡ଼ରେ ୨୫୫, ଓଡ଼ିଶାରେ ୨୧୪ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିଲା ବୋଲି ଉକ୍ତ ରିପୋର୍ଟରୁ ଜଣାପଡିଛି।
ବିଶେଷକରି ଖରାଦିନ ଆସିଲେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଛି। ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ବନ୍ୟଜନ୍ତୁ ଇତସ୍ତତଃ ହୋଇପଡୁଛନ୍ତି। ଖାଦ୍ୟ ଓ ପାଣି ଖୋଜିବାକୁ ଗାଁ ମୁହାଁ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଗତବର୍ଷ ପାଣି ଅଭାବରୁ ଆଠଗଡ଼ରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ତିନୋଟି ହାତୀଙ୍କ ପାଇଁ ପୋଖରୀ ରହିଥିଲେ ମଧ୍ୟ କୌଣସି ପୋଖରୀରେ ପାଣି ନ ଥିଲା। ଏହା ସହ ଅନେକ ବନ୍ୟଜନ୍ତୁ ଅଧିକ ଖରା ପାଇଁ ଅସୁସ୍ଥ ହୋଇପଡୁଥିବା ନଜିର ରହିଛି। ଗ୍ରୀଷ୍ମ ପ୍ରବାହକୁ ସହି ନ ପାରି ନୂଆପଡ଼ାରେ ଏକ କଲରାପତରିଆ ବାଘ ଅସୁସ୍ଥ ହୋଇପଡିଥିଲା। ତୁରନ୍ତ ବାଘଟିକୁ ସାଲାଇନ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ସେ ଖାଦ୍ୟ ଖାଇଥିଲା। ଏ ସମ୍ପର୍କରେ ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି, ଶିମିଳିପାଳ, ହଦଗଡ଼ ଏବଂ ଚନ୍ଦକାରେ ଜଳକଷ୍ଟ ଅନୁଭବ ହୁଏ ନାହିଁ। କାରଣ ଏସବୁ ସ୍ଥାନରେ ଯଥେଷ୍ଟ ଜଳଉତ୍ସ ଓ ଜଳାଶୟ ରହିଛି। ସାତକୋଶିଆ, କୁଳଡିହା ଏବଂ ନୟାଗଡ଼ ଭଳି କିଛି ସ୍ଥାନରେ କରାଯାଇଥିବା ବଡ଼ ବଡ଼ ଜଳାଶୟରେ ପାଣି ରଖିବାର ବ୍ୟବସ୍ଥା କରାଯାଇଛି। ବୋର୍‌ଓ୍ବେଲ କରାଯାଇ, ସୋଲାର କିମ୍ବା ଡିଜେଲ ପମ୍ପ ଦ୍ୱାରା ପାଣି ଭର୍ତ୍ତି କରାଯାଉଛି। ସେହିଭଳି ଛୋଟ ଛୋଟ ଜଳାଶୟରେ ନିୟମିତ ବ୍ୟବଧାନରେ ପାଣି ଢଳାଯାଉଥିବା ପିସିସିଏଫ୍‌ ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?