ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ ନୀରବଦ୍ରଷ୍ଟା ସାଜିଛନ୍ତି। ଜଙ୍ଗଲ ଆଉ ପାହାଡ଼ ଲଣ୍ଡା ହେବାରେ ଲାଗିଛି। ବଡ଼ବଡ଼ ଶାଳ ଗଛ କାଟି ଏକ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିପାଇଁ ଠିକାସଂସ୍ଥା ଆଉ ବନ ବିଭାଗ ଜଙ୍ଗଲକୁ ସଫା କରିବା ପାଇଁ ସରକାରଙ୍କ ସବୁ ନିୟମକୁ ଫୁ କରିଦେଇଛନ୍ତି।
ପ୍ରକାଶ ଯେ, ଉକ୍ତ ବନାଞ୍ଚଳ କିରିକୁଟି ପଞ୍ଚାୟତର ବୁରାଙ୍ଗିଆକୁ ସଂଯୋଗ କରିବା ପାଇଁ ବୁଡ଼ାଗୁଡ଼ାଠାରୁ ବୁରାଙ୍ଗିଆକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଉଛି। ଉକ୍ତ ରାସ୍ତାରେ ଏକାଧିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି। ଗୋଟିଏ ପୋଲ ନିର୍ମାଣରେ ଶତାଧିକ ଶାଳ ଗଛକୁ କଟାଯାଇ ସଟରିଂରେ ବ୍ୟବହାର କରାଯାଇଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟଟି ଦୁର୍ଗମ ଓ ଜଙ୍ଗଲ ଦେଇ ଯାଇଥିବାରୁ ନିକଟସ୍ଥ ଜଙ୍ଗଲରୁ ବହୁ ମୂଲ୍ୟବାନ ଶାଳ ଗଛକୁ କାଟି ଆଣି ପୋଲ କାର୍ଯ୍ୟରେ ବ୍ୟବହାର କରାଯାଇଛି। ଲକ୍ଷାଧିକ ଟଙ୍କା ମୂଲ୍ୟର କାଠକୁ ଚୋରାଚାଲାଣ କରାଯାଇ ବ୍ୟବହାର କରାଯାଉଥିଲେ ମଧ୍ୟ ଜଙ୍ଗଲ ସୁରକ୍ଷାରେ ରହିଥିବା ଜଙ୍ଗଲ ବିଭାଗ ନୀରବ ସାଜିଥିବା ଓ ଏତେ ବଡ଼ ସଂରକ୍ଷିତ ଜଙ୍ଗଲକୁ ଠିକାସଂସ୍ଥା ନଷ୍ଟ କରୁଥିଲେ ମଧ୍ୟ କିଭଳି ବିଭାଗ ନୀରବ ବସିଛି ସେ ନେଇ ଏବେ ଜଙ୍ଗଲ ଓ ପରିବେଶ ପାଇଁ ଚିନ୍ତା କରୁଥିବା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ।
ଉକ୍ତ ପୋଲରେ ଶାଳ କାଠ ବ୍ୟବହାର ହୋଇଛି ତାହା ନୁହଁ ରାସ୍ତା ସମ୍ପ୍ରସାରଣ ବେଳେ ବେଧଡ଼କ ରାସ୍ତାକୁ ଏକାଧିକ ସ୍ଥାନରେ ଓସାରିଆ କଟାଯାଇଛି। ଫଳରେ ଅନେକ ଗଛ ବଳି ପଡ଼ିଛି। ସେହିପରି ଏବେ ସଟରିଂ ପାଇଁ ଆହୁରି କାଠର ଆବଶ୍ୟକତା ପଡ଼ିବାରୁ ଜଙ୍ଗଳରୁ ଶାଳକାଠ ଓ ଅନ୍ୟାନ୍ୟ କାଠ କଟାଯାଇ ବୁଡ଼ାଗୁଡାଠାରୁ ବୁରାଙ୍ଗିଆ ମଧ୍ୟରେ ଅନେକ ସ୍ଥାନରେ କଟାଯାଇଥିବା କାଠ ଟ୍ରାକ୍ଟରରେ ପୋଲ ନିକଟକୁ ଅଣାଯିବା ପାଇଁ ଗଦାଗଦା କରି ରଖାଯାଇଛି। ଏନେଇ ଉକ୍ତ ବନାଞ୍ଚଳ ସିମନବାଡ଼ି ସେକ୍ସନର ବନପାଳ ବନିତା ପ୍ରଧାନଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯିବାରୁ ସେ ଓ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳକୁ ଶୁଣିକି ଯାଇଥିଲୁ ଠିକାସଂସ୍ଥାର ମାଲିକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲି, ତାଙ୍କ ସହ କଥା ହେଲା ପରେ ଜଣାଇବୁ ବୋଲି ବୋଲି କହିବା ସହ ଏହି ସଂକ୍ରାନ୍ତରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କଣ୍ଡି ବେଳାଭୂମିରେ ମାରି ଫିଙ୍ଗି ଦେଲେ! ବେକରେ କଟା ଚିହ୍ନ, ଗୋଳନ୍ଥରା ପୋଲିସର ଛାନଭିନ ଆରମ୍ଭ

ଗୋପାଳପୁର, ୧୬।୫(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ମାର୍କଣ୍ଡି ସମୁଦ୍ର ବେଳାଭୂମିରୁ ଜଣେ ଯୁବକଙ୍କ ମୃତଦେହକୁ ଗୋଳନ୍ଥରା ପୋଲିସ ଶୁକ୍ରବାର ସାରେ ଠାବ କରିଛି ।...

ସହି ହେଲାନି ଯନ୍ତ୍ରଣା, ମହାଦେବ ମନ୍ଦିରରେ ରଶି ଲଗାଇ ଝୁଲି ପଡ଼ିଲେ ମହିଳା

ଯୋଗେଶ୍ୱରପୁର,୧୬।୫(ରଶ୍ମିରଞ୍ଜନ ସାହୁ): ଜଣେ ମହିଳା ରୋଗର ଯନ୍ତ୍ରଣା ସହି ନ ପାରି ଏକ ମହାଦେବ ମନ୍ଦିରରେ ବେକରେ ରସି ଲଗାଇ ଗୁରୁବାର ବିଳମ୍ବିତ ରାତିରେ ଆତ୍ମହତ୍ୟା...

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା ପ୍ରତିଷ୍ଠା ଦାବି: ବନ୍ଦ ପାଳନକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ):  ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ସହ ଥାନା ପ୍ରତିଷ୍ଠା ଦାବିରେ ଶୁକ୍ରବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସରେ ୬ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି...

ରାସ୍ତା ମରାମତି ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ଦିଗପହଣ୍ଡି,୧୬। ୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମର ମୁଖ୍ୟ ରାସ୍ତାରେ...

ଚାଲିବ ଯୁଦ୍ଧ, ଦୁଇ ଘଣ୍ଟାରୁ କମ୍‌ ସମୟରେ ହିଁ ଶେଷ ହୋଇଗଲା…

ଇସ୍ତାନବୁଲ୍‌,୧୬ା୫ : ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବାବେଳେ ୨ ଦେଶର ପ୍ରତିନିଧି ତୁର୍କୀର ଇସ୍ତାନବୁଲ୍‌ରେ ଶୁକ୍ରବାର ପ୍ରଥମ...

ଆଇସକ୍ରିମ୍‌ କିଣି ଘରକୁ ଫେରୁଥିଲେ କୁନି ଝିଅକୁ ଧକ୍କା ଦେଲା ବାଇକ୍‌, ପରେ…

ଦିଗପହଣ୍ଡି,୧୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ୨ୟ ଶ୍ରେଣୀ ଛାତ୍ରୀ ସିଏଚ୍‌.ପ୍ରିୟଙ୍କା ପାତ୍ର(୬) ବାଇକ (ଓଡ଼ି୦୭ ଏ...

ଯୁଦ୍ଧକୁ ନେଇ ବଡ଼ ଘୋଷଣା କଲା ପାକିସ୍ତାନ, କହିଲା ମେ ୧୮ ପରେ ଭାରତ ସହ…

ଇସଲାମବାଦ,୧୬।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ ପାକିସ୍ତାନର ବଡ଼ ବୟାନ ସାମ୍ନାକୁ ଆସିଛି।...

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri