୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଦେବଗଡ଼ ବନଖଣ୍ଡ ତଥା ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନାମୁଣ୍ଡା ଖସଡ଼ା ଜଙ୍ଗଲରୁ ୩ଟି ଜଙ୍ଗଲୀ ବାର୍‌ହାଙ୍କର ମୃତଦେହ ଜବତ କରାଯାଇଛି। ସେହିପରି ଏ ଶିକାରରେ ବ୍ୟବହୃତ ଜିଆଇ ତାର, ବିଦ୍ୟୁତତାର ଏବଂ କାଚ ବୋତଲ ଆଦି ଜବତ କରାଯିବା ସହ ଏ ଘଟଣାରେ ସମ୍ପୃକ୍ତ ୧୧ ଜଣ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଅନ୍ୟ ଦିନଗୁଡିକ ଭଳି ଗୁରୁବାର ବିଳମ୍ବିତ ରାତ୍ରିରେ ମଧ୍ୟ ଦେବଗଡ଼ ବନ ବିଭାଗ ପକ୍ଷରୁ ସୁନାମୁଣ୍ଡା ଖସଡା ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ବେଆଇନ ଭାବେ ଜଙ୍ଗଲ ମଧ୍ୟକୁ ବିଦ୍ୟୁତତାର ବିଛାଯାଇଥିବା ଏବଂ କେତେକ ଶିକାରୀ ଜଙ୍ଗଲ ପାର୍ଶ୍ୱରେ ଲୁଚି ରହିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ପଚରାଉଚରା କରିବାରୁ ବିଦ୍ୟୁତତାର ସଂଯୋଗ କରି ସେମାନେ ୩ଟି ଜଙ୍ଗଲୀ ବାର୍‌ହା ଶିକାର କରିଥିବା ଉତ୍ତର ଦଇଥିଲେ। ଫଳରେ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଜଙ୍ଗଲ ମଧ୍ୟରୁ ଉକ୍ତଟି ମୃତ ବାର୍‌ହାଙ୍କୁ ମୃତଦେହ ସହିତ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା।

ସେହିପରି ଏ ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଇ ଦେବଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପଚରାଉଚରା ସମୟରେ ସେମାନେ ସୁନା ମୁଣ୍ଡା ଗ୍ରାମର ସୁଶାନ୍ତ କାଲୋ(୩୨), ସୁଜିତ ସାହୁ(୩୫), ବୈରାଗୀ ବେହେରା(୨୦), ଜିତୁ ବେହେରା(୨୦), ଶୁକୃ ନାୟକ(୨୭), ନିକଟସ୍ଥ କଳାମାଟି ଗ୍ରାମର ଦର୍ଶନ ବୁଡ଼ା(୪୫), ଦେବଗଡ଼ର ଦେବେନ୍ଦ୍ର ପାତ୍ର(୨୫) ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସଞ୍ଜୟ ବେହେରା(୩୨), ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ଉତ୍ତମ ପେଣ୍ଠେଇ(୨୦) , ଦେବଗଡ଼ ଥାନା ଶୁଳିଆ ଗ୍ରାମର ରାଜକିଶୋର ନାୟକ(୪୫) ଓ ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସୁନୀଲ ମୁଣ୍ଡା(୨୬) ବୋଲି ନିଜ ନିଜର ପରିଚୟ ଦେବା ସହ ବିଦ୍ୟୁତ୍‌ ଖୁଣ୍ଟରୁ ଜିଆଇ ତାର ସହାୟତାରେ ବେଆଇନ ହୁକିଂ କରି ବାର୍‌ହା ତିନୋଟିଙ୍କୁ ଶିକାର କରିଥିବା ସ୍ବୀକାର କରିଥିଲେ।

ସେହିପରି ଛାଡ଼ଖାଇ ପାଳନ ପାଇଁ ସେମାନେ ମିଳିତ ଭାବେ ବାର୍‌ହା ଶିକାର କରିଥିବା ପ୍ରକାଶ କରିଥିଲେ। ଏହାପରେ ସେମାନଙ୍କୁ ବନ୍ୟପ୍ରାଣୀ ଆଇନର ବିଭିନ୍ନ ଧାରାରେ ଗିରଫ କରାଯିବା ସହ ଅତିରିକ୍ତ ବନ ସଂରକ୍ଷିକା ସ୍ବାଧୀନତା ସାହାଣୀଙ୍କ ତତ୍ତ୍ୱାବଧାନରେ ଘଟଣାସ୍ଥଳକୁ ନିଆଯାଇ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯାଇଥିଲା। ପରେ ବାର୍‌ହାଗୁଡ଼ିକର ମୃତଦେହ ବ୍ୟବଚ୍ଛେଦ  ମାଟିରେ ପୋତି ଦିଆଯାଇଥିଲା। ସେମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?