ମାନୁନି ବନ ବିଭାଗ, ଜିଦ୍‌ରେ ଅଟଳ ପରିବାର

ତରବୋଡ଼/ନୂଆପଡ଼ା ଅଫିସ,୧୩।୨(ଡି.ଏନ୍‌.ଏ.): ସୁନାବେଡ଼ା ଅଭୟାରଣ୍ୟର ଗୋଡ଼ା ଜଙ୍ଗଲକୁ ଲାଗି ରହିଥିବା ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗ୍ରାମର ଭାନୋବାଇ ମାଝି (୪୭) ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣ କରି ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବନ ବିଭାଗ କହୁଛି। ହେଲେ ପରିବାର ଏବଂ ଗ୍ରାମବାସୀ ନିଜର ପୂର୍ବ ଦାବି ଦୋହରାଇଛନ୍ତି। ବାଘ ଆକ୍ରମଣରେ ଭାନୋବାଈଙ୍କ ଜୀବନ ଯାଇଥିବା ସେମାନେ ଜୋର୍‌ ଦେଇ କହିଛନ୍ତି। ଅନ୍ୟପଟେ ଶୁକ୍ରବାର ଡିଏଫ୍‌ଓ ରମେଶ ଚନ୍ଦ୍ର ପ୍ରଧାନ, ରେଞ୍ଜର ଦିଲୀପ ଚମ୍ପତ୍ତିରାୟ, ଧରମବନ୍ଧା ଆଇଆଇସି ଦିଲୀପ କୁମାର ଲେର୍କ୍ରା, ବୃନ୍ଦାବନ ପୁରୋହିତ ସଦଳବଳ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିଥିଲେ। ନୂଆପଡ଼ା ଜିଲା ଚିକିତ୍ସାଳୟରେ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ମୃତକ ପରିବାରକୁ ୪ ଲକ୍ଷ ଟଙ୍କା ସରକାରୀ ସହାୟତା ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ପୂର୍ବାହ୍ନ ୧୧ଟାରେ ଭାନୋବାଇ ଛୋଟଲୋର୍ରା ନିକଟ ଜଙ୍ଗଲକୁ ଭେଲୁଅଁା (କାଜୁ) ସଂଗ୍ରହ କରିବା ଲାଗି ଯାଇ ଆଉ ଫେରି ନ ଥିଲେ। ସନ୍ଧ୍ୟାରେ ପରିବାର ଲୋକେ ତାଙ୍କୁ ଜଙ୍ଗଲରେ ଖୋଜାଖୋଜି କରିବା ସମୟରେ ଏକ ନାଳରେ ତାଙ୍କର ମୁଣ୍ଡ ବିହୀନ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହ ପାଖରେ ଏକ ବାଘ ଜଗିଥିବା ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଏଥିରୁ ମହିଳାଙ୍କୁ ବାଘ ଖାଇଯାଇଥିବା ସ୍ପଷ୍ଟ ହୋଇଥିଲା। ବାଘ ଗର୍ଜନରେ ଭୟଭୀତ ହୋଇ ସେମାନେ ଜୀବନ ବିକଳରେ ପଳାଇ ଆସିଥିଲେ। ମାଓବାଦୀପ୍ରବଣ ସୁନାବେଡ଼ା ଅଭୟାରଣ୍ୟ ଭିତରକୁ ଯିବାକୁ ଭୟ କରିଥିଲେ ପୋଲିସ ଏବଂ ବନ କର୍ମଚାରୀ। ଫଳରେ ମୃତଦେହ ଜବତ ହୋଇପାରି ନ ଥିଲା।
ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀ ୭ରେ କୋମନା ବନାଞ୍ଚଳ ଭରୁଆମୁଣ୍ଡା ଗଁାରେ ବାଘ ଆତଙ୍କ ଦେଖାଦେଇଥିଲା। ଜନବସତିରେ ପଶି ଛେଳି, ମେଣ୍ଢା, ଗାଈ, ବାଛୁରୀ ଖାଇ ଯାଇଥିବା ଅଭିଯୋଗ ହୋଇଥିଲା। ୧୪ ତାରିଖରେ ସିଆଲଟି ପଞ୍ଚାୟତ ବାଗମୁଣ୍ଡା ଗ୍ରାମରେ ୨ ବାଘ ଆତଙ୍କ ଖେଳାଇଥିଲେ। ୨୫ ତାରିଖରେ ଖରିଆରରୋଡ ବନାଞ୍ଚଳ ଡୁମେରପାଣି ପଞ୍ଚାୟତ ହଳଦୀ ଗ୍ରାମରେ ୪ ବାଘଙ୍କ ଉପସ୍ଥିତି ଭୟର ବାତାବରଣ ସୃଷ୍ଟି କରିଥିଲା। ଗତ ଗୁରୁବାରଠରୁ ଉପାନ୍ତ ସିନାପଲି ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି। ଘଟମାଲ ପଞ୍ଚାୟତ ଯୋଗଭଟା, ତିଲେଇପାଲନା, ଦୁମେରାହାଲ, ବୈଜଲପୁର ଅଞ୍ଚଳରେ ଗୁହାଳରେ ପଶି ବାଘ ଛେଳି, ମେଣ୍ଢା, ଗାଈ, ବଳଦ, ମଇଁଷି, କୁକୁର ଖାଇଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବରଗଡ଼ରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ୨୪ ମାମଲାର ଶୁଣାଣି

ବରଗଡ଼, ୨୫।୮(ପ୍ରେମାନନ୍ଦ ଖମାରୀ): ମହିଳାମାନଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ସମସ୍ୟାର ସମାଧାନ ବ୍ୟବସ୍ଥାକୁ ସେମାନଙ୍କ ଦ୍ୱାରଦେଶରେ ପହଞ୍ଚାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ବରଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri